ETV Bharat / state

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ମିଳିଥିଲା ମୃତ୍ୟୁଦଣ୍ଡ, କାହିଁକି କୋହଳ କଲେ ହାଇକୋର୍ଟ ? ଜାଣନ୍ତୁ - High Court commuted death sentence

author img

By ETV Bharat Odisha Team

Published : Jun 30, 2024, 11:02 PM IST

High Court commuted the death sentence: ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀକୁ ମିଳିଥିଲା ମୃତ୍ୟୁଦଣ୍ଡ । ହେଲେ ବ୍ୟବହାରରେ ପରିବର୍ତ୍ତନ ଓ ପ୍ରତିଦିନ ନମାଜ ପାଠ କରୁଥିବାରୁ ଦୋଷୀଙ୍କ ଦଣ୍ଡ ବିଧାନ କୋହଳ କଲେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

High Court commuted the death sentence
High Court commuted the death sentence (ETV Bharat Odisha)

କଟକ: ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡ ପାଇଥିବା ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ତଳ କୋର୍ଟ ପ୍ରଦାନ କରିଥିବା ମୃତ୍ୟୁଦଣ୍ଡକୁ କୋହଳ କରିଛନ୍ତି କୋର୍ଟ । ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡ ପାଇଥିବା ଶେଖ୍‌ ଆସିଫ ଅଲ୍ଲୀର ଆବେଦନକୁ ଶୁଣାଣି କରି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଆର୍‌କେ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଭଳି ସଙ୍ଗୀନ ଅପରାଧୀକୁ ମିଳିଥିବା ମୃତ୍ୟୁଦଣ୍ଡକୁ କୋହଳ କଲେ ଉଚ୍ଚତମ ନ୍ୟାୟାଳୟ ? ଜାଣନ୍ତୁ,

ମାମଲା ବିବରଣୀରୁ ପ୍ରକାଶ ଯେ, ୨୦୧୪ ମସିହା ଅଗଷ୍ଟ ୨୧ ତାରିଖ ଅପରାହ୍ନ ପ୍ରାୟ ୨ଟା ବେଳେ ନାବାଳିକା ଜଣକ ତାଙ୍କର ସମ୍ପର୍କୀୟ ଭାଇଙ୍କ ସହ ଚକୋଲେଟ କିଣିବାକୁ ଦୋକାନକୁ ଯାଇଥିଲେ । ମାତ୍ର ୩ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ନାବାଳିକାଙ୍କୁ ପାଇନଥିଲେ । ତେବେ ଉକ୍ତ ଗ୍ରାମର କିଛି ଲୋକ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏସ୍‌କେ ଖୈରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ତାଜା ଉପରୁ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର କଟକ ବଡ଼ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । ମାତ୍ର ବାଟରେ ନାବାଳିକା ଜଣଙ୍କର ମୃତ୍ୟୁ ଘଟିଥିଲା ।

ଦୁଷ୍କର୍ମ ପରେ ନାବାଳିକାଙ୍କ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଡାକ୍ତର କହିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ଏନେଇ ତିର୍ତ୍ତୋଲ ଥାନା ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥଲା । ତେବେ ତଳ କୋର୍ଟ ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଆସିଫ ଅଲ୍ଲୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ ।

ତେବେ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରି ଆସିଫ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । କୋର୍ଟ ଏହି ଆବେଦନର ଶୁଣାଣି କରି କୋର୍ଟ ଅନୁଭବ କରିଥିଲେ ଯେ, ଆସିଫଙ୍କର ୬୩ ବର୍ଷୀୟା ବୃଦ୍ଧା ମା' ଅଛନ୍ତି । ଦୁଇ ଅବିବାହିତା ଭଉଣୀ ଅଛନ୍ତି । ଘର ଚଳାଇବା ଦାୟିତ୍ବ ପୁରା ଆସିଫ ଉପରେ ଥିଲା । ମୁମ୍ବାଇରେ ରଙ୍ଗମିସ୍ତ୍ରୀ ଭାବରେ କାମ କରି ନିଜର ପରିବାର ଚଳାଉଥିଲା । ଆର୍ଥିକ ଅବସ୍ଥା ବି ଭଲ ନାହିଁ । ସେ ୨୦୧୦ ମସିହାରେ ମାଟ୍ରିକ ପାସ କରିଛି । ଆର୍ଥିକ ସ୍ଥିତି ଭଲ ନଥିବାରୁ ମାଟ୍ରିକ ପାସ ପରେ ଆଉ ଉଚ୍ଚ ଶିକ୍ଷା କରି ପାରିନାହିଁ । ସେ ଉଭୟ କ୍ରିକେଟ ଏବଂ ଫୁଟବଲରେ ଭଲ ପ୍ରଦର୍ଶନ କରୁଥିଲା । ୧୦ ବର୍ଷ ଜେଲରେ ରହିବା ପରେ ମଧ୍ୟ ଜେଲ ଭିତରେ ତାର ବ୍ୟବହାର ଭଲ ରହିଥିବା ନେଇ ଜେଲ ଅଧିକ୍ଷକ ରିପୋର୍ଟ ଦେଇଥିଲେ । ଜେଲ ଭିତରେ ଅନ୍ୟ କଏଦୀ ଏବଂ ଜେଲ କର୍ମଚାରୀଙ୍କ ସହ ଉତ୍ତମ ବ୍ୟବହାର ମଧ୍ୟ ଆସିଫ ପ୍ରଦର୍ଶନ କରେ ବୋଲି ଜେଲ କର୍ତ୍ତୃପକ୍ଷ ରିପୋର୍ଟ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ, ଜେଲ ଭିତରେ ସେ ଅନେକ ସମୟରେ ନମାଜ ପାଠ ମଧ୍ୟ କରେ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ମୃତ, ଝିଅ ଗୁରୁତର - Husband Killed Wife

ଏହି ପ୍ରସଙ୍ଗକୁ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଗୁରୁତ୍ବର ସହ ନେଇ ମୃତ୍ୟୁଦଣ୍ଡକୁ କୋହଳ କରିଛନ୍ତି ବୋଲି ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି । ଆଇନଜୀବୀଙ୍କ କହିବା ମୁତାବକ ଏହି ନିର୍ଦ୍ଦେଶନାମାରେ ଦୁଇଟି ବାର୍ତ୍ତା ଯାଉଛି । ପ୍ରଥମଟି ହେଲା, ଜଣେ ଅପରାଧୀ ଅପରାଧ କରି ପରବର୍ତ୍ତୀ ସମୟରେ ଯଦି ସେ ଅନୁତାପ କରେ, ତେବେ ଉକ୍ତ ବ୍ୟକ୍ତି ପାଇଁ ଭଲ । ଅନ୍ୟଟି ହେଉଛି ଏଭଳି ନିର୍ଦ୍ଦେଶନାମାକୁ ଅପବ୍ୟବହାର କରାଯାଇପାରେ । ଜଣେ ଅପରାଧୀ ଯଦି ଜାଣିଶୁଣି ଅପରାଧ କରିବା ପରେ ଅଭିନୟ କରିବ, ତେବେ ଏହା ମଧ୍ୟ ବିପଦଜନକ ବୋଲି ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.