ETV Bharat / state

ଜିଲ୍ଲାପାଳ ନେବେ ସ୍କୁଲ ଖୋଲିବା ନିଷ୍ପତ୍ତି; ଛୁଟି ଘୁଞ୍ଚାଇବାକୁ ହୋଇଥିଲା ବିଭିନ୍ନ ମହଲରେ ଦାବି - OSSTA DEMAND TO EXTEND SUMMER BREAK - OSSTA DEMAND TO EXTEND SUMMER BREAK

OSSTA DEMANDS TO EXTEND SUMMER BREAK: ଆସନ୍ତାକାଲି ରାଜ୍ୟରେ ଖୋଲିବ ନାହିଁ ସ୍କୁଲ । ପାଣିପାଗ ବିଭାଗର ସୂଚନାକୁ ଭିତ୍ତି କରି ଜିଲ୍ଲାପାଳ ମାନେ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବେ । ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ବଢାଇବା ପାଇଁ ଦାବି କଲା ଓଷ୍ଟା । ଅଧିକ ପଢନ୍ତୁ

OSSTA demands extend summer break
OSSTA demands extend summer break (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 4:41 PM IST

Updated : Jun 17, 2024, 6:31 PM IST

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ଆସନ୍ତାକାଲି ଅର୍ଥାତ ୧୮ ତାରିଖରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ରୋକ ଲାଗିଛି । 20 ତାରିଖ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ଘୁଞ୍ଚୁଛି । ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ଚାଲିଛି ସମସ୍ତ ପ୍ରସ୍ତୁତି । ଏହାସହ ଦିନକ ପୂର୍ବରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ସହ ବିଦ୍ୟାଳୟର କ୍ୟାମ୍ପସ ଖେଳ ପଡିଆ ସମେତ ମଧ୍ୟାହ୍ନ ଭୋଜନ ସ୍ଥାନ ଆଦି ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଲାଗିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ବିଭାଗର ବାର୍ଷିକ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ ,ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବ ।

OSSTA DEMANDS EXTEND SUMMER BREAK (ETV Bharat Odisha)

ଅନ୍ୟପେଟେ ଏନେଇ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଖରାକୁ ନଜରରେ ରଖି ବଢ଼ିଲା ସ୍କୁଲ ଛୁଟି । ପାଣିପାଗ ବିଭାଗର ସୂଚନାକୁ ଭିତ୍ତି କରି ଜିଲ୍ଲାପାଳ ମାନେ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ବୋଲି ଦର୍ଶାଯାଇଛି । ସେହିପରି ପାଗ ଆନୁକୂଳ ଥିଲେ ସକାଳ ୬.୩୦ ରୁ ୧୦.୩୦ ସ୍କୁଲ ଖୋଲା ଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଆଗାମୀ ୨୦ ତାରିଖ ଯାଏ ବଳବତର ରହିବ ବୋଲି ସରକାର ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସକୁ ସଫାସୁତୁରା କରାଯାଇଛି । ଏଥି ସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ ଆଦି ସଫା କରାଯାଇଛି । ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇ ରନେଟ୍ ସଂଯୋଗ ସୁନିଶ୍ଚିତ କରାଯାଇଛି । ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ଆଜି ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ଅତ୍ୟାଧିକ ଖରା ପାଇଁ ରାଜ୍ୟ ସରକାର ୧୦ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୨୫ ତାରିଖରୁ ଖରା ଛୁଟି କରାଯାଇଥିଲା । ଏପ୍ରିଲ ମଧ୍ୟ ଭାଗରେ ଅତ୍ୟାଧିକ ଖରା ପାଇଁ ସକାଳୁଆ ସ୍କୁଲ କରାଯାଇଥିଲା । ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସମସ୍ତ ପ୍ରସ୍ତୁତ ସରିଛି । କେବଳ ପିଲାଙ୍କୁ ଅପେକ୍ଷା ଅନେକ ଆଜି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ତେଣୁ ଆସନ୍ତା କାଲି ସ୍କୁଲ ଖୋଲିବା ନେଇ ଆମେ ପ୍ରସ୍ତୁତ ରହିଛି ।

OSSTA DEMANDS EXTEND SUMMER BREAK

ଏହା ମଧ୍ୟ ପଢନ୍ତୁ.....ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ: ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ, ବଛାଯିବେ ବାଚସ୍ପତି - ODISHA ASSEMBLY SESSION TOMORROW

ସେପଟେ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ କହିଛନ୍ତି,ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଖୋଲିବାକୁ ଯାଉଛି ସ୍କୁଲ । କିନ୍ତୁ ବର୍ତ୍ତମାନ ସମୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ଜିଲ୍ଲାରେ ତାପମତ୍ରା ଅଧିକ ରହୁଛି । ଏହି ଅବସରରେ ବିଦ୍ୟାଳୟ ଖୋଲିବା ସମ୍ଭବ ନୁହେଁ । ତେଣୁ ପିଲାମାନେ ଅଟେ ଖରାରେ କିଭଳି ଭାବରେ ସ୍କୁଲକୁ ଯିବେ ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ କହିଛି ଓଷ୍ଟା । ତେବେ ସମସ୍ତ ଦିଗକୁ ବିଚାର କରି ଛୁଟି ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ଓଷ୍ଟଆର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 17, 2024, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.