ETV Bharat / state

ପୁଲଓ୍ବାମା ଆତ୍ମଘାତୀ ବିସ୍ଫୋରଣକୁ 5 ବର୍ଷ, ସହିଦ ମନୋଜଙ୍କୁ ଝୁରୁଛି ଗାଁ ମାଟି - ପୁଲଓ୍ବାମା ଆତ୍ମଘାତୀ ବିସ୍ଫୋରଣ

Saheed Odia Jawan Manoj Behera: ପୁଲଓ୍ବାମା ଆତ୍ମଘାତୀ ବିସ୍ଫୋରଣକୁ 5 ବର୍ଷ ପୂରିଛି । ଆଜି ବି ସହିଦ ମନୋଜ ବେହେରାଙ୍କୁ ଝୁରୁଛି ଜନ୍ମମାଟି । ଅଧିକ ପଢନ୍ତୁ

ସହିଦ ମନୋଜଙ୍କୁ ଝୁରୁଛି ଗାଁ ମାଟି
ସହିଦ ମନୋଜଙ୍କୁ ଝୁରୁଛି ଗାଁ ମାଟି
author img

By ETV Bharat Odisha Team

Published : Feb 14, 2024, 2:30 PM IST

Saheed Odia Jawan Manoj Behera

ନିଆଳି: ରତନପୁର ରତ୍ନ ନାହାଁନ୍ତି ସତ ଛାଡି ଯାଇଛନ୍ତି ଅନେକ ଛାପ । ଆଜି ବି ଝୁରୁଛି ଗାଁ ମାଟି ଝୁରୁଛନ୍ତି ବାପା ମାଆ । ଆଜିର ଦିନରେ ଭାରତ ମାଟିରେ ଆତତାୟୀଙ୍କ ବିସ୍ଫୋରଣରେ ଶହୀଦ ହୋଇଯାଇଥିଲେ ଅନେକ ବୀର ଯବାନ । ଏଥିରେ ଥିଲେ କଟକ ଜିଲ୍ଲା ନିଆଳି ଥାନା ରତନପୁର ପଞ୍ଚାୟତର ଜିତେନ୍ଦ୍ର ବେହେରାଙ୍କ ଏକମାତ୍ର ପୁଅ ମନୋଜ କୁମାର ବେହେରା । ମନୋଜଙ୍କ ସହିଦକୁ 5 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ଝୁରୁଛନ୍ତି ସ୍ଥାନୀୟ ବାସିନ୍ଦା । କଟକ ଜିଲ୍ଲା ନିଆଳି ବ୍ଳକ ରତନପୁର ଗାଁର ଜିତେନ୍ଦ୍ର ବେହେରା ଏବଂ ସାବିତ୍ରୀଙ୍କ ଏକମାତ୍ର ପୁତ୍ର ସହିଦ ମନୋଜ ବେହେରା । ମନୋଜ ଘରର ଏକମାତ୍ର ରୋଜଗାରିଆ ପୁଅ ରହିଥିବା ବେଳେ ବର୍ତ୍ତମାନ ପୁଅକୁ ଝୁରି ଦିନ କାଟୁଛନ୍ତି ବାପା ମାଆ ।

2019 ମସିହା ଫେବୃଆରୀ 14 ତାରିଖ । ସାରା ଦେଶ ପାଇଁ ଥିଲା କଳା ଦିନ । ଠିକ ଆଜିର ଦିନରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ୨୦୧୯ ଫେବୃୟାରୀ ମାସର ୧୯ ତାରିଖ ଦିନ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିର ଏକ କନଭେନ୍ଯୁ ଜମ୍ମୁ ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ଲେଥାପୋରାରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଗଡିଥିଲା ଭାରତୀୟ ସୁରକ୍ଷା କର୍ମୀଙ୍କ ମୁଣ୍ଡ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ଶହୀଦ ହୋଇଯାଇଥିଲେ । ଏହି ବିସ୍ଫୋରଣରେ ଦୁଇ ଜଣ ଓଡ଼ିଶା ପୁଅ ସହିଦ ହୋଇଥିଲେ।‌ ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ପ୍ରସନ୍ନ କୁମାର ସାହୁ ଏବଂ ରତନପୁରର ରତ୍ନ ମନୋଜ ବେହେରା। ଦେଶ ପାଇଁ ବଳିଦାନ ଦେଇଥିବା ଦୁଇ ବୀର ଯାବନଙ୍କ ଶହୀଦକୁ ଆଜି 5 ବର୍ଷ ପୂର୍ତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ: 14 ଫେବୃଆରୀ ଭାରତ ପାଇଁ କଳା ଦିବସ; ଦେଶ ହରାଇଥିଲା 44 ବୀରପୁତ୍ର

ଆଜି ଦିନକୁ ସ୍ମରଣୀୟ କରିବା ପାଇଁ ପରିବାରବର୍ଗ ପକ୍ଷରୁ ଘର ସମ୍ମୁଖରେ ମନୋଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଦିପ ପ୍ରଜ୍ଜ୍ୱଳନ ସହିତ ଗୀତା ଭାଗବତ ପାଠ କରାଯାଇଛି । ଚାରିଛକସ୍ଥିତ ନୂଆଗାଁ ଆତ୍ମାରାମ ବାଳାଶ୍ରମ ପକ୍ଷରୁ ୧୮ ଅଧ୍ଯାୟ ଗୀତା ପାଠ କରାଯାଇଥିଲା । ସେହିପରି ସହିଦ ମନୋଜଙ୍କ ସାମାଧି ପୀଠରେ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ସହିତ ଦୀପଦାନ କରାଯାଇଛି।‌ ଘର ଭିତରେ ମନୋଜଙ୍କ ଉଦ୍ଦେଶ୍ୟରେ ମନୋଜଙ୍କ ବାପା ଜିତେନ୍ଦ୍ର ଏକ ଲାଇବ୍ରେରୀ ଖୋଲିବା ସହିତ ସହିଦ ମନୋଜଙ୍କ ପ୍ରତ୍ୟେକଟି ଫଟୋକୁ ସ୍ଥାନ ଦେଇଛନ୍ତି । ଜିତେନ୍ଦ୍ରଙ୍କ କହିବା କଥା ପୁଅକୁ ହରାଇ ଯେତିକି ଦୁଃଖି ସେତିକ ଆହୁରି ଖୁସି ଦେଶ ବାସୀଙ୍କ ପାଇଁ ସହିଦ ହେବା । ଏମିତି ପୁଅ ଦେଶ ଆଉ ଜାତି ପାଇଁ ସ୍ବନାକ୍ଷାରରେ ନାଁ ରଖିଥିବା ଯୋଗୁଁ ନିଆଳି ମାଟି ଆଜି ଗର୍ବିତ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.