ETV Bharat / state

ନକଲି ତରଳ ୟୁରିଆ ରାକେଟ ପର୍ଦ୍ଦାଫାସ: ଜଗତପୁରରେ ଫ୍ୟାକ୍ଟ୍ରି, ଖୋର୍ଦ୍ଧାରେ ଡିପୋ - Fake Urea Liquid

author img

By ETV Bharat Odisha Team

Published : Aug 4, 2024, 5:22 PM IST

Fake Urea Liquid Seized: ବ୍ରାଣ୍ଡେଡ କମ୍ପାନୀର ନକଲି ଲୋଗୋ ଲଗାଇ ବେଧଡକ ଚାଲିଥିଲା ନକଲି ତରଳ ୟୁରିଆ କାରବାର । ଜଗତପୁରରେ ଏକ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ । ଅଧିକ ପଢନ୍ତୁ

Fake Urea Liquid
Fake Urea Liquid (Etv Bharat)

ଖୋର୍ଦ୍ଧା: ଆଦର୍ଶଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ତୋଟାପଡା ଛକରେ ଚାଲିଛି ବେଧଡକ ନକଲି ତରଳ ୟୁରିଆ ବେପାର । ବ୍ରାଣ୍ଡେଡ କମ୍ପାନୀର ଲୋଗୋ ଲଗାଇ ବେପାର ଚଲାଇଥିଲେ ଠକ । କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଚଢାଉ କରି ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ କରିବା ସହ ୪ଜଣଙ୍କୁ ଅଟକ ରଖିଲା ପୋଲିସ । କଟକରୁ ନକଲି ତରଳ ୟୁରିଆ ଖୋର୍ଦ୍ଧାକୁ ଆସୁଥିବା ବେଳେ ଚଢାଉ କରିଥିଲା ପୋଲିସ । ଜଗତପୁରରେ ନକଲି ତରଳ ୟୁରିଆ ପ୍ରସ୍ତୁତ ହେଉଥିବା ଏକ ଫ୍ୟାକ୍ଟ୍ରି ମଧ୍ୟ ଠାବ କରିଛି ପୋଲିସ ।

Fake Urea Liquid (ETV BHARAT ODISHA)

ବିପୁଳ ପରିମାଣରେ ନକଲି ତରଳ ୟୁରିଆ ଜବତ:

ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ କହିଛନ୍ତି, ''ଆମକୁ ସୂଚନା ମିଳିଥିଲା ଯେ ଭିଏସିକ୍ସ ମଡେଲରେ ଯେଉଁ ୟୁରିଆ ପଡୁଛି ତାର କଳାବଜାରି ହେଉଛି । ତାର ନକଲି ଜିନିଷ ପଦାରେ ବିକ୍ରି ହେଉଛି । ଏକ ଟିମ୍‌ ଗଠନ କରି ଆମେ ରେଡ କରିଥିଲୁ । ଖୋର୍ଦ୍ଧାର କିଛି ଦୋକାନରୁ ନକଲି ତରଳ ୟୁରିଆ ଜବତ ହୋଇଥିଲା । ଗତକାଲି ଜଗତପୁରରେ ଏକ ଫ୍ୟାକ୍ଟ୍ରିରେ ଚଢାଉ କରି ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ କରାଯାଇଛି । ''

କେଉଁଆଡେ ଲମ୍ବିଛି ନକଲି ଚେର ?

ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ 3ଟି ଟିମ ଗଠନ କରାଯାଇ ତୋଟାପଡା ଛକରେ ଚଢାଉ କରାଯାଇଥିଲା । ଏହାପରେ ଏକ ଡାଲା ଅଟୋରୁ 65 ବକେଟ ନକଲି ତରଳ ୟୁରିଆ ପୋଲିସ ଜବତ କରିଛି । ଯାହା 12ଶହ ଲିଟରରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ଏହାର ମୂଲ୍ୟ ପାଖାପାଖି 80 ହଜାର ହେବା ନେଇ ଆକଳନ କରାଯାଉଛି । ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ କଟକ ଜଗତପୁର ଯାଇ ଏହି ଫ୍ୟାକ୍ଟ୍ରି ଠାବ କରି ସେଠାରୁ ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ କରିବା ସହ ଲୋଗୋ, ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରିଛି । ଏହି ରାକେଟର ଚେର କୁଆଡେ କୁଆଡେ ଲମ୍ବିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଡ୍ରାଇଭରଙ୍କୁ ସୁହାଉଛି ନକଲି ସାମଗ୍ରୀ:

ପୋଲିସର ସୂଚନା ଅନୁଯାୟୀ, ନକଲି ସାମଗ୍ରୀ ଧରପଗଡରେ କଟକ ସବୁଦିନ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ନକଲି ତରଳ ୟୁରିଆ ଜଗତପୁରରୁ ଖୋର୍ଦ୍ଧା ଛଡାଯାଉଛି । କେତେକ କମ୍ପାନୀର ନାମକୁ ବ୍ୟବହାର କରି ଏହି ୟୁରିଆ ବକେଟରେ ଛପା ଯାଇଥିବା ଦେଖାଯାଇଛି । ବିଏସ-୪ ଓ ବିଏସ-୬ ଗାଡିରେ ପରିବେଶ ପ୍ରଦୁଷଣ ମୁକ୍ତ ପାଇଁ ତରଳ ୟୁରିଆ ବ୍ୟବହାର କରାଯାଏ । ଏହା ବିଶେଷତଃ ଟାଟା ମୋଟୋର, ଅଶୋକ ଲେଲାଣ୍ଡ, ଆଇଚର ଭାରତ ବେଞ୍ଜ ପ୍ରଭୃତି ଗାଡି ଗୁଡିକରେ ବ୍ୟବହାର କରାଯାଉଛି । ଏହି ତରଳ ୟୁରିଆର ବହୁଳ ବ୍ୟବହାର ଯୋଗୁ କିଛି ବେପାରୀ ଏହାକୁ କଳାବଜାରୀ କରିବାକୁ ଆଗେଇ ଆସିଛନ୍ତି । ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଗୁଡିକୁ ଏହା କମ ମୂଲ୍ୟରେ ମିଳୁଥିବାରୁ ଡ୍ରାଇଭରମାନେ ଏହାକୁ ବ୍ୟବହାର କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିପଦକୁ ହାତ ଠାରି ଡାକୁଛି ନକଲି ଖାଦ୍ୟ ସାମଗ୍ରୀ, ସତର୍କ କଲେ ଡାକ୍ତର ଓ ଖାଦ୍ୟ ସୁରକ୍ଷା ବିଭାଗ - duplicate food product seized

କେତେ ରହିଛି ଦର ?

ଶୁକ୍ରବାର ଟାଟା କମ୍ପାନୀର ଅସଲି ତରଳ ୟୁରିଆ ବକେଟ (୨୦ଲିଟର) ପ୍ରତି ୧୪ଶହ, ଅଶୋକ ଲେଲାଣ୍ଡ କମ୍ପାନୀର ବକେଟ ପ୍ରତି ୧୩୯୦ଟଙ୍କା ଓ ଆଇଚର କମ୍ପାନୀର ବକେଟ ପ୍ରତି ୧୨୯୦ଟଙ୍କା ଏମଆରପି ରହିଛି । ଯଦିଓ ଏହି ଏମଆରପିରେ ପରିବର୍ତ୍ତନ ରହିଛି ତଥାପି ରେଟ ପାଖାପାଖି ରହୁଛି । ଖୋର୍ଦ୍ଧା ତୋଟାପଡା ଛକରେ ଏହି ଅସଲି ତରଳ ୟୁରିଆ ଡିଲର ପଏଣ୍ଟ ୨/୩ଟି ରହିଛି । ଏଠାରେ ଗ୍ରାହକମାନେ ଜିଏସଟି ବିଲ ସହ କିଣୁଛନ୍ତି । କିନ୍ତୁ ଏହାଠୁ କମ ମୂଲ୍ୟରେ ଅର୍ଥାତ ନକଲି ତରଳ ୟୁରିଆ ନେଉଛନ୍ତି । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ଅଭିଯୋଗ କରିବାରୁ ପୋଲିସ ଏହାକୁ ଗୁରୁତର ସହ ଗ୍ରହଣ କରିଥିଲା । ଦଫା ୩୧୮(୪), ୩୪୭(୧), ୩୪୯ ବିଏନଏସ ଏବଂ କପିରାଇଟ ଆକ୍ଟ ୬୩ ଓ ୬୫ରେ ୨୯୦/୨୪ରେ ଏକ ମାମଲା ରୁଜୁ କରିଥିଲା ଆଦର୍ଶ ଥାନା ପୋଲିସ।

ପୋଲିସର ଖୋଳତାଡ ଆରମ୍ଭ:

ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ ଗଠନ କରାଯାଇ ତୋଟାପଡା ଛକରେ ଚଢଉ କରାଯାଇ ଚଢାଉ କରାଯାଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସଡିପିଓ । ତୋଟାପଡାର ବିଭିନ୍ନ ଚା ଦୋକାନରୁ ଏକ ଡାଲା ଅଟୋରେ 65ବକେଟ ନକଲି ତରଳ ୟୁରିଆ ପୋଲିସ ଜବତ କରିଛି । ଯାହା ୧୨ଶହ ଲିଟରରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ଏହାର ମୂଲ୍ୟ ପାଖାପାଖି 80 ହଜାର ହେବା ନେଇ ଆକଳନ କରାଯାଉଛି । ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ କଟକ ଜଗତପୁର ଯାଇ ଏହି ଫ୍ୟାକ୍ଟ୍ରି ଠାବ କରି ସେଠାରୁ ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ କରିବା ସହ ଲୋଗୋ, ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରିଛି। ଏହି ରାକେଟର ଚେର କୁଆଡେ କୁଆଡେ ଲମ୍ବିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.