ETV Bharat / state

ଶ୍ରୀମନ୍ଦିର ଲାଇଟ ଖୋଲା ଘଟଣା, ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ - Sri Mandir Lights Removal Case - SRI MANDIR LIGHTS REMOVAL CASE

Sri Mandir Lights Removal Case: ଶ୍ରୀମନ୍ଦିର ଚାରି ପାଖ ଲାଇଟ ଖୋଲାଯିବା ଘଟଣା ନେଇ ଆମିକସ କ୍ୟୁରି ଏନକେ ମହାନ୍ତି ଶ୍ରୀମନ୍ଦିର ଆସିଥିଲେ। ଅଧିକ ପଢ଼ନ୍ତୁ,

Amicus curiae Review Lights Removal Case
Amicus curiae Review Lights Removal Case (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 10:23 PM IST

ପୁରୀ: ଶ୍ରୀମନ୍ଦିର ଚାରି ପାର୍ଶ୍ୱରୁ ଲାଇଟ୍ ଖୋଲାଯିବା ଘଟଣାରେ ମାମଲା ରୁଜୁ କରି ପୋଲିସର ତଦନ୍ତ ଆରମ୍ଭ । ୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଥିଲା । ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ପୁରୀ ପୋଲିସ ଏହି ଘଟଣାକୁ ନେଇ ସିଂହ ଦ୍ବାର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଏହି ଘଟଣାରେ 4 ଜଣଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଥିବା ଜଣାପଡ଼ିଛି ।

Amicus curiae Review Lights Removal Case (ETV Bharat Odisha)

ଶ୍ରୀମନ୍ଦିରକୁ ଉଜ୍ଜ୍ବ ଳ ଆଲୋକରେ ଆଲୋକିତ କରିବା ପାଇଁ ବ୍ୟବସ୍ଥା ହୋଇଥିବା ଉଚ୍ଚମାନର ଲାଇଟକୁ ହଠାତ ପ୍ରଶାସନକୁ ସୂଚନା ଦିଆ ନଯାଇ ଖୋଲି ଦିଆଯିବା ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି । କେଉଁ ପରିସ୍ଥିତିରେ ପ୍ରଶାସନକୁ ବିନା ସୂଚନା ଦେଇ ଲାଇଟ ଖୋଲିଦିଆଗଲା ସେ ନେଇ ତଦନ୍ତ ଚାଲିଛି । ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଲାଇଟ ଲଗାଇବା ପାଇଁ ଦାୟିତ୍ଵ ନେଇଥିବା ସଂସ୍ଥାର 4 ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଛି । ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମିକସ କ୍ୟୁରି ଏନକେ ମହାନ୍ତି । ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଏନକେ ମହାନ୍ତି ପୁରୀ ଆସି ତଦାରଖ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..କାମଚଳା ସରକାର ଏହାର ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ନେବା ଆବଶ୍ୟକ: ବିଜେପି - BJP Reaction On Lights Uninstalled Case

ଏନକେ ମହାନ୍ତି ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇବା ପରେ ଲାଇଟ୍ ଲଗାଇବା ନେଇ ପଦକ୍ଷପ ନିଆଯାଇଛି । ତେବେ ଆଜି ସନ୍ଧ୍ୟା 9ଟା ସୁଦ୍ଧା ଲାଇଟ୍ ଲଗାଇବା କାର୍ଯ୍ୟ ଶେଷ ହେବ ବୋଲି ଆମିକସ କ୍ୟୁରୀ କହିଛନ୍ତି । ତେବେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ଏନକେ ମହାନ୍ତି। ସେ କହିଥିଲେ ଯେ, ଶ୍ରୀମନ୍ଦିରର ସବୁ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଠିକରେ ଚାଲିଛି । ସେହିପରି ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ଯ ଖୁବ୍ ଶୀଘ୍ର ଶେଷ ହେବ । ଆଗାମୀ ଦିନରେ ଏହା ଭକ୍ତଙ୍କ ପାଇଁ ଖୋଲିବ ବୋଲି ଆମିକାସକ୍ୟୁରି କହିଛନ୍ତି । ସେପଟେ ଶ୍ରୀମନ୍ଦିର ଚାରି ପାଖ ଲାଇଟ ଖୋଲାଯିବା ନେଇ ଚିନ୍ତା ପ୍ରକଟ କଲା ବିଜେପି । ଲାଇଟ ଖୋଲିବା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ବିଜେପି । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତା ଜନକ ବିଷୟ ବୋଲି କହିଛି ରାଜ୍ୟ ବିଜେପି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.