ଭୁବନେଶ୍ବର: ଡିସେମ୍ବରରେ ଶୀତ ଉଭାନ । ପ୍ରତିବର୍ଷ ଡିସେମ୍ବରରେ ରାଜ୍ୟରେ ହାଡଭଙ୍ଗା ଶୀତ ହେଉଥିବା ବେଳେ ଚଳିତ ବର୍ଷ ଶୀତ ଗାୟବ ହୋଇଯାଇଛି । ଆସନ୍ତାକାଲି ଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ନେଇ ଶୀତ ସାମାନ୍ୟ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
- ଶୀତ ଉଭାନ:
ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ କମ୍ ଥିବାରୁ ଶୀତ ସେଭଳି ଅନୁଭୂତ ମଧ୍ୟ ହେଉନାହିଁ । ଆଗାମୀ ୪ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଆକଳନ କରିଛି ବିଭାଗ । ଆଗାମୀ ୫ ଦିନ ଯାଏଁ କମ୍ ଶୀତ ହେବ ବା ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
- ଏହି ସବୁ ଜିଲ୍ଲାରେ ବର୍ଷା ହୋଇପାରେ:
ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ୯ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଏହାସହ ଆସନ୍ତା ୨୪ ଘଣ୍ଟାରେ ନୟାଗଡ ଜଗତସିଂହପୁର, କେନ୍ଦ୍ରାପଡା ,ଭଦ୍ରକ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
- କେଉଁଠାରେ କେତେ ତାପମାତ୍ରା ?
ଗତ ୨୪ ଘଣ୍ଟାରେ ରାଉଲକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୨୧.୧ ଓ କଟକରେ ୧୯.୦୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର