ETV Bharat / state

ସ୍କୁଲରେ ତାଲା: ପାଣିଆ ତରକାରୀକୁ ନେଇ ତାତିଲେ ଛାତ୍ର, ଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ କଣ୍ଟପଡାରେ ବିରୋଧ - Protest Against School

author img

By ETV Bharat Odisha Team

Published : Aug 2, 2024, 7:21 PM IST

Protest Against School: ସ୍କୁଲରେ ତାଲା ପକାଇ ଆନ୍ଦୋଳନ । ପାଣିଆ ତରକାରୀ ସହ ଦୁର୍ବ୍ୟବହାର ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ । ସେପଟେ ବଦଳି ଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ତାତିଲେ ଅଭିଭାବକ । ଯାହାକୁ ନେଇ ସ୍କୁଲ ସାମ୍ନାରେ ଅଶାନ୍ତି ସୃଷ୍ଟି ହୋଇଛି । କଣ ପୁରା ଘଟଣା ? ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ସ୍କୁଲରେ ତାଲା
ସ୍କୁଲରେ ତାଲା (ETV Bharat Odisha)

ରାଇରଙ୍ଗପୁର/ନିଆଳି: ସ୍କୁଲକୁ ନେଇ ଅଶାନ୍ତି । କେଉଁଠି ପାଚିକାଙ୍କ ଦୁର୍ବ୍ୟବହାର ନେଇ ତ କେଉଁଠି ବଦଳି ଶିକ୍ଷୟିତ୍ରୀଙ୍କ ପୁନଃ ନିଯୁକ୍ତିକୁ ନେଇ ଅଶାନ୍ତି ଦେଖିବାକୁ ମିଳିଛି । ରାଜ୍ୟର ଦୁଇ ଦୁଇଟି ସ୍ଥାନରୁ ଏପରି ଅଭିଯୋଗ ଆସିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ । ଫଳରେ ସ୍କୁଲରେ ଝୁଲିଛି ତାଲା । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁର ପଞ୍ଚାୟତ ସଳେଇବେଦପୁର ରାଧାକାନ୍ତ ପ୍ରକଳ୍ପ ଉନ୍ନତି ବିଦ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଶାନ୍ତି ଦେଖିବାକୁ ମିଳିଛି ।

ସ୍କୁଲରେ ତାଲା (ETV Bharat Odisha)

ପାଚିକାଙ୍କ ଦୁର୍ବ୍ୟବହାରକୁ ତାତିଲେ ଅଭିଭାବକ:

ଛାତ୍ରଛାତ୍ରୀଙ୍କୁ ପାଚିକା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ । ଏହାକୁ ନେଇ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଦେଉ ନ ଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ତାତିଛନ୍ତି ଅଭିଭାବକ ।

‘ଆମେ ଖାଇବୁ ପାଣିଆ ତରକାରୀ, ସେମାନେ ଖାଇବେ ଭଲ’

ସ୍କୁଲର ଛାତ୍ର କହିଛନ୍ତି, ‘ପାଚିକା ମାନେ ପିଲାଙ୍କୁ ଗାଳିଗୁଳଜ କରନ୍ତି । ମଧ୍ୟାହ୍ନ ଭୋଜନ ସମୟରେ ଭାତ ମାଗିଲେ ଗାଳି ଦିଅନ୍ତି । ସେମାନେ ଭଲ ତରକାରୀ ନିଅନ୍ତି ଆମକୁ ପାଣିଆ ତରକାରୀ ଦିଅନ୍ତି । ସେମାନେ ଘରକୁ ବାଲ୍ଟି ବାଲ୍ଟି ଭାତ ଓ ତରକାରୀ ନିଅନ୍ତି । ଆମର ଦାବି ଅଲଗା ରୋଷେୟା ଆଣନ୍ତୁ । ଏମାନଙ୍କୁ ବାହାର କରି ଦିଅନ୍ତୁ ।

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗକୁ ଖଣ୍ଡନ କଲେ ପାଚିକା:

ଉକ୍ତ ଘଟଣାରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମହୁଳିଆ କ୍ଲଷ୍ଟର ସିଆରସିସିଙ୍କୁ ଜଣାଇବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁରା ଘଟଣାର ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ଦାୟିତ୍ବରେ ଥିବା ପାଚିକା ଦୁଇ ଜଣ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଆମେ ପିଲାଙ୍କୁ ଗାଳିଗୁଲଜ କରିନୁ ବୋଲି ଖହିଛନ୍ତି ପାଚିକା ଜଣକ ।

ସ୍କୁଲରେ ତାଲା (ETV Bharat Odisha)

କଟକରେ ଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ:

ଗତ ଗୁରୁବାର ଠାରୁ ଆରମ୍ଭ ହୋଇଛି ନବମ ଓ ଦଶମ ଶ୍ରେଣୀର ମାସିକ ପରୀକ୍ଷା ।‌ ଜଣେ ବଦଳି ହୋଇଥିବା ଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଫଳରେ ଆଜି ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ନେଇ ସୂଚନା ମିଳିଛି ।‌ ସେପଟେ ସ୍କୁଲ ଗେଟରେ ତାଲା ଯୋଗୁଁ ବାହାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ବସି ରହିଛନ୍ତି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁର ପଞ୍ଚାୟତ ସଳେଇବେଦପୁର ରାଧାକାନ୍ତ ପ୍ରକଳ୍ପ ଉନ୍ନତି ବିଦ୍ୟାଳୟରେ ଏଭଳି ଦେଖିବାକୁ ମିଳିଛି । ଫଳରେ ସ୍କୁଲ ଗେଟରେ ତାଲା ପକାଇବାକୁ ନେଇ କିଛି ସମୟ ପାଟିତୁଣ୍ଡ ଓ ହୋ ହାଲ୍ଲା ହୋଇଥିଲା ।

କାହିଁକି ଶିକ୍ଷୟତ୍ରୀଙ୍କୁ ବିରୋଧ ?

ରାଧାକାନ୍ତ ପ୍ରକଳ୍ପ ଉନ୍ନତି ଉଚ୍ଚ ବିଦ୍ୟାଳୟ ଜଣେ ଶିକ୍ଷୟତ୍ରୀ ଦେଢ ମାସ ତଳେ ଅନ୍ୟତ୍ର ବଦଳି ହୋଇଥିଲା । ପୁନଶ୍ଚ ଉକ୍ତ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ମିଳିଛି । ଯାହାକୁ ବିରୋଧ କରିଛନ୍ତି ଅଭିଭାବକ । ଫଳରେ ସ୍କୁଲ ଗେଟ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ଗଣ୍ତଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ସ୍କୁଲ ଗେଟରେ ତାଲା ପକାଇବା ଯୋଗୁଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ବାହାରେ ବସି ରହିଛନ୍ତି ।

ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ:

ଗତକାଲିଠାରୁ ନବମ ଓ ଦଶମ ଶ୍ରେଣୀ ମାସିକ ଦଶମ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଇତିହାସ, ଭୂଗୋଳ ଓ ଇଂଗ୍ରାଜୀ ପରୀକ୍ଷା ଥିଲା। ସ୍କୁଲରେ ଶିକ୍ଷୟତ୍ରୀ ନିଯୁକ୍ତିକୁ ବିରୋଧ ଯୋଗୁଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ନେଇ ଛାତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷୟିତ୍ରୀ ନିଯୁକ୍ତିକୁ ବିରୋଧ, ସ୍କୁଲକୁ ଆସିଲେନି ପିଲା

ଏହା ମଧ୍ୟ ପଢନ୍ତୁ: ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୨ ସ୍କୁଲର ପାଠପଢା

ଇଟିଭି ଭାରତ, ରାଇରଙ୍ଗପୁର ଓ ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.