ETV Bharat / state

ଦୁଃଖ ବୁଝିଲାନି ପ୍ରଶାସନ, ଅସ୍ତରଙ୍ଗରେ ଘରେ ଘରେ ଲାଗିଛି ଭୋଟ ବର୍ଜନ ପୋଷ୍ଟର ! - BOYCOTT VOTE Threaten

author img

By ETV Bharat Odisha Team

Published : Mar 28, 2024, 2:13 PM IST

Villagers threaten to boycott vote: ଦୁଃଖ ଶୁଣୁ ନାହାନ୍ତି ସରକାର । ନିମାପଡା ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ ବରାଙ୍ଗ ଅଞ୍ଚଳର୨୩ଟି ଦଳିତ ପରିବାର ଭୋଟ ବର୍ଜନ କରିବାକୁ ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ

Villagers threaten to boycott vote
Villagers threaten to boycott vote
Villagers threaten to boycott vote

ନିମାପଡା: ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ ଜିଣି ଭୋଟ ହାତେଇବାକୁ ସମସ୍ତ ରାଜନୈତିକ ଦଳ ଉଦ୍ୟମ କରୁଛନ୍ତି । ଏହାରି ମଧ୍ୟରେ ନିମାପଡା ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ ବରାଙ୍ଗ ଅଞ୍ଚଳର ୨୩ଟି ଦଳିତ ପରିବାର ଭୋଟ ବର୍ଜନର ଦେଇଛନ୍ତି ଧମକ । କାରଣ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପରିବାରକୁ ଯୋଗାଇ ଦିଆଯାଇ ଥିବା ଚାଷ ଜମିରୁ କିଛି ଦୁର୍ବୃତ୍ତ ଫସଲ କାଟି ନେଉଛନ୍ତି । ହେଲେ ଏନେଇ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେଉଥିବାରୁ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି ଏହି ଦଳିତ ପରିବାର ।

ତେବେ କିଛି ମାସ ପୂର୍ବେ ରାଜ୍ୟ ଦଳିତ ଆଦିବାସୀ ମହାସଂଘ ସଭାପତିଙ୍କ ନେତୃତ୍ବରେ ନିଜର ହକ ପାଇଁ ଜାତୀୟ ରାଜପଥର ପିପିଲି ଟୋଲଗେଟ ଠାରୁ ବାହାରି ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲେ ୨୩ ଦଳିତ ପରିବାର । ଏନେଇ ପ୍ରତିଶୃତି ମିଳିଥିଲା ଯେ ଯଥା ଶୀଘ୍ର ସେମାନଙ୍କ କଥା ବୁଝାଯିବ ମାତ୍ର ପ୍ରତିଶୃତି ପ୍ରତିଶ୍ରୁତିର ରହିଗଲା । ଏହାପରେ ଗତ କିଛି ମାସ ଧରି ଅନେକ ଥର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଦଳିତ ପରିବାର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ ।

ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦଳିତ ପରିବାରମାନଙ୍କୁ 2009 ମସିହାରେ ଚାଷ କରିବା ପାଇଁ ପ୍ରତି ପରିବାରକୁ ଏକ ଏକର ଜମି ଯୋଗାଇ ଦିଆଯାଇଥିଲା । ଏହି ଚାଷ ଜମିରେ ଚାଷ କରି ଏମାନେ ସେମାନଙ୍କ ପରିବାର ଭରଣ ପୋଷଣ କରୁଥିଲେ । ମାତ୍ର ଉକ୍ତ ଅଞ୍ଚଳରେ ଥିବା କିଛି ଖଳ ପ୍ରକୃତିର ଲୋକ ମାନେ ସେମାନଙ୍କ ଚାଷ ଜମିରୁ ଧାନ କାଟି ନେବା ସହିତ ମାଟି ତାଡି ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟ, ୨୩ ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ

ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏମାନଙ୍କୁ କୌଣସି ସହାୟତା ମିଳିପାରୁନାହିଁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅସ୍ତରଙ୍ଗ ପୋଲିସ ମଧ୍ୟ ଖାତିର କରୁନଥିବା ଅଭିଯୋଗ ଆଣିଛନ୍ତି ଏହି ଦଳିତ ଲୋକମାନେ । ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ଖଳ ପ୍ରକୃତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ 23 ଦଳିତ ପରିବାର ସହିତ କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରାୟ 15ଟି ପଞ୍ଚାୟତର 10 ହଜାରରୁ ଊର୍ଦ୍ଧ୍ବ ଦଳିତମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି । ସରକାର ଓ ଜିଲ୍ଲା ପ୍ରଶାସନ ଆମର ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ କରିବୁ ବୋଲି ଧମକ ଦେଇ ଘର କାନ୍ଥରେ ପୋଷ୍ଟର ଲଗାଇଛନ୍ତି 23 ଦଳିତ ପରିବାର ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.