ETV Bharat / state

ଓଡ଼ିଶାରେ ଜାରି ରହିଛି ଲଘୁଚାପ ବର୍ଷା, ଆଜି ବି ବର୍ଷିବ, ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA RAIN ALERT

author img

By ETV Bharat Odisha Team

Published : 17 hours ago

Odisha Weather: ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ହେବ ପ୍ରବଳ ବର୍ଷା । କେତେ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ? କେଉଁ ଜିଲ୍ଲାରେ କେତେ ବର୍ଷା ରେକର୍ଡ ହୋଇଛି, ଜାଣନ୍ତୁ ପୂରା ଖବର ।

ODISHA RAIN ALERT
ODISHA RAIN ALERT (ETV BHARAT ODISHA)

ଭୁବନେଶ୍ବର: ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ କିଛିଦିନ ହେବ ଲାଗାତାର ବର୍ଷା ଲାଗି ରହିଥିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରି ୟେଲୋ ଆଲର୍ଟ ଜାରି କରାଯାଇଛି । ଟ୍ବିନ୍‌ସିଟି କଟକ-ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-୪୮ ଘଣ୍ଟା ପ୍ରବଳ ବର୍ଷିବ; ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ - Odisha Weather Latest Update

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ମୂଷଳଧାରାରେ ବର୍ଷା ସମ୍ଭାବନା, ଲଘୁଚାପ ପରେ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ - Heavy Rain Alert

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ: ଲଘୁଚାପ ଟ୍ରପଲାଇନ ପ୍ରଭାବରେ 24ରୁ ବଢିବ ବର୍ଷା - ODISHA WEATHER LATEST UPDATES

ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା:

ଆଗାମୀ ୭ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ କୌଣସି ଲକ୍ଷଣ ବର୍ତ୍ତମାନ ସୁଦ୍ଧା ଦେଖାଯାଇ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ଆଜି ବର୍ଷା ହୋଇପାରେ । ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ODISHA RAIN ALERT
ODISHA RAIN ALERT (ETV BHARAT ODISHA)

କାଲିଠୁ କମିବ ବର୍ଷାର ପରିମାଣ:

ଦୁର୍ବଳ ହୋଇଛି ଲଘୁଚାପ । ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି । ଏହାରି ପ୍ରଭାବରେ ବର୍ଷା ହେଉଥିବା ବେଳେ ଆସନ୍ତାକାଲିଠୁ(ଶୁକ୍ରବାର) ପାଗରେ ପରିବର୍ତ୍ତନ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ODISHA RAIN ALERT
ODISHA RAIN ALERT (ETV BHARAT ODISHA)

ଏ ପର୍ଯ୍ୟନ୍ତ ବର୍ଷାର ପରିମାଣ:

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୫୧.୧ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୨୫.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ବର୍ଷା ରହିଛି ।

  • ଚଳିତ ମୌସୁମୀ ସିଜିନରେ ରାଜ୍ୟରେ କେତେ ବର୍ଷା ହୋଇଛି
  • ଜୁନ ୧ରୁ ଏପର୍ଯ୍ୟନ୍ତ ୧୦୫୧.୧ ମିଲି ମିଟର ବର୍ଷା ରେକର୍ଡ
  • ଏବେ ବି ୭ ପ୍ରତିଶତ ନିଅଣ୍ଟିଆ ବର୍ଷା
  • ୧୧୨୫.୭ ମିଲି ମିଟର ବର୍ଷା ହେବା କଥା
  • ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ
  • ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ
  • ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ବର୍ଷା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.