ETV Bharat / state

ତେଜୁଛି ଏନଏସି ଦାବି, ଧାରଣାରେ ବସିଲା ବୋଲଗଡ଼ କ୍ରିୟାନୁଷ୍ଠାନ କମିଟି

author img

By ETV Bharat Odisha Team

Published : Mar 6, 2024, 8:34 PM IST

Protest Over NAC Demand In Bolagarh: ବୋଲଗଡ଼କୁ ଏନଏସି ମାନ୍ୟତା ଦାବିରେ ବଢୁଛି ପ୍ରତିବାଦ ସ୍ବର । ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ତେଜୁଛି ଏନଏସି ଦାବି, ଧାରଣାରେ ବସିଲା ବୋଲଗଡ଼ କ୍ରିୟାନୁଷ୍ଠାନ କମିଟି
ତେଜୁଛି ଏନଏସି ଦାବି, ଧାରଣାରେ ବସିଲା ବୋଲଗଡ଼ କ୍ରିୟାନୁଷ୍ଠାନ କମିଟି

ତେଜୁଛି ଏନଏସି ଦାବି, ଧାରଣାରେ ବସିଲା ବୋଲଗଡ଼ କ୍ରିୟାନୁଷ୍ଠାନ କମିଟି

ଖୋର୍ଦ୍ଧା: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯିବା ସହ ଧାରଣା ଦେଉଛନ୍ତି ଅଞ୍ଚଳବାସୀ । ରାଜ୍ୟ ସରକାରଙ୍କ ନୂତନ ଏନଏସି ଘୋଷଣା ପରେ ଏନଏସିରୁ ବାଦ ପଡିଥିବା ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଏବେ ଜୋର ଧରିଛି । ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ବ୍ଲକ ଏନଏସି ମାନ୍ୟତା ପାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଆଜି (ବୁଧବାର) ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ବୋଲଗଡ଼ ତହସିଲ କାର୍ଯାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ଶତାଧିକ ଅଞ୍ଚଳବାସୀ । ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ଗତ ୨୬ ତାରିଖରେ ସହରର ସମସ୍ତ ଦୋକାନ ବଜାର ବନ୍ଦ କରି କିଛି ସମୟ ପାଇଁ ପ୍ରତିବାଦ କରିଥିଲେ । ଆନ୍ଦୋଳନକାରୀ ମାନେ ଏକ ଶୋଭାଯାତ୍ରାରେ ବୋଲଗଡ଼ ସହର ପରିକ୍ରମା କରିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀଙ୍କ ଦାବି ରାଜ୍ୟ ସରକାର ବେଗୁନିଆକୁ ଏନଏସି ଘୋଷଣା କରିଥିବା ବେଳେ ବୋଲଗଡ଼ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ।

ପୂର୍ବରୁ ବୋଲଗଡ଼କୁ ଏନଏସି କରିବା ପାଇଁ ବିଧାନସଭାରେ ପ୍ରସଙ୍ଗ ଉଠିବାଥିବା ବେଳେ ବୋଲଗଡ଼ ମଧ୍ୟ ଏନଏସିର ସମସ୍ତ ଯୋଗ୍ୟତା ଥାଇ ଆଜି ଏହି ତାଲିକାରୁ ବାଦ ପଡିଛି । ତେଣୁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତହସିଲ କାର୍ଯାଳୟ ଆଗରେ ଧାରଣା ଦେଇଛନ୍ତି । ସରକାର ଯଦି ଏଥିପ୍ରତି ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଭୋଟ ବର୍ଜନ ସହ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି । ସେପଟେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ସ୍ଥଳରେ ବିଜେଡି ,ବିଜେପି ଓ କଂଗ୍ରେସ ନେତା ମାନେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ ....ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ କହିଲା ବିଜେପି

ସେପଟେ ବୋଲଗଡ଼ ଏନଏସି ପାଇଁ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ସରକାର କାହିଁକି ବୋଲଗଡ଼ ବାସୀଙ୍କୁ ଉପେକ୍ଷା କରୁଛନ୍ତି ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି । ସେହିପରି ସ୍ଥାନୀୟ ବିଧାୟକ ବୋଲଗଡ଼ ଏନଏସି ପାଇଁ ୫ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ବୋଲଗଡ଼ବାସୀଙ୍କ ଦାବିକୁ ପୂରଣ ପାଇଁ ଉଦ୍ୟମ କରିବେ ବୋଲି ଧାରଣା ସ୍ଥଳରେ କହିଛନ୍ତି । କିନ୍ତୁ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.