ETV Bharat / state

କୋରାପୁଟ ପୋଲିସ ହାବୁଡରେ ସାଇବର ଠକ, ATM ବସାଇବା ନାଁରେ କରୁଥିଲା ଠକେଇ - Fake ATM Installation Case

Cyber Fraudster Arrested: ଲୋକଙ୍କୁ ଖବରକାଗଜ ଦ୍ବାରା ମିଥ୍ୟା ବିଜ୍ଞାପନ ଦେଇ ଠକିବା ଅଭିଯୋଗରେ ପଶ୍ଚିମବଙ୍ଗର ଯୁବକ ଗିରଫ । ଏଟିଏମ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ଵିଜ୍ଞାପନ ଦେଇଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 12, 2024, 9:35 PM IST

କୋରାପୁଟ ପୋଲିସ ହାବୁଡରେ ସାଇବର ଠକ , ଏଟିଏମ ବସାଇବା ନାଁରେ କରୁଥିଲା ଠକେଇ

କୋରାପୁଟ: କୋରାପୁଟ ପୋଲିସ ହାବୁଡ଼ରେ ସାଇବର ଠକ । ଲୋକଙ୍କୁ ଖବରକାଗଜ ଦ୍ବାରା ମିଥ୍ୟା ବିଜ୍ଞାପନ ଦେଇ ଠକିବାର ହୋଇଥିଲା ଅଭିଯୋଗ । ସୂଚନା ଅନୁସାରେ ପଶ୍ଚିମବଙ୍ଗର ମଳୟ ମୈତ୍ରୀ ନାମକ ଯୁବକ ହିଟାଚି କମ୍ପାନୀର ଏଟିଏମ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ଵିଜ୍ଞାପନ ଦେଇଥିଲା l ଵିଜ୍ଞାପନକୁ ଦେଖି କିଛି ବ୍ୟକ୍ତି ଯୁବକଙ୍କୁ ଫୋନ କରିଥିଲେ । ସେମାନଙ୍କ ମନରେ ବିଶ୍ବାସ ଜନ୍ମେଇବା ପାଇଁ କମ୍ପାନୀର ନକଲି ଆଇଡି କାର୍ଡ ଦିଆଯାଇଥିଲା ଓ ସେମାନଙ୍କର କମ୍ପାନୀରେ ନିଯୁକ୍ତି ହୋଇଛି ବୋଲି ମିଛ କହିଥିଲା ।

ପରେ ଏଟିଏମ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ସେ କହିଥିଲା । ଏହା ସହ ସହରୀ ବିକାଶ ମନ୍ତ୍ରଣାଳୟର ଏକ ଜାଲ କାଗଜପତ୍ର ମଧ୍ୟ ଦେଖାଇଥିଲା । ଏଟିଏମ କାଉଣ୍ଟର ବସାଇବା ନିମନ୍ତେ ମାଲିକାନା ପାଇଁ ୧୫ ହଜାର ଟଙ୍କା ଦେବା ପାଇଁ ପ୍ରାର୍ଥୀ ମାନଙ୍କୁ କହୁଥିଲା । ଅନେକ ପ୍ରାର୍ଥୀଙ୍କ ଠାରୁ ସେ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲା । ଟଙ୍କା ନେବା ପରେ ଆଉ ଧରା ଦେଉନଥିଲା ଅଭିଯୁକ୍ତ । ଧରା ନା ଦେବାରୁ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ଠକାମିର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ସୁରକ୍ଷିତ ଇଣ୍ଟରନେଟ ଦିବସ, ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଅଭିଯୋଗକୁ ଭିତ୍ତି କରି କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ସାଇବର ଥାନାର ଗୋଟେ ଟିମ ଉକ୍ତ ଯୁବକଙ୍କ ମୋବାଇଲକୁ ଟ୍ରାକ କରି ପଶ୍ଚିମବଙ୍ଗରୁ ଧରିଥିଲେ l ଅଭିଯୁକ୍ତକୁ ଧରିବା ସମୟରେ ତା ନିକଟରୁ 2 ଲକ୍ଷ ଟଙ୍କା ଓ 3 ଟି ମୋବାଇଲ ଜବତ କରାଯାଇଛି । ଏହା ସହ ଏକ ନୋଟପ୍ୟାଡ ମଧ୍ୟ ଜବତ କରାଯାଇଛି ଯେଉଁଥିରେ ଠକାମିର ଶିକାର ହୋଇଥିବା ଲୋକ ମାନଙ୍କ ନାଁ ଓ ନମ୍ବର ରହିଛି । ଆଉ କିଏ ସବୁ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଏବେ ପୋଲିସ ଖୋଜୁଛି l ଏନେଇ ଆଜି IPS ପ୍ରୋବେଶନର ପାର୍ଥ ଜଗଦିଶ କାଶ୍ୟପ ଓ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଠକେଇ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇପିଏସ ଅଧିକାରୀ ପାର୍ଥ ଜଗଦିଶ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.