ETV Bharat / state

ଫେବୃଆରୀରେ ଆନ୍ଦୋଳନକୁ ଓଲ୍ଲାଇବ ଓଷ୍ଟା, ସରକାରୀ ପ୍ରତିଶ୍ରୁତି ପୁରଣ ମୁଖ୍ୟ ଦାବି - 5t govt

OSSTA protest: ଓଷ୍ଟା ଦେଇଛି ଚେତାବନୀ । ଫେବୃଆରୀ ମାସରେ ଆନୋଳନକୁ ଓହ୍ଲାଇବ ଓଷ୍ଟା । ସାମିଲ ହେବେ ପୁରାତନ ଛାତ୍ର । ଅଧିକ ପଢ଼ନ୍ତୁ,

ଆନ୍ଦୋଳନକୁ ଓଲ୍ଲାଇବ ଓଷ୍ଟା
ଆନ୍ଦୋଳନକୁ ଓଲ୍ଲାଇବ ଓଷ୍ଟା
author img

By ETV Bharat Odisha Team

Published : Jan 22, 2024, 6:15 AM IST

ଫେବୃଆରୀରେ ଆନ୍ଦୋଳନକୁ ଓଲ୍ଲାଇବ ଓଷ୍ଟା, ସରକାରୀ ପ୍ରତିଶ୍ରୁତି ପୁରଣ ମୁଖ୍ୟ ଦାବି

କଟକ/ଭୁବନେଶ୍ୱର: ଓଷ୍ଟା ଦେଇଛି ଚେତାବନୀ । ଫେବୃଆରୀ ମାସରେ ଆନୋଳନକୁ ଓହ୍ଲାଇବ ଓଷ୍ଟା । ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରଣ ହୋଇନାହିଁ । ଏହାକୁ ପାଳନ ଦାବିରେ ଆନ୍ଦୋଳନକୁ ଓଲ୍ଲାଇବେ ଓଷ୍ଟା ସଂଘର ଶିକ୍ଷକ । ସେନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ତେବେ ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ଓଷ୍ଟା । ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ । ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏହି ମିଳିତ ଧାରଣାରେ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ କମିଟି ସଦସ୍ୟ ସଦସ୍ୟା, ଶିକ୍ଷା କର୍ମଚାରୀମାନେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଓଷ୍ଟାର ସମ୍ପାଦକ ।

ଏହା ମଧ୍ୟ ପଢ଼ନ୍ତୁ... ରାଜ୍ୟପାଳ ଓ ୫T ଅଧ୍ୟକ୍ଷଙ୍କୁ ଭେଟିବେ ଜୁନିୟର ଶିକ୍ଷକ ଆଶାୟୀ, ୨୭ରୁ ପୁଣି ଆନ୍ଦୋଳନ ଚେତାବନୀ

ଓଷ୍ଟାର ସୂଚନା ଅନୁସାରେ ଦୀର୍ଘ ୩୦ ବର୍ଷରୁ ଅଧିକ ବର୍ଷ ଧରି ଚାକିରି କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ମଧ୍ୟ ପାଆନ୍ତି ନାହିଁ । ଅବସର ପରଦିନଠାରୁ ପରିଣତ ବୟସରେ ବିନା ପେନସନରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା' ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜନ୍ତି । ସରକାର ସମସ୍ୟାଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ଭାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ ନ ଦେବା ସରକାରଙ୍କ ବୈମାତ୍ମକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଟକ/ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.