ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା, ଦଧିନଉତିକୁ ଚଢିଗଲେ ବୃଦ୍ଧ - Man climbed Srimandir

author img

By ETV Bharat Odisha Team

Published : Sep 12, 2024, 9:19 AM IST

Old man climbed to top of the Srimandir: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ଦଧିନଉତିକୁ ଚଢିଗଲେ ବୃଦ୍ଧ ଶ୍ରଦ୍ଧାଳୁ । ଉଦ୍ଧାର ପରେ ଅଟକ ରଖି ଜେରା କରୁଛି ପୋଲିସ । ଅଧିକ ପଢନ୍ତୁ

MAN CLIMBED SRIMANDIR
MAN CLIMBED SRIMANDIR (ETV Bharat)

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ହଜାର ହଜାର ଭକ୍ତଙ୍କ ଭିଡ ମଧ୍ୟରେ ପୋଲିସ କର୍ମୀ ଓ ସେବାୟତଙ୍କ ଆଖିରେ ଧୂଳି ଦେଇ ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଚଢ଼ିଗଲେ ଜଣେ ବୃଦ୍ଧ । ନୀଳଚକ୍ର ଥିବା ଦଧିନଉତି ଉପରେ ବୁଲିଲେ । ଏହା ଦେଖି କିଛି ଭକ୍ତ ପୋଲିସକୁ ଖବର ଦେଲେ । ପରେ ଚୂନରା ସେବାୟତଙ୍କ ଦ୍ବାରା ବୃଦ୍ଧ ଜଣକୁ ମନ୍ଦିର ଚୂଡାରୁ ଉଦ୍ଧାର କରାଯାଇ ସୁରକ୍ଷିତ ତଳକୁ ଅଣାଯାଇଥିଲା । ପରେ ତାଙ୍କୁ ସିଂହଦ୍ବାର ଥାନା ପୋଲିସ ହେପାଜତକୁ ନେଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବଳରାମ ମହାରଣା ଓ ସେ ଗଞ୍ଜାମ ଛତ୍ରପୁରର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡିଛି । କିଭଳି ଓ କେଉଁପଟେ ସେ ଶ୍ରୀମନ୍ଦିର ଉପରକୁ ଚଢିଲେ ସେ ନେଇ ପୋଲିସ ତାଙ୍କୁ ଜେରା କରୁଛି ।

MAN CLIMBED SRIMANDIR (ETV Bharat)
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ:

ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ପାଇଁ ମାଳ ମାଳ ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ମଧ୍ୟ ଲାଗିଛି । ଏହା ସତ୍ତ୍ବେ ମଧ୍ୟ ବୃଦ୍ଧଜଣକ କେମିତି ଓ କେଉଁ ପରିସ୍ଥିତିରେ ମନ୍ଦିର ଉପରକୁ ଚଢିଗଲେ ଓ କେହି କେମିତି ଦେଖି ପାରିଲେ ନାହିଁ, ସେନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ଯଦି ଉକ୍ତ ବ୍ୟକ୍ତିଙ୍କର କିଛି ଅସୁବିଧା ହୋଇ ଥାନ୍ତା କି’ଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ ଉଠୁଛି । ଏହା ଅତି ଅଭାବନୀୟ ଘଟଣା । ପୋଲିସ୍ ଓ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କଡା ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି ଚୂନରା ସେବାୟତ ।

MAN CLIMBED SRIMANDIR
MAN CLIMBED SRIMANDIR (ETV Bharat)

ଏହା ମଧ୍ୟ ପଢନ୍ତୁ-ଆଜି ପୁଣି ଖୋଲିବ ରତ୍ନଭଣ୍ଡାର; କଢାଯିବ ସିନ୍ଦୁକ-ଆଲମିରା, ନିଳାଦ୍ରୀ ମ୍ୟୁଜିଅମକୁ ହେବ ସ୍ଥାନାନ୍ତର, ଗୁପ୍ତ କୋଠରୀ ଖୋଜିବ ASI, ଜଗା ଦର୍ଶନ ବନ୍ଦ ! - Ratna Bhandar articles to transfer

  • କଣ କହିଲେ ଉଦ୍ଧାର କରିଥିବା ଚୂନରା ସେବାୟତ:-

ବଳରାମ ମହାରଣା ଉଦ୍ଧାର କରି ତଳକୁ ଆଣିଥିବା ଚୂନରା ସେବାୟତ କହିଛନ୍ତି, ''ଯେତେବେଳେ ଏହି ଖବର ପାଇଲି, ସାଙ୍ଗେ ସାଙ୍ଗେ ଶ୍ରୀମନ୍ଦିର ଉପରକୁ ଯାଇଥିଲି । ବଳରାମଙ୍କ ସହ କଥା ହୋଇ ତାଙ୍କୁ ବୁଝାସୁଝା କରି ତଳକୁ ଅତି ସତର୍କତା ସହ ଆଣିଥିଲି । ବଳରାମଙ୍କ ମାନସିକ ସ୍ଥିତି ଠିକ୍ ଥିବା ଜଣାପଡୁଛି । ସେ ପୁର୍ବରୁ ଅନେକ ମନ୍ଦିର ଚଢ଼ିଛନ୍ତି । ଶ୍ରୀମନ୍ଦିର ଉପରକୁ ଚଢିବା ତାଙ୍କର ଶେଷ ଇଚ୍ଛା ଥାଇପାରେ । ଏଣୁ ସେ ଶ୍ରୀମନ୍ଦିର ଉପରେ ଚଢ଼ିଥାଇ ପାରନ୍ତି । ଭକ୍ତିରେ ଭାବପ୍ରବଣ ହୋଇ ସେ ଏହି କାର୍ଯ୍ୟ କରିଥାଇପାରନ୍ତି । ତେବେ ସେ ଯାହା ହେଉ ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ଆଗକୁ ଏପରି ଘଟଣା ହେବାର ଆଶଙ୍କା ମଧ୍ୟ ରହିଛି । ଏମିତି କାମ ପୂର୍ବରୁ ଯେମିତି ନହେବ ସେଥି ପ୍ରତି ମନ୍ଦିର ଓ ପୋଲିସ ଦୃଷ୍ଟି ଦେବା ଆବଶ୍ୟକ ।''

ଏହା ମଧ୍ୟ ପଢନ୍ତୁ-ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ, ଅର୍ପଣ ଚାଉଳ କେନାଲାରେ ଫିଙ୍ଗିଦେଲେ ! - Arpan rice issues

  • ଥାନାରେ ଜେରା କରୁଛି ପୋଲିସ :
    MAN CLIMBED SRIMANDIR
    MAN CLIMBED SRIMANDIR (ETV Bharat)

ଏନେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଏହି ଖବର ମିଳିବା ପରେ ସଙ୍ଗେ ସଙ୍ଗେ ପୋଲିସ୍ ଓ ଅଗ୍ନିଶମ ବାହିନୀ ଆଲର୍ଟ ହୋଇଥିଲା । ଶ୍ରୀମନ୍ଦିରର ଜଣେ ଚୂନରା ସେବକଙ୍କୁ ଡକାଯାଇ ଉକ୍ତ ବ୍ୟକ୍ତିଙ୍କୁ ତଳକୁ ଅଣାଯାଇଛି । ତାଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପଚରା ଉଚରା କରାଯାଉଅଛି । କିଭଳି ଓ କେଉଁପଟେ ଶ୍ରୀମନ୍ଦିର ଉପରକୁ ଗଲେ ସେନେଇ ପୋଲିସ୍ ତଦନ୍ତ କରିବ ।

ଏହା ମଧ୍ୟ ପଢନ୍ତୁ-Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN

ଏହା ମଧ୍ୟ ପଢନ୍ତୁ-ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଏବର୍ଷ ପାଇଁ 386 କୋଟିର ବଜେଟ୍‌, ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ! ଆସିବ ଆଡପ ମଣ୍ଡପ ବିଜେ ଅଘଟଣ ରିପୋର୍ଟ - Shree Mandir Budget

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.