ETV Bharat / state

ନୂଆ ରୂପ ପାଇବ ସମ୍ବଲପୁର ଡ଼ିଭିଜନର ୪ଟି ରେଳ ଷ୍ଟେସନ, ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ - Sambalpur Railway Station

Amrit Bharat Stations Scheme: ଅମୃତ ଭାରତ ଷ୍ଟୋସନ ଯୋଜନା ନୂଆ ରୂପ ପାଇବ ଦେଶ ୫୫୪ଟି ରେଳ ଷ୍ଟେସନ । ଏହି ପ୍ରକଳ୍ପରେ ଓଡ଼ିଶାର ୫୭ଟି ଷ୍ଟେସନ ରହିଛି । ଅଧିକ ପଢନ୍ତୁ

gନୂଆ ରୂପ ପାଇବ ସମ୍ବଲପୁର ଡ଼ିଭିଜନର ୪ଟି ରେଳ ଷ୍ଟେସନ, ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ
ନୂଆ ରୂପ ପାଇବ ସମ୍ବଲପୁର ଡ଼ିଭିଜନର ୪ଟି ରେଳ ଷ୍ଟେସନ, ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ
author img

By ETV Bharat Odisha Team

Published : Feb 26, 2024, 10:34 PM IST

ନୂଆ ରୂପ ପାଇବ ସମ୍ବଲପୁର ଡ଼ିଭିଜନର ୪ଟି ରେଳ ଷ୍ଟେସନ, ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସାରା ଦେଶରେ ଅମୃତ ଭାରତ ଷ୍ଟୋସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏହାସହ 1500 RUB ଓ ROBର ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ ପ୍ରକଳ୍ପର ମୂଲ୍ୟ 41,000 ହଜାର କୋଟି ରହିଛି । ଏଥିରେ ଓଡ଼ିଶାର ୫୭ଟି ଷ୍ଟେସନ ରହିଛି ଯାହାର ମୂଲ୍ୟ 3286 କୋଟି ରହିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 21ଟି ଷ୍ଟେସନ କାର୍ଯ୍ୟ ଆରମ୍ଭ ହେବ । ଏହାର ମୂଲ୍ୟ 900 କୋଟି ଚଙ୍କା ରହିଛି । ଏହି ଅବସରରେ ଆଜି (ସୋମବାର) ଦିନ ସମ୍ବଲପୁର ସିଟି ଷ୍ଟେସନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  • " class="align-text-top noRightClick twitterSection" data="">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବହୁ ରେଳ ଷ୍ଟେସନର ପୁନଃ ନିର୍ମାଣ , ରେଳ ବିଭାଗର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କ୍ରମରେ ସମ୍ବଲପୁର ରେଳ ଡ଼ିଭିଜନର ମଧ୍ୟ ବହୁ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସାରା ଦେଶରେ 1500 ROB ଓ RUBର ଲୋକାର୍ପଣ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନା ଏବଂ 554 ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଏଥିରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।

ସେପଟେ ସମ୍ବଲପୁର ଡ଼ିଭିଜନର 4ଟି ଷ୍ଟେସନର ପୁନଃନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ସମ୍ବଲପୁର ରେଳ ମଣ୍ଡଳର 24 କୋଟିର ସମ୍ବଲପୁର ସିଟି ଷ୍ଟେସନ ,19 କୋଟିର ଝାରସୁଗୁଡା ରୋଡ଼ ଷ୍ଟେସନ, 21 କୋଟିର କେସିଙ୍ଗା ଷ୍ଟେସନ ଏବଂ 36 କୋଟିର ଟିଟିଲାଗଡ଼ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ କରାଯିବ । ସବୁ ଷ୍ଟେସନ ଗୁଡିକରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ସୁବିଧା ଉପଲବ୍ଧ ହେବ । ଏଠାରେ ଫୁଟ ଓଭର ବ୍ରିଜ, ଏସ୍କାଲେଟର, ଲିଫ୍ଟର ସୁବିଧା ରହିବ ।

ଏହା ମଧ୍ୟ ପଢନ୍ତୁ ....ଆସନ୍ତା ୫ବର୍ଷରେ ୧୮୫୮ ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’

ସେହିପରି ଝାରସୁଗୁଡା ସରବାହାଲର 52 କୋଟିର ROBର ଲୋକାର୍ପଣ , ବରଗଡ଼ ଜିଲ୍ଲାର ଦେବାହାଲର RUBର ଭିତ୍ତିପ୍ରସ୍ତର ସ୍ଥାପନା, ବରଗଡ଼ ରୋଡ଼ ଷ୍ଟେସନର 20 କୋଟିର RUBର ଲୋକାର୍ପଣ, ଜୁଯୁମୁରା RUBର ଭୂମି ପୂଜନ, ମହାସମୁନ୍ଦର ROB ଏବଂ କଣ୍ଟାବାଞ୍ଜି RUBର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.