ETV Bharat / state

ଓଡ଼ିଶା ଉପରେ ସିରିଜ ଘୂର୍ଣ୍ଣିବଳୟ, ୨୪ରୁ ପ୍ରବଳ ବର୍ଷିବ - ODISHA WEATHER UPDATE

author img

By ETV Bharat Odisha Team

Published : Aug 21, 2024, 6:18 PM IST

ODISHA WEATHER UPDATE: ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଅର୍ଥାତ୍ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

ଭୁବନେଶ୍ବର: ଓଡିଶା ଉପରେ ସିରିଜ ଘୂର୍ଣ୍ଣିବଳୟ । ବର୍ତ୍ତମାନ ଦକ୍ଷିଣ ବଙ୍ଗଳାଦେଶ ଓ ତତସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ । ଏହା ଉତ୍ତର ଦିଗକୁ ଗତି କରୁଥିବାବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ । ଏହାସହ ରାଜ୍ୟ ଉପରେ ମୌସୁମୀ ସକ୍ରିୟ ସହ ଝାଡଖଣ୍ଡ ଓ ତାର ଆଖପାଖରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ବଢିବ ବର୍ଷାର ପରିମାଣ !:

ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଲଗାତାର ଭାବେ ୩ଟି ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ରୁ ୭ ଦିନ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କାଁଭାଁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି:

ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ପାଇଁ ୧୪ ଜିଲ୍ଲା ବରଗଡ଼,ସମ୍ବଲପୁର, ଦେଓଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା,ଭଦ୍ରକ, ମୟୂରଭଞ୍ଜ ,ଯାଜପୁର, କଟକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ବାଲେଶ୍ୱରକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସ୍ଥାନରେ ପାଇଁ ମୟୂରଭଞ୍ଜ, ସୁନ୍ଦରଗଡ, ଓ କେନ୍ଦୁଝର ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୪ରୁ ବଢିବ ବର୍ଷାର ବିସ୍ତୃତି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ଜଗତସିଂହପୁର ଓ କେନ୍ଦ୍ରାପଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପରେ ପୁଣି ୨୭ ତାରିଖ ବେଳକୁ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା :

ସେପଟେ ସମୁଦ୍ର ମଧ୍ୟରେ ୩୫ ରୁ ୫୫ କିମି ପବନ ହେବାର ସମ୍ଭାବନା ଥିବାରୁ ଆସନ୍ତାକାଲି ଅର୍ଥାତ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସହିପରି ବଜ୍ରପାତ ହେବାର ସମ୍ଭାବନା ରହିଛି । ବଜ୍ରପାତ ସମୟରେ ସତର୍କ ସହ ମାଟି ଘର ଓ ମାଟି ରାସ୍ତା ପ୍ରତି ସାବଧାନତା ଅବଲମ୍ବନ ପାଇଁ ମଧ୍ୟ ପରାମର୍ଶ ଦେଇଛି ବିଭାଗ । ଅମଳ ଶସ୍ୟକୁ ସୁରକ୍ଷିତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛି ବିଭାଗ ।

ଏହା ମଧ୍ୟ ପଢନ୍ତୁ ...ଆଜି ରାଜ୍ୟରେ ପୁଣି ବର୍ଷିବ! ୧୬ ଜିଲ୍ଲାରେ ବଜ୍ରପାତ ଆଶଙ୍କା, ସତର୍କ କରାଇଲେ SRC - Odisha Thunderstorm Alert

ରାଜ୍ୟରେ ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୭୧୬.୬ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୨ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ୮୧୧. ୯ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସର୍ବାଧିକ ୧୫୨.୦୦ ମିମି ବର୍ଷା ଜଗତସିଂହପୁର ବିରିଡ଼ିରେ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.