ETV Bharat / state

ଓୟୁଏଟିରେ ରାଜ୍ୟସ୍ତରୀୟ ବୈଠକ, କୃଷିର ବିକାଶ ପାଇଁ ଟେକ୍ନୋଲୋଜିର ପ୍ରୟୋଗ ଉପରେ ଗୁରୁତ୍ବ - OUAT Research And Extension Meeting

author img

By ETV Bharat Odisha Team

Published : May 27, 2024, 9:57 PM IST

OUAT Research Meeting: ଓୟୁଏଟି ପକ୍ଷରୁ ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ଆୟୋଜିତ ହୋଇଛି । ପରିବର୍ତ୍ତିତ ଜଳବାୟୁ, ପ୍ରାକୃତିକ କୃଷି, ନାନୋ ଟେକ୍ନୋଲୋଜି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହିତ ଡିଜିଟାଲ କୃଷିର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ

OUAT Research Meeting
OUAT Research Meeting (ETV Bharat Odisha)

ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ୨୦୨୪-୨୫ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା କୃଷି ପାଇଁ ଆଗାମୀ ଦିନରେ ନେବାକୁ ଥିବା କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ୬ ସୂତ୍ରୀର ପ୍ରୟୋଗ ଉପରେ ମତ ରଖିଛନ୍ତି ।

ସେ କହିଛନ୍ତି ଯେ, ପରିବର୍ତ୍ତିତ ଜଳବାୟୁ ପାଇଁ ପ୍ରସ୍ତୁତି ଆମର ପ୍ରମୁଖ କର୍ତ୍ତବ୍ୟ । ଏହା ସହ ନୂତନ ଯୋଜନାର ପ୍ରସ୍ତୁତି, ସାମାଜିକ ସମାନତା, କୃଷିଭିତ୍ତିକ ଶିଳ୍ପ ବିକାଶର ମହତ୍ତ୍ବ ଏବଂ ସମ୍ବଳର ଆବଶ୍ୟକତା ଉପରେ ଆଲୋଚନା କରାଯାଇଛି । କୃଷି କ୍ଷେତ୍ରକୁ ସମୃଦ୍ଧ ଓ ବିକଶିତ କରିବା ପାଇଁ ଏ ସବୁ ଦିଗରେ ଧ୍ୟାନ ଦେବା ସହିତ ଆମକୁ ନୂତନ ପନ୍ଥା ଅବଲମ୍ବନ କରିବାକୁ ହେବ ବୋଲି କହିଛନ୍ତି ଡ଼ ପାଢ଼ୀ । ଅନ୍ୟପଟେ ଆଇସିଆର- ସିଫାର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ସାହୁ ଯୋଗ ଦେଇ କହିଛନ୍ତି ଯେ, ସ୍ବାସ୍ଥ୍ୟର ବିକାଶକୁ ଦୃଷ୍ଟିରେ ରଖି ଫସଲର ଗୁଣବତ୍ତା ବୃଦ୍ଧି ସମ୍ପର୍କରେ ଗବେଷଣା ପ୍ରତି ଅଧିକ ଗୁରୁତ୍ବ ପ୍ରଦାନ ଉପରେ ଆଲୋଚନା କରାଯାଇଛି । ପ୍ରତିଟି ସମସ୍ୟା ବେଳେ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏହା ସହ ଜଣେ ବୈଜ୍ଞାନିକଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗରେ ପ୍ରତି ପରିସ୍ଥିତିର ସମାଧାନର ବାଟ କାଢ଼ିବାକୁ ହେବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ୨୫ ବର୍ଷ ଧରି ରାଜ୍ୟରେ କୃଷକ ସମାଜ ଅବହେଳିତ: ବିଜେପି କୃଷକ ମୋର୍ଚ୍ଚା - BJP Krushak Morcha Press Meet

ଏପଟେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ, ଗବେଷଣା ଓ ସମ୍ପ୍ରସାରଣ ପରସ୍ପର ପରିପୂରକ । ଉଭୟ ବିଭାଗରୁ କୃଷି କ୍ଷେତ୍ର ପାଇଁ ନାନାଦି ଉପାଦାନ ମିଳିପାରୁଛି । ଏହା ସହ ପରିବର୍ତ୍ତିତ ଜଳବାୟୁ, ପ୍ରାକୃତିକ କୃଷି, ନାନୋ ଟେକ୍ନୋଲୋଜି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହିତ ଡିଜିଟାଲ କୃଷିର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଛି । ସୂଚନା ଅନୁଯାୟୀ, ୨୦୨୩-୨୪ ମସିହାରେ ଉଦ୍ଭାବିତ ୨୬ଟି ନୂତନ କିସମର ଫସଲ, କୃଷି, ପଶୁପାଳନ ତଥା କୃଷି ଯାନ୍ତ୍ରିକକରଣ କ୍ଷେତ୍ରରେ ନୂତନ ଯନ୍ତ୍ରପାତିର ଆବିଷ୍କାର, କୃଷି କ୍ଷେତ୍ରରେ ସଫଳ ପ୍ରଦର୍ଶନ, ଓୟୁଏଟି ଦ୍ବାରା ଉଦ୍ଭାବିତ ନୂତନ ପ୍ରକଳ୍ପକୁ ମିଳିଥିବା ପେଟେଣ୍ଟ, ବିଶେଷକରି ଡ୍ରୋନ ଟେକ୍ନୋଲୋଜି, ପ୍ରାକୃତିକ କୃଷି ତଥା ସମ୍ପ୍ରସାରଣ ସେବା ମାଧ୍ୟମରେ ତାଲିମ, କୃଷି କ୍ଷେତ୍ରରେ ପରୀକ୍ଷଣ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା କହିଛନ୍ତି । ଆଗକୁ ଆହୁରି ନୂତନ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାରକୁ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.