ETV Bharat / state

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା; କେନ୍ଦୁଝର ଶ୍ରୀ ବଳଦେବଜିଉଙ୍କ ବଡଦାଣ୍ଡରେ ଜଳିଲା ଏକ ଲକ୍ଷ ଦୀପ

author img

By ETV Bharat Odisha Team

Published : Jan 22, 2024, 9:55 PM IST

Sri Baladevjew Temple In Keonjhar: କେନ୍ଦୁଝର ଜିଲ୍ଲା ଶ୍ରୀ ବଳଦେବଜିଉଙ୍କ ବଡଦାଣ୍ଡରେ 1 ଲକ୍ଷ ପ୍ରଦୀପ ଲଗାଯାଇ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଶ୍ରୀ ବଳଦେବଜିଉଙ୍କ ବଡଦାଣ୍ଡରେ ଜଳିଲା ଏକ ଲକ୍ଷ ଦୀପ

କେନ୍ଦୁଝର: ସବୁ ପ୍ରତିକ୍ଷାର ଅନ୍ତ ଘଟି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଏନେଇ ବିଶ୍ବର କୋଣ ଅନୁକୋଣ ଉତ୍ସବମୁଖର ହୋଇ ଉଠିଛି । ଚାରିଆଡେ ସୃଷ୍ଟି ହୋଇଛି ରାମମୟ ପରିବେଶ । ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହଉଛି ସାରା ଦେଶ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଶ୍ରୀ ବଳଦେବଜିଉଙ୍କ ବଡଦାଣ୍ଡରେ 1 ଲକ୍ଷ ପ୍ରଦୀପ ଲଗାଯାଇ ଏହି ଉତ୍ସବକୁ ପାଳନ କରାଯାଇଛି ।

ଆଜି ସନ୍ଧ୍ୟାରେ ଗାୟତ୍ରୀ ପରିବାର ଆନୁକଲ୍ୟରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜିଉଙ୍କ ବଡଦାଣ୍ଡରେ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇଛି । ବଡ଼ଦାଣ୍ଡର ରଥ ପାଖରୁ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ସକାଳୁ ସ୍ଵୟଂସେବକମାନେ ଦୀପ ସଜାଇଥିଲେ । ଗଦା, ଧନୁ, ତିଳକ, ସ୍ଵସ୍ତିକ ଆଦି ଆକାରରେ ଦୀପ ଗୁଡ଼ିକୁ ବିଭିନ୍ନ ସଂଗଠନ ପକ୍ଷରୁ ସଜାଯାଇଥିଲା । ସନ୍ଧ୍ୟାରେ ରଥ ସମ୍ମୁଖରେ ଅନୁଷ୍ଠିତ ମଣ୍ଡପରେ ରାମଙ୍କ ପଟ୍ଟଚିତ୍ରରେ ରାଜପଣ୍ଡାଙ୍କ ଦ୍ଵୀପ ପ୍ରଜ୍ବଳନ ପରେ ସବୁ ଦୀପ ପ୍ରଜ୍ବଳନ କରାଯାଇଥିଲା । ଧିରେ ଧିରେ ସବୁ ସଂଗଠନର କର୍ମକର୍ତ୍ତାମାନେ ନିଜ ନିଜ ଚିହ୍ନ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ । ଅନ୍ଧାର ମଧ୍ୟରେ ଦ୍ଵୀପ ଗୁଡ଼ିକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଏହାକୁ ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ଦ୍ବୀପ ପ୍ରଜ୍ବଳନ ପାଇଁ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହର ସହ ସାମିଲ ହୋଇଥିଲେ । ଗାୟତ୍ରୀ ପରିବାରର ସ୍ଵୟଂସେବକମାନଙ୍କ ସହ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଦୀପାବଳି ପାଳିଲା ଅଯୋଧ୍ୟା, ସରୟୁ ଘାଟରେ ରାମ ଜ୍ୟୋତି ପ୍ରଜ୍ଜ୍ବଳିତ କଲେ ଶ୍ରଦ୍ଧାଳୁ

ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦୁଝର ସହରର ଟେଲିଫୋନ ଏକ୍ସଚେଞ୍ଜ ହନୁମାନ ମନ୍ଦିର କମିଟି ପକ୍ଷରୁ ସକାଳୁ ୧୦୮ କଳସ ଶୋଭାଯାତ୍ରା କରାଯାଇଥିଲା । ଶତାଧିକ ରାମଭକ୍ତ କଳସ ଧରି ବଡ ଶାସନ ମନ୍ଦିର ପ୍ରାଙ୍ଗଣ ପୋଖରୀରୁ ପାଣି ଉଠାଇ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ସେହିପରି କେନ୍ଦୁଝର ସହରର ସର୍ବ ପୁରାତନ ରାମ ମନ୍ଦିରରେ ମଧ୍ୟ ଏହି ମୁହୂର୍ତ୍ତକୁ ଚିର ସ୍ମରଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ବୈଦିକ ବ୍ରାହ୍ମଣ ପରିଷଦ ଓ ମନ୍ଦିର କମିଟି ମିଳିତ ଆନୁକୁଲ୍ୟରେ ରାମ୍ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସମସ୍ତ ବୈଦିକ ବ୍ରାହ୍ମଣମାନେ ସକାଳୁ ରୀତିନୀତି ଅନୁଯାୟୀ ହୋମଯଜ୍ଞ କରିଥିଲେ । ହଜାର ହଜାର ଭକ୍ତ ଯଜ୍ଞରେ ସାମିଲ ହେବା ସହ ରାମଙ୍କ ପୂଜା କରିଥିଲେ । ବିଶେଷ କରି ଯୁବପୀଢ଼ିଙ୍କ ମଧ୍ୟରେ ରାମଙ୍କର ପୂଜାର୍ଚ୍ଚନା ପାଇଁ ବେଶ୍ ଉତ୍ସାହ ଦେଖାଦେଇଥିଲା।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.