ETV Bharat / state

କଟକରେ କଲବଲ କରୁଛି ଖରା, ଆଶ୍ବସ୍ତି ଦେଉଛି ଲସି ସରବତ - Cuttack Lassi Demand

author img

By ETV Bharat Odisha Team

Published : Apr 21, 2024, 6:07 PM IST

Heatwave in Cuttack: ଖରା ବଢିବାରେ ଲାଗୁଛି । କଟକ ତାପମାତ୍ରା ବଢ଼ୁଥିବା ବେଳେ ଲୋକେ ଥଣ୍ଡା ପାନୀୟ ପ୍ରତି ମନ ବଳାଉଛନ୍ତି । ଲସି ଦେକାନରେ ଲୋକଙ୍କ ଭିଡ ଜମୁଛି । ଅଧିକ ପଢ଼ନ୍ତୁ

ଆଶ୍ବସ୍ତି ଦେଉଛି ଲସି ସରବତ
ଆଶ୍ବସ୍ତି ଦେଉଛି ଲସି ସରବତ

ଆଶ୍ବସ୍ତି ଦେଉଛି ଲସି ସରବତ

କଟକ: ସିଲଭରସିଟିରେ ଅସହ୍ୟ ତାତି । ଓଡ଼ିଶାର ଗ୍ରୀଷ୍ମ ଲହରୀ ଜନଜୀବନକୁ ବେହାଲ କରିଦେଇଛି । ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । କଟକ ଜିଲ୍ଲାରେ ସତେ ଆକାଶରୁ ଅଗ୍ନିବର୍ଷା ହେଲାଭଳି ଲାଗୁଛି । 10ଟା ବାଜିଲେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ସେପଟେ ପାରଦ ବର୍ତ୍ତମାନ 41 ଡିଗ୍ରୀ ପାର ହେବକୁ ବସିଲାଣି । ଏପରିକି ଦୋକାନ ବଜାରେ ମଧ୍ୟ ଲୋକ ନଜର ଆସୁ ନାହାନ୍ତି । ରାସ୍ତାଘାଟ ହୋଇପଡୁଛି ଜନଶୂନ୍ୟ । ଏହି ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ଲୋକ ମାନଙ୍କ ପାଇଁ ତୃପ୍ତିର ମାର୍ଗ ପାଲଟିଛି ଦହି ସର୍ବତ ବା ଲସି ।

କଟକରେ ଯେପରି ପ୍ରଚଣ୍ଡ ରୌଦ୍ରତାପ ହେଉଛି ସେଥିରେ ଅଂଶୁଘାତରେ ପ୍ରାଣ ଯିବା ପରି ପରିସ୍ଥିତି ଉପୁଜିବା ସାର । ସେଥିମଧ୍ୟରେ ଲୋକ ମାନଙ୍କ ପାଇଁ ଲସି ସର୍ବତ ଯେମିତି ସାଜିଛି ସଞ୍ଜିବନୀ । ଖରା ସାଙ୍ଗକୁ ଝାଞ୍ଜି ପବନରେ ଲସି ସର୍ବତ ଲୋକ ମାନଙ୍କୁ ଦେଉଛି ଆଶ୍ବସ୍ତି । ଦୋଳ ମୁଣ୍ଡେଇ, କଲେଜ ଛକ, ବାଦାମବାଡ଼ି, ରାଣୀହାଟ ଆଦି ଅଞ୍ଚଳରେ ଥିବା ଲସି ସର୍ବତ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । କଟକର ଭେରାଇଟ ଲସି ବ୍ୟବସାୟୀ ମାନେ ବେଶ ଲାଭବାନ ହେଉଛନ୍ତି । କାଜୁ, ଚେରୀ, କିସମିସ, ସ୍ପେଶାଲ ଦହି ସାଙ୍ଗକୁ ନଡ଼ିଆ ଇତ୍ୟାଦି ପକାଇ ଅତି ସୁନ୍ଦର ଭାବରେ ଲସି ସର୍ବତ ତିଆରି କରି ଗ୍ରାହକ ମାନଙ୍କୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ଅତ୍ୟଧିକ ଖରା ହେଉଥିବାରୁ ଦିନ ସମୟରେ ସାମନ୍ୟ ଲସି ବେପାର ମାନ୍ଦା ରହୁଛି । ହେଲେ ସନ୍ଧ୍ୟା ସମୟରେ ଲସି ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କାରଣରୁ ଜଳଛତ୍ର ଅପେକ୍ଷା ଲସି ସର୍ବତ ଉପରେ ଲୋକଙ୍କ ଦୃଷ୍ଟିଗୋଚର ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟରେ ଅଗ୍ନିବର୍ଷା, ଅସ୍ତବ୍ୟସ୍ତ ଷ୍ଟିଲସିଟିବାସୀ - HEATWAVE

ସେପଟେ ଭାରତର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ବାରିପଦା ଓ ବୌଦ୍ଧ । ଏହି 2 ସହରରେ ଗତକାଲି (ଶନିବାର) ତାପମାତ୍ରା ଶିଖର ଛୁଇଁଥିଲା । ୪୫.୨ ଡିଗ୍ରୀ ତାପମାତ୍ରା ସହ ବାରିପଦା ଏବଂ ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ରାଜ୍ୟର 29ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ୧୩ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଜି ଠାରୁ ୨୪ ଏପ୍ରିଲ ମଧ୍ୟରେ ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.