ETV Bharat / state

ଥମୁନି ଇନ୍ଦ୍ରଦେବଙ୍କ କୋପ, ଆଉ 4 ଦିନ ଛେଚିବ ! ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା, ବଡ ବଡ ଘାଇ ସୃଷ୍ଟି - Odisha Weather

Odisha Weather Update: ଆଗାମୀ କିଛି ଦିନ ରାଜ୍ୟରେ ବର୍ଷା ଜାରି ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)
author img

By ETV Bharat Odisha Team

Published : Jul 24, 2024, 7:05 PM IST

Updated : Jul 25, 2024, 9:34 AM IST

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଏଭଳି ସ୍ଥିତି ଆଗାମୀ 4ରୁ 5 ଦିନ ପର୍ଯ୍ୟନ୍ତ ଲାଗି ରହିବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମୁଖ୍ୟତଃ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Odisha Weather Update (ETV Bharat Odisha)

ଏପଟେ ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା। ସୁବର୍ଣ୍ଣପୁର ବିନିକା ବ୍ଲକ ବାଉସୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି । ରାସ୍ତାରେ ପ୍ରାୟ ୮ଫୁଟର ଏକ ଘାଇ ସୃଷ୍ଟି ହୋଇଛି ।

ବିଶେଷ କରି ରାଜ୍ୟ ଉପରେ ସକ୍ରିୟ ଥିବା ୩ ଟି ପାଣିପାଗ ନିୟାମକକୁ ନେଇ ଜାରି ରହିଛି ବର୍ଷା । ଆସନ୍ତାକାଲି 25 ତାରିଖରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା । ଏଥିପାଇଁ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 26 ତାରିଖରେ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଏନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ 27 ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ।

ଆଜି ରାତି ମଧ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ନୂଆପଡ଼ାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ପାଇଁ ଅନୁଗୋଳ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଟକ, ନୟାଗଡ, ଦେଓଗଡ ଓ ଝାରସୁଗୁଡା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ଯ ପଢ଼ନ୍ତୁ...ରାଜ୍ୟରେ ତୁହାକୁ ତୁହା ବର୍ଷା; ଆଗାମୀ 4ଦିନ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ୱାର୍ଣ୍ଣିଂ - Odisha Weather

ସେପଟେ ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୪୧୬.୮ ମିମି ବର୍ଷା ହୋଇଥିବା ବେଳେ ଏବେବି ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସହ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ବୌଦ୍ଧରେରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମୋଟାମୋଟି ଭାବେ ସାରା ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆଗାମୀ ଦିନରେ ନିଅଣ୍ଟିଆ ଭରଣା ହୋଇଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ୬ ସହରରେ ଅତି ପ୍ରବଳ ଓ ୧୬ ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବରଗଡର ଝରବନ୍ଧରେ ସର୍ବାଧିକ ୨୦୦.୨ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 25, 2024, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.