ETV Bharat / state

ସ୍ବର୍ଗତ ରାମୋଜୀ ରାଓଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତରତ୍ନ ପ୍ରଦାନ ଦାବି - Demand Bharat Ratna For Ramoji Rao

author img

By ETV Bharat Odisha Team

Published : Jun 18, 2024, 9:00 PM IST

Demand Bharat Ratna For Ramoji Rao: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ଅବର୍ତ୍ତମାନରେ ତାଙ୍କୁ ଭାରତରତ୍ନ ଦେବା ପାଇଁ ଉଠିଛି ଦାବି । ବ୍ରହ୍ମପୁର ଠାରେ ଆନ୍ଦ୍ରା ଭାଷାଭିବର୍ଦ୍ଧନୀ ସମାଜମ୍ ପକ୍ଷରୁ ଏହି ଦାବି ଉପସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ

Demand Bharat Ratna For Ramoji Rao
Demand Bharat Ratna For Ramoji Rao (ETV Bharat Odisha)

ବ୍ରହ୍ମପୁର: ମିଡିଆ ଦୁନିଆର ପ୍ରବାଦ ପୁରୁଷ ରାମୋଜୀ ରାଓଙ୍କ ବିୟୋଗ ଦେଶରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ସିନେମା ଠାରୁ ଆରମ୍ଭ କରି ପର୍ଯ୍ୟଟନ ଏବଂ ଛାପା ଗଣମାଧ୍ୟମ ଠାରୁ ଓ ଡିଜିଟାଲ ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିଲେ ରାମୋଜୀ ରାଓ । ତାଙ୍କର ଦେହାନ୍ତ ପରେ ବ୍ରହ୍ମପୁର ସହରରେ ସ୍ବର୍ଗତ ରାମୋଜୀ ରାଓଙ୍କ ସାଧାରଣ ଜନତାଙ୍କ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତରତ୍ନ ପ୍ରଦାନ କରିବାକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ଅବସରରେ ବିଭିନ୍ନ ମହଲରେ ଦାବି ଉଠିଛି । ବ୍ରହ୍ମପୁର ଠାରେ ଆନ୍ଧ୍ରା ଭାଷାଭିବର୍ଦ୍ଧନୀ ସମାଜମ୍ ପକ୍ଷରୁ ଏନେଇ ସ୍ବର୍ଗତ ରାମୋଜୀ ରାଓଙ୍କ ସ୍ମୃତି ଚାରଣ କରାଯିବା ସହିତ ପୃଥିବୀରେ ତେଲୁଗୁ ଭାଷାଭାଷୀଙ୍କ ପାଇଁ କାର୍ଯ୍ୟ କରିବା କ୍ଷେତ୍ରରେ ଯେଉଁ ମହାନ ବ୍ୟକ୍ତିବିଶେଷ ରହିଛନ୍ତି ସେମାନଙ୍କ ମଧ୍ୟରେ ସ୍ବର୍ଗତ ରାମୋଜୀ ରାଓ ଅନ୍ୟତମ ବୋଲି କହିଛନ୍ତି ସମାଜ କର୍ମକର୍ତ୍ତା ।

ବ୍ୟକ୍ତିଗତ ଭାବରେ ରାମୋଜୀ ରାଓଙ୍କ ସହିତ ଦେଶର କୋଣ ଅନୁକୋଣରେ ଅନେକ ବ୍ୟକ୍ତିବିଶେଷଙ୍କର ସଂପର୍କ ରହିଥିବା ବେଳେ ତାଙ୍କ କାର୍ଯ୍ୟକୁ ନେଇ ସମସ୍ତେ ଋଣୀ ବୋଲି କୁହାଯିବା ସହିତ ଇଟିଭି ଏବଂ ଇନାଡୁ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା କୁହାଯାଇଛି । ଏପରିକି ସ୍ବର୍ଗତ ରାମୋଜୀ ରାଓଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ତାଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ କରିବାକୁ ଏ ନେଇ ଅନୁରୋଧ ପତ୍ର ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ.... ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଏକାଠି ହେବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ - Tribute to Ramoji Rao

ଗୋଟିଏ ପଟେ ନିଜର ବିଶାଳ ଅନୁଷ୍ଠାନ ଏବଂ ବିଶେଷକରି ବିଗତ ପାଞ୍ଚ ଦଶନ୍ଧି ମଧରେ ବିଭିନ୍ନ ମାଧ୍ୟମରେ ସାମ୍ବାଦିକତାର ପ୍ରସାର କ୍ଷେତ୍ରରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ପଦ୍ମବିଭୂଷଣ ରାମୋଜୀ ରାଓ ଇଟିଭି ଭଳି ପ୍ଲାର୍ଟ ଫର୍ମରେ ଖବର ପ୍ରସାରଣ ଠାରୁ ଆରମ୍ଭ କରି ଅନେକ ଯୁବ ପ୍ରତିଭା ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଷୟକୁ ସମସ୍ତଙ୍କ ମଧ୍ୟରେ ଆଜି ବି ସ୍ମରଣ କରୁଥିବା କହିଛନ୍ତି । ଏପରିକି ବ୍ରହ୍ମପୁର ସହରବାସିନ୍ଦା ସମେତ ଦକ୍ଷିଣ ଓଡିଶାରେ ରହୁଥିବା ତେଲୁଗୁ ଭାଷାଭାଷୀ ଜନସାଧାରଣଙ୍କ ପାଇଁ କିଭଳି ଇନାଡୁ ଖବର କାଗଜ ସକାଳ ସମୟରେ ପହଞ୍ଚିବ ତାହାକୁ ନେଇ ରାମୋଜୀ ରାଓଙ୍କ ବଳିଷ୍ଠ ଉଦ୍ୟମକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ସହରବାସିନ୍ଦା । ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରି ସାରା ଦେଶରେ ଅନେକ ପରିବର୍ତ୍ତନ ଆଣିଥିବା ସ୍ବର୍ଗତ ରାମୋଜୀ ରାଓଙ୍କ କାର୍ଯ୍ୟ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ସେପଟେ ଉଷାକିରଣ ଚଳଚିତ୍ରକୁ ଆଜି ମଧ୍ୟ ଏହି ଅବସରରେ ଅନେକ ମନ ପକାଇଛନ୍ତି ।

ଗଣମାଧ୍ୟମ ଜଗତରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ସ୍ବର୍ଗତ ରାମୋଜୀ ରାଓ ୧୯୬୯ରେ ତେଲୁଗୁ ଭାଷାରେ କୃଷିଭିତ୍ତିକ ପତ୍ରିକା ଅନ୍ନଦାତାରୁ ଆରମ୍ଭ ହୋଇଥିଲା ମିଡିଆ ଯାତ୍ରା । ପରବର୍ତ୍ତୀ ସମୟରେ ୧୯୭୪ରେ ତେଲୁଗୁ ଭାଷାରେ ଇନାଡୁ ଖବରକାଗଜ ଏବଂ ପରେ ବହୁଭାଷୀ ଟେଲିଭିଜନ ନେଟୱାର୍କ ଈଟିଭି ସହିତ ପୃଥିବୀର ସର୍ବବୃହତ୍ତ ଫିଲ୍ମସିଟି ରାମୋଜୀ ଫିଲ୍ମ ସିଟି ଏବଂ ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ମିଡିଆ ପ୍ଲାଟଫର୍ମ କ୍ଷେତ୍ରରେ ବହୁଭାଷୀ ଇଟିଭି ଭାରତ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ରହିଥିବା ପଦ୍ମବିଭୂଷଣ ରାମୋଜୀ ରାଓଙ୍କୁ ହରାଇ ଝୁରୁଛି ସାରା ଦେଶ । ଆଉ ଏଭଳି ସମୟରେ ସ୍ବର୍ଗତ ରାମୋଜୀ ରାଓଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତରତ୍ନ ପ୍ରଦାନ ଏକ ଶ୍ରେଷ୍ଠ ସମ୍ମାନ ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.