ETV Bharat / state

ଜାଣନ୍ତୁ, କେଉଁ ତାରିଖରେ ହେବ ପିଜି ପ୍ରବେଶିକା ପରୀକ୍ଷା ? - CPET 2024

author img

By ETV Bharat Odisha Team

Published : May 18, 2024, 10:04 AM IST

CPET EXAM 2024: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପିଜି ନାମଲେଖା ପାଇଁ ଆବେଦନ । ତେବେ ଜାଣନ୍ତୁ କଣ ରହିଛି ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।

CPET EXAM 2024
CPET EXAM 2024 (ETV Bharat Odisha)

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ପିଜି ନାମଲେଖା ପାଇଁ ଆବେଦନ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଆସନ୍ତା କାଲି ଠାରୁ ପିଜି ଆଡମିଶନ ପାଇଁ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ମେ ୨୭ ତାରିଖ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ରହିଛି। ଏହାପରେ ଜୁନ୍ ୨୨ ତାରିଖ ପରଠାରୁ ୱେବସାଇଟରେ ହଲ୍ ଟିକେଟ ବା ଆଡମିଟ କାର୍ଡ ଉପଲବ୍ଧ ହେବ। ଜୁଲାଇ ୩ ତାରିଖରୁ ଜୁଲାଇ ୧୪ ତାରିଖ ଭିତରେ ବିଭିନ୍ନ ବିଷୟରେ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜୀକରଣ କରିବାକୁ ଥିବା ପରୀକ୍ଷାର୍ଥୀମାନେ www.samsodisha.gov.in ଏହି ୱେବ୍ ସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ।

ପିଜିରେ ନାମ ଲେଖାଇବା ପାଇଁ ଚାହୁଁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

  • ପିଜିରେ ନାମ ଲେଖାଇବା ପାଇଁ ପରୀକ୍ଷାର୍ଥୀ ମାନେ ନିଶ୍ଚିତ ଭାବରେ ଏକ ୟୁଜିସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରୁ ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ। ଯେଉଁ ପରୀକ୍ଷାର୍ଥୀ ମାନଙ୍କର ୟୁଜି ପରୀକ୍ଷା ଫଳାଫଳ ଗୁଡିକ ଅପେକ୍ଷାରେ ରହିଛି ଅର୍ଥାତ ରେଜଲ୍ଟ ପ୍ରକାଶ ପାଇନାହିଁ, ସେମାନେ ପିଜି ପରୀକ୍ଷା ପାଇଁ ସାଧାରଣ ଆବେଦନ ଫର୍ମ (C (CAF) ପୂରଣ କରିବେ। ସେହି ଫର୍ମଟି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀ ମାନେ ସେମାନଙ୍କର ମାର୍କ ଅପଲୋଡ୍ କରିବେ।
  • ପୁରୀର ଓଡିଆ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମ ପାଇଁ ସାମ୍ସ ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଦୁଇଟି କଲେଜରେ ଏକାଡେମିକ୍ ଅଧିବେଶନ ୨୦୨୪-୨୫ରୁ ନାମଲେଖା କରାଯିବ। ଏହା ସହ ଚଳିତ ଶିକ୍ଷାବର୍ଷରୁ ଓଡିଆ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମ ପାଇଁ କୌଣସି ପୃଥକ ଭାବରେ ପରୀକ୍ଷା ଏବଂ ନାମଲେଖା କରାଯିବ ନାହିଁ।
  • ଚଳିତ ଶିକ୍ଷାବର୍ଷ ଅଧିବେଶନରେ ପି.ଜି.ରେ ନାମଲେଖା ପାଇଁ 3ଟି ପର୍ଯ୍ୟାୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଥିବା ମେଧା ତାଲିକାରେ ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ଦିଆଯିବ। ସେହିପରି ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ପରୀକ୍ଷାର୍ଥୀ ମାନେ ମଧ୍ୟ ନାମଲେଖାଇ ପାରିବେ। ଏହା ସହ ଯଦି କୌଣସି କଲେଜରେ ସିଟ ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଖାଲି ରହିଲା ତେବେ ପରବର୍ତ୍ତୀ ସମୟରେ ସ୍ପଟ୍ ନାମଲେଖା କରାଯିବ।
  • କୌଣସି ଉଚ୍ଚଶିକ୍ଷାନୁଷ୍ଠାନର ଯେକୌଣସି ବିଷୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇଥିବା ପରେ ନାମ ଲେଖାଇଛନ୍ତି। ସେହି ପରୀକ୍ଷାର୍ଥୀ ମାନେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେବାକୁ ଯୋଗ୍ୟ ହେବେ ନାହିଁ। ଯାହାକି ଅବଶିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସିଟ ଉପଲବ୍ଧ କରାଯିବ। ଅନ୍ୟପଟେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ନାମଲେଖାଇ ନାହାନ୍ତି ତେବେ ସେହି ପରୀକ୍ଷାର୍ଥୀ ମାନଙ୍କୁ ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯିବ।
  • ଇଲେକ୍ଟିଭ ପେପର ସହିତ ଏକ ପରୀକ୍ଷାର୍ଥୀ ଯାହା ୟୁଜି.ରେ ଅତି କମରେ ୨୪ କ୍ରେଡିଟ ନମ୍ବର ରହିଥିବା ଆବଶ୍ୟକ। ତେବେ ପିଜି ପାଠ୍ୟକ୍ରମରେ ସେହି ବିଷୟ ପାଇଁ ଆବେଦନ କରିବାକୁ ଜଣେ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହେବେ। ଯଦି ଜଣେ ପରୀକ୍ଷାର୍ଥୀ ଭୁଲ ବିବରଣୀ ପ୍ରବେଶ କରନ୍ତି (ଅତିକମରେ ୨୪ କ୍ରେଡିଟ୍ ନାହିଁ କିନ୍ତୁ ସମାନ ଉଲ୍ଲେଖ କରିଛନ୍ତି) ତେବେ ନାମଲେଖା ଏବଂ ଡକ୍ୟୁମେଣ୍ଟ ଭେରିଫିକେଶନ ସମୟରେ ତାଙ୍କ ପ୍ରାର୍ଥୀପତ୍ର ବାତିଲ କରାଯିବ।
  • ଚଳିତ ଶିକ୍ଷାବର୍ଷରେ ପରୀକ୍ଷାର୍ଥୀ ମାନେ ଆବେଦନ କରୁଥିବା ସମୟରେ ସଠିକ ଭାବରେ ଠିକଣା, ବାର୍ଷିକ ଆୟ ଏବଂ ଜାତି ପ୍ରମାଣପତ୍ର ଅପଲୋଡ୍ କରିବା ଆବଶ୍ୟକ। ତେବେ CAF ପୂରଣ କରିବା ପୂର୍ବରୁ ଆବଶ୍ୟକ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଆବେଦନକାରୀମାନେ CAF ପୂରଣ କରିବା ସମୟରେ ପ୍ରମାଣପତ୍ର ଅପଲୋଡ୍ କରିବାରେ ବିଫଳ ହୁଅନ୍ତି, ତେବେ ପରବର୍ତ୍ତୀ ସମୟରେ ସମସ୍ତ ପ୍ରମାଣପତ୍ର ଯାଞ୍ଚ ସମୟରେ ପ୍ରମାଣପତ୍ର ଅପଲୋଡ୍ କରିବାକୁ ଆଉ ଏକ ସୁଯୋଗ ଦିଆଯିବ। ଅଥଚ ଆବଶ୍ୟକ ସାର୍ଟିଫିକେଟ୍ ଅପଲୋଡ୍ ନକଲେ ସେମାନେ ଆବେଦନ ଦାଖଲ କରିବାକୁ ସମର୍ଥ ହେବେ ନାହିଁ।

ତେବେ ଅଧିକ ବିବରଣୀ ପାଇଁ ଯୋଗାଯୋଗ ପାଇଁ ଇ-ଆଡମିଶନ ହେଲ୍ପଲାଇନ (ଟୋଲ ଫ୍ରି) ନମ୍ବର ୧୫୫୩୩୫/ ୧୮୦୦୩୪୪୬୭୭୦

ଏହା ମଧ୍ୟ ପଢ଼ନ୍ତୁ..RTEରେ ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଲଟେରୀ, ଚୟନ ହେଲେ ୧,୫୮୯ ଛାତ୍ରଛାତ୍ରୀ - Mass Education Department

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.