ETV Bharat / state

ଗାନ୍ଧୀ ମାର୍ଗରେ ଓଷ୍ଟାର ଆନ୍ଦୋଳନ, ଦାବି ପୂରଣ ପାଇଁ ଅହୋରାତ୍ର ଗଣଧାରଣା

author img

By ETV Bharat Odisha Team

Published : Feb 7, 2024, 6:12 PM IST

Updated : Feb 7, 2024, 7:57 PM IST

OSSTA Teachers Stage Protest: ଏକାଧିକ ଦାବି ନେଇ ପୁଣି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଆଜି ଲୋୟର ପିଏମଜିରେ ଏକ ବିଶାଳ ସମାବେଶ କରିଛି । ବିଭିନ୍ନ ସମସ୍ୟା ନେଇ ଓଡ଼ିଶାର ବହୁ ଶିକ୍ଷକଙ୍କ ସହିତ କର୍ମଚାରୀ ମାନେ ଏକତ୍ରିତ ହୋଇ ଅହୋରାତ୍ର ଗଣଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

OSSTA Teachers Stage Protest
OSSTA Teachers Stage Protest
ଗାନ୍ଧୀ ମାର୍ଗରେ ଓଷ୍ଟାର ଆନ୍ଦୋଳନ

ଭୁବନେଶ୍ବର: ଏକାଧିକ ଦାବି ନେଇ ପୁଣି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଆଜି ଲୋୟର ପିଏମଜିରେ ଏକ ବିଶାଳ ସମାବେଶ କରିଛି । ବିଭିନ୍ନ ସମସ୍ୟା ନେଇ ଓଡ଼ିଶାର ବହୁ ଶିକ୍ଷକଙ୍କ ସହିତ କର୍ମଚାରୀ ମାନେ ଏକତ୍ରିତ ହୋଇ ଅହୋରାତ୍ର ଗଣଧାରଣାରେ ବସିଛନ୍ତି । ସରକାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ଦୁର୍ଭାଗ୍ୟ ଜନକ ବୋଲି କହିଛି ଓଷ୍ଟା ।

ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ । ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା ଓଷ୍ଟା । ଯାହା ଆଜି ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି ଶିକ୍ଷକ ମାନେ ।

ଅଧିକ ପଢନ୍ତୁ- ଫେବୃଆରୀରେ ଆନ୍ଦୋଳନକୁ ଓଲ୍ଲାଇବ ଓଷ୍ଟା, ସରକାରୀ ପ୍ରତିଶ୍ରୁତି ପୁରଣ ମୁଖ୍ୟ ଦାବି

ଓଷ୍ଟା ସରକାରଙ୍କ ନିକଟରେ ରଖିଥିବା ପ୍ରମୁଖ ଦାବି ଗୁଡ଼ିକ ହେଲା, ସମଗ୍ର ରାଜ୍ୟରେ ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା, ଅବସର ପରେ ପେନସନ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ ପ୍ରଦାନ କରିବା, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ କରିବା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ ଇନକ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରିବା, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟକୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା ।

୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଊର୍ଦ୍ଧ୍ବ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବିକୁ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ତୁରନ୍ତ ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ଓଷ୍ଟା ସଦସ୍ୟ।

ଓଷ୍ଟା ଅଭିଯୋଗ କରିଛି ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବକାଳ ଧରି ଚାକିରି କରି ଶିକ୍ଷକ ଅବସର ନେବା ପରଦିନ ଟଙ୍କାଟିଏ ପେନସନ ମିଳୁନାହିଁ । ପରିଣତ ବୟସରେ ବିନା ପେନସନରେ ବଞ୍ଚିବା ପାଇଁ ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା' ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜୁଛନ୍ତି ଅବସରପ୍ରାପ୍ତ ଶିକ୍ଷକମାନେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2024, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.