ETV Bharat / state

ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ବନ୍ଧୁକ ଦେଖାଇ ଘେରିଲେ ଟ୍ରଲର ମାଫିଆ

author img

By ETV Bharat Odisha Team

Published : Mar 19, 2024, 11:21 AM IST

Updated : Mar 19, 2024, 11:38 AM IST

Attack on forest officials during patrolling: ମଝି ସମୁଦ୍ରରେ ବନ ବିଭାଗର ପାଟ୍ରୋଲିଂ ଟିମକୁ ଆକ୍ରମଣ । ବନ୍ଧୁକ ଦେଖାଇ ଘେରିଲେ ଟ୍ରଲର ମାଫିଆ । ଅଧିକ ପଢନ୍ତୁ

ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ
ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ
ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ

କେନ୍ଦ୍ରାପଡା: ମଝି ସମୁଦ୍ରରେ ବନ ବିଭାଗର ପାଟ୍ରୋଲିଂ ଟିମକୁ ଆକ୍ରମଣ । ବନ୍ଧୁକ ଦେଖାଇ ବନ କର୍ମଚାରୀଙ୍କୁ ଘେରିଲେ ଟ୍ରଲର ମାଫିଆ । ଗତକାଲି (ସୋମବାର ) ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଟିମ ପାଟ୍ରୋଲିଂ କରିବା ବେଳେ ଏହି ଆକ୍ରମଣ ହୋଇଛି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ୱରେ ବଜରଙ୍ଗବାଲୀ ଟ୍ରଲରରେ ବନ ବିଭାଗର ଏକ ୧୧ ଜଣିଆ ଟିମ୍ ଗତକାଲି (ସୋମବାର ) ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ସମୁଦ୍ରର ନିଷିଦ୍ଧ ଅଞ୍ଚଳରେ ୧୫ରୁ ୨୦ଟି ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିବାର ଦେଖିବାକୁ ପାଇଥିଲେ । ତେବେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ବେଳେ ବେଆଇନ ମାଛ ମାରୁଥିବା ଟ୍ରଲର ମାଫିଆ ସଂଘବଦ୍ଧ ଭାବେ ବନ ବିଭାଗ ପାଟ୍ରୋଲିଂ ଟିମର ଟ୍ରଲରକୁ ଘେରି ଯାଇଥିଲେ ।

ଏଥିସହ ସେମାନଙ୍କ ଟ୍ରଲରରେ ଥିବା ବିଭିନ୍ନ ମାଛଧରା ଯନ୍ତ୍ରପାତି ଓ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଭଦ୍ରକ ଜିଲ୍ଲା ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ବନ କର୍ମଚାରୀମାନେ ସୁରକ୍ଷା ପାଇଁ ନିଜ ପାଖରେ ଧରିଥିବା ବନ୍ଧୁକ ଦେଖାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ ।

ସୂଚନା ଥାଉକି, ଅଲିଭ ରିଡ଼ଲେ କଇଁଛମାନଙ୍କ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଅଧିନ ଗହୀରମଥାର ନୀଳ ଜଳରାଶି ପୂର୍ବରୁ ଅନେକ ଥର ରକ୍ତ ରଞ୍ଜିତ ହୋଇଥିବା ଦେଖାଯାଇଛି । ଏଥିରେ ଶହୀଦ ହୋଇଛନ୍ତି ବନ କର୍ମଚାରୀ ଓ ଜଳଦସ୍ୟୁ ମଧ୍ୟ ନିହତ ହୋଇଛନ୍ତି । ବର୍ତ୍ତମାନ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ସମୁଦ୍ର କୂଳରେ ଗୋଟି ଗୋଟି ଅଣ୍ଡାଦାନ ଆରମ୍ଭ କରିଥିବା ବେଳେ ଆଉ ମାତ୍ର କିଛି ଦିନ ପରେ ସାମୂହିକ ଅଣ୍ଡାଦେବା ପାଇଁ ରୁଣ୍ଡ ହେବାର ସମ୍ଭାବନା ଅଛି ।

ଏହା ମଧ୍ୟ ପଢନ୍ତୁୃ- ବେଆଇନ ଟ୍ରଲର ମାଡ଼ରେ ଯାଉଛି କଇଁଛଙ୍କ ଜୀବନ ! ଅଲିଭ ରିଡଲେଙ୍କ ସୁରକ୍ଷା କଥା କିଏ ପଚାରେ

ଏହି ଆକ୍ରମଣ ଘଟଣା ପରେ ବନ ବିଭାଗ ପକ୍ଷରୁ ଟ୍ରଲର ମାଫିଆଙ୍କ ନାଁରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ୨୦୨୨ରେ ଧାମରା ଅଞ୍ଚଳର ଏକ ଟ୍ରଲର ପାଟ୍ରୋଲିଂ ଟିମ୍‌କୁ ଆକ୍ରମଣ ହୋଇଥିଲା । ୧୫ ବର୍ଷ ତଳେ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ବି ଯାଇଛି । ତେବେ ମାସକ ଭିତରେ ୩ ଥର ଆକ୍ରମଣ ଉଦ୍ୟମକୁ ନେଇ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 19, 2024, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.