ETV Bharat / state

ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ଡିଭାଡରକୁ ପିଟି ଟ୍ରକକୁ ଧକ୍କା ଦେଲା କାର୍ - Road Accident in Bhubaneswar

author img

By ETV Bharat Odisha Team

Published : Jul 1, 2024, 8:51 PM IST

ROAD ACCIDENT IN BHUBANESWAR: ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରକୁ ଡେଇଁ ଅପର ପାର୍ଶ୍ୱରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଲା କାର୍, ଜଣେ ମୃତ ୪ ଗୁରୁତର । ଅଧିକ ପଢନ୍ତୁ

ROAD ACCIDENT IN BHUBANESWAR
ROAD ACCIDENT IN BHUBANESWAR (ETV Bharat Odisha)

ଭୁବନେଶ୍ବର: ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଡିଭାଇଡର ପିଟି ଟ୍ରକକୁ ଧକ୍କା ଦେଲା ଦୃତଗାମୀ କାର୍ । ଜଣେ ମୃତ ,୪ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ବିଶ୍ବଜିତ ରାୟ ଘର ରସୁଲଗଡ ଅଞ୍ଚଳରେ । ପୋଲିସର ସୂଚନା ମୁତାବକ, Od02CC2580 ଏକ କ୍ବିଡ କାର୍ ଯୋଗେ ୫ଜଣ ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆଡ଼କୁ ଆସୁଥିଲେ । ତମାଣ୍ଡୋ ହ୍ୟୁଣ୍ଡାଇ ସୋ' ରୁମ ପାଖରେ କାରଟି ହଠାତ୍ ଭାରସାମ୍ୟ ହରାଇ ଡିଭାଇଡରକୁ ଡେଇଁ ଅପର ପାର୍ଶ୍ୱରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ଏତେ ମାତ୍ରାରେ ଦୁର୍ଘଟଣା ହୋଇଥିଲା ଯେ ଗାଡ଼ିର ସାମ୍ନା ପଟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ସ୍ଥାନୀୟ ଲୋକେ ,ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଭିତରୁ ୫ଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣା ସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ସ୍ଥଳରୁ ପୋଲିସ ଉକ୍ତ କାର ଏବଂ କାରଟି ଯେଉଁ ଟ୍ରକରେ ପିଟି ହୋଇଥିଲେ ତାହାକୁ ମଧ୍ୟ ଜବତ କରିଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ରାଜାଧାନୀରେ ଏଭଳି ଦୁର୍ଘଟଣା ଘଟିବା ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ନିତିଦିନ ଏଭଳି ଦୁର୍ଘଟଣା ମାନ ଘଟୁଛି । ସେହିପରି ଗତ ୨୯ତାରିଖ ରାତିରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟିଥିଲା । ଜୟଦେବ ବିହାର ଛକରେ ଜଣେ ପୋଲିସ କନଷ୍ଟେବଳ ଉପରେ ଗାଡି ଚଢ଼ି ଯିବାରୁ ସେଠାରେ ସ୍ପଟଡେଥ୍ ହୋଇଥିଲା । ଏପରିକି ମୃତ୍ୟୁବରଣ କରିଥିବା ପୋଲିସ କନଷ୍ଟେବଳ ମଧୂସୁଦନ କିଷାନି ଯେ କି ନିଜର ଡ୍ୟୁଟିରୁ ଫେରୁଥିଲେ ଘରକୁ ।

ଏହା ମଧ୍ୟ ପଢନ୍ତୁ ......ଅଟୋ-ବାଇକ ମଧ୍ୟରେ ଧକ୍କା: ଚାଲିଗଲା 2 ଜୀବନ, 13 ଆହତ - RAYAGADA ROAD ACCIDENT

ତେବେ ଦୁର୍ଘଟଣାର କାରଣ କ'ଣ ରହୁଛି । ସ୍ପିଡି ଲିମିଟ ଉପରେ ବ୍ରେକ ଲାଗୁନି । ଚେକିଂର ଅଭାବ ବା ଫାଇନ ଉପରେ ଗାଡି ଚାଳକଙ୍କ ଭୟ ରହୁନି ବା ମଦ୍ୟପାନ କରି ଗାଡି ଚଳାଇବା ଦ୍ବାରା ଏଭଳି ଦୁର୍ଘଟଣା ଘଟୁଛି ।ଏଭଳି ଅନେକ ଦିଗ ନେଇ ଏବେ ପ୍ରଶ୍ନ ଉଠିଥିବାବେଳେ ପରିବହନ ବିଭାଗ ପକ୍ଷରୁ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଦୁର୍ଘଟଣା ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।

କମିଶନରେଟ ପୋଲିସ ଅଞ୍ଚଳରେ ରାତି ୧୦ଟାରୁ ୧୨ପର୍ଯ୍ୟନ୍ତ ପିକ ଆଓ୍ବାର ବା ଦୁର୍ଘଟଣାର ସମୟ ନିର୍ଘଣ୍ଟ ହୋଇଛି । ପୂର୍ବରୁ ଏପରି ଦୁର୍ଘଟଣା ଏହି ସମୟ ଭିତରେ ଘଟିଛି । ସେନେଇ ନିର୍ବାଚନ ପୂର୍ବରୁ ମଦ୍ୟପାନ କରି ଗାଡି ଚଳାଇବା ଉପରେ ଏନଫୋର୍ସମେଣ୍ଟ ଜାରି ରହିଥିଲେ ବି ସଡ଼କ ଦୁର୍ଘଟଣାରେ ବ୍ରେକ ଲାଗି ପାରୁନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.