ETV Bharat / state

ଦଶହରାରେ ଭିଜିବ ଓଡ଼ିଶା, ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା - Odisha Weather Latest Update

author img

By ETV Bharat Odisha Team

Published : 2 hours ago

Odisha Weather Forecast Latest Update: ବଙ୍ଗୋପସାଗରରେ ଅକ୍ଟୋବର 6 ଆଡକୁ ସୃଷ୍ଟି ହୋଇପାରେ ଲଘଚାପ କ୍ଷେତ୍ର । ଦଶହରାରେ ଭିଜିବ ଓଡ଼ିଶା ।

Odisha Weather Forecast Latest Update
Odisha Weather Forecast Latest Update (ETV Bharat Odisha)

ଭୁବନେଶ୍ବର: ପୂଜାରେ ଭିଜିବ ସାରା ଓଡ଼ିଶା । ପୁଣି ଆସୁଛି ଆହୁରି ଏକ ଲଘୁଚାପ । କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଲଘୁଚାପ ସୃଷ୍ଟି ହେବା ପରେ ଦଶହରା ପୂର୍ବରୁ ରାଜ୍ୟରେ ବଡ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାଣୁିପାଗ ବିଭାଗ ।

ପୁଣି ଲଘୁଚାପ ବଢ଼ିବ ବର୍ଷା:

ଅକ୍ଟୋବର ୬ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୪ ଅକ୍ଟୋବରରୁ ୧୦ ଅକ୍ଟୋବର ଯାଏଁ ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଜାରି କରିଥିବା ଦୀର୍ଘମିଆଦୀ ପ୍ରେସ ରିଲିଜରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିଦିଷ୍ଟ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଅର୍ଥାତ ୩ ତାରିଖ ଯାଏଁ ବଡ ବର୍ଷା ନାହିଁ । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ପରେ ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କେଉଁଠି ଗରମ କେଉଁଠି ଥଣ୍ଡା:

Odisha Weather Forecast Latest Update
Odisha Weather Forecast Latest Update (IMD)

ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଭଦ୍ରକର ଚାନ୍ଦବାଲି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୪.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଫୁଲବାଣୀରେ ସର୍ବନିମ୍ନ ୨୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଏହି ଯାଗାରେ ସର୍ବାଧିକ ବର୍ଷା:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗଞ୍ଜାମ ଶେରଗଡ଼ରେ ସର୍ବାଧିକ ୪୧.୦ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୨୬.୯ ମିମି, ନୂଆପଡ଼ାରେ ୨୪.୪ ମିମି, ମାଲକାନଗିରି ଚିତ୍ରକୋଣ୍ଡାରେ ୧୧.୦ ମିମି ନୟାଗଡ଼ ବରମୂଳ ଓ କନ୍ଧମାଳ ଚକାପାଦରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର ୪ରୁ ଲେଉଟିବ ବର୍ଷା ! ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ - Odisha Weather Latest Update

ଏହା ମଧ୍ୟ ପଢ଼ନ୍ତୁ...ଦ୍ବିତୀୟ ଦିନ ଖେଳ ଧୋଇଦେଲା ବର୍ଷା; ଷ୍ଟାଡିୟମରୁ ହୋଟେଲ ଫେରିଗଲେ ଖେଳାଳି - IND vs BAN Test

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର 1ରୁ ବଢ଼ିବ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ IMDର ସତର୍କତା - Odisha Weather Latest Update

ନିଅଣ୍ଟିଆ ବର୍ଷା:

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୯୦.୮ ମିମି ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୪୪.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.