ETV Bharat / state

ସରକାରୀ ଟଙ୍କାରେ ଅୟସ କରୁଥିଲେ ବାବୁ: ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ଅଧିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ - Deputy Director Of Fisheries Arrest

Odisha Vigilance Arrested Deputy Director Of Fisheries: ସରକାରୀ ଟଙ୍କା ହଡ଼ପ କରି ବିତାଉଥିଲେ ବିଳାସପୂର୍ଣ୍ଣ ଜୀବନ । ରେଡ କଲା ଭିଜିଲାନ୍ସ । ମତ୍ସ୍ୟ ନିର୍ଦ୍ଦେଶାଳୟ ଡେପୁଟି ଡ଼ାଇରେକ୍ଟର ଗିରଫ । ଅଧିକ ପଢ଼ନ୍ତୁ

Deputy Director Of Fisheries Arrest
Deputy Director Of Fisheries Arrest (ETV Bharat Odisha)
author img

By ETV Bharat Odisha Team

Published : Jul 22, 2024, 10:46 PM IST

କଟକ: ଭିଜିଲାନ୍ସ ଜାଲରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଡେପୁଟି ଡ଼ାଇରେକ୍ଟର । ସରକାରୀ ଟଙ୍କାକୁ ଚଳୁ କରି ନିଜ ବ୍ୟକ୍ତିଗତ କାମରେ ବିନିଯୋଗ କରିଥିଲେ ଏହି ବଡ଼ବାବୁ । ଏପରିକି ୧ କୋଟି ୫ ଲକ୍ଷ ଟଙ୍କାର ସରକାରୀ ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇ ୭୨ ଲକ୍ଷ ଟଙ୍କାରେ ଭୁବନେଶ୍ୱରରେ ଜମି କିଣିଥିଲେ । ସେହିପରି ୨୭ ଲକ୍ଷ ଟଙ୍କାରେ ସୁନା ଅଳଙ୍କାର କିଣି ଥିଲେ ଏହି ବ୍ୟକ୍ତି । ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Deputy Director Of Fisheries Arrest (ETV Bharat Odisha)
ମାଛ ଚାଷ ପାଇଁ ଆସିଥିବା ସରକାରୀ ଅର୍ଥରେ ଜମି ଓ ଗହଣା କିଣି ଭିଜିଲାନ୍ସ ଜାଲରେ ଫସି ଗଲେ ମତ୍ସ୍ୟ ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ବସନ୍ତ କୁମାର ଦାସ । ଭିଜିଲାନ୍ସ ଏନେଇ ଖୋଳତାଡ଼ କରିବା ସହ ଅଭିଯୁକ୍ତ ବସନ୍ତ ଦାସଙ୍କୁ ଗିରଫ କରିଛି । ପ୍ରାୟ ୫ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରେସ ରିଲିଜରେ ଏନେଇ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ଚଳିତ ବର୍ଷ ମେ' ୨୧ ତାରିଖରୁ ଜୁନ ୧୯ ତାରିଖ ମଧ୍ୟରେ ପ୍ରାୟ ୮ଟି ଟ୍ରାନ୍‌ଜାକ୍ସନ ମାଧ୍ୟମରେ ନିଜ ଆକାଉଣ୍ଟକୁ ୧ କୋଟି ୫ ଲକ୍ଷ ଟଙ୍କା ହଡପ କରି ନେଇଥିଲେ ବସନ୍ତ । ସେହିପରି ଏହି ଟଙ୍କା ମଧ୍ୟରୁ ପ୍ରାୟ ୯୯ ଲକ୍ଷ ୩୭ ହଜାର ଟଙ୍କାକୁ ଏଟିଏମ ଓ ଚେକ ମାଧ୍ୟମରେ ଉଠାଇଥିଲେ । ଉକ୍ତ ଟଙ୍କାରୁ ୭୨ ଲକ୍ଷ ଟଙ୍କା ବିନିମୟରେ ଭୁବନେଶ୍ବରରେ ଏକ ପ୍ଲଟ କିଣିଥିଲେ ଏବଂ ୨୭ ଲକ୍ଷ ଟଙ୍କାରେ ସୁନା ଗହଣା କିଣିଥିଲେ ବସନ୍ତ ।
Deputy Director Of Fisheries Arrest
Deputy Director Of Fisheries Arrest (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ସରକାରୀ ଡାକ୍ତରଖାନାରେ ଟଙ୍କା ନଦେଲେ ହେଉନି ଚିକିତ୍ସା; ଡାକ୍ତରଙ୍କ ଭିଡିଓ ଭାଇରାଲ - Govt Doctor Taking Fee From Patient

ତେବେ ଉକ୍ତ ଟଙ୍କାକୁ ହଡପ କରି ଗତ ଏପ୍ରିଲ ୨୨ ତାରିଖରୁ ଛୁଟିରେ ଥିଲେ ବସନ୍ତ । ଭିଜିଲାନ୍ସ ରେଡ କରିବା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି । ବସନ୍ତଙ୍କ ନାଁରେ ପୁରୀର ତୋଟା ମହାଭୀର ଲେନରେ ୨୦୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ଦୁଇ ମହଲା ବିଶିଷ୍ଟ କୋଠାଘର ଅଛି । ପୁରୀର ବାସେଲି ସାହିରେ ପ୍ରାୟ ୧୨୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ବିଲ୍ଡିଂର ନିର୍ମାଣ କାର୍ଯ୍ୟ କରାଯାଉଛି । ଯାହାକି ବସନ୍ତଙ୍କ ନାଁରେ ଏହି ଜମି ରହିଥିବା ଭିଜିଲାନ୍ସ ସ୍ପଷ୍ଟ କରିଛି । ସେହିପରି ବସନ୍ତଙ୍କ ନାଁରେ ପିପିଲି ଅଞ୍ଚଳରେ ଏକ ଫାର୍ମହାଉସ ରହିଛି । ବିଭିନ୍ନ ସ୍ଥାନରେ ୭ଟି ପ୍ଲଟ ରହିଥିବା ବେଳେ, ଏକ ଦାମୀ କାର ଓ ୨୫୦ ଗ୍ରାମର ସୁନା ଗହଣା ରହିଥିବା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଏବଂ ସରକାରୀ ଟଙ୍କାକୁ ନିଜର ବ୍ୟକ୍ତିଗତ କାମରେ ବ୍ୟବହାର କରିବା ଅଭିଯୋଗରେ ଭିଜିଲାନ୍ସ ଆଜି ବସନ୍ତ ଦାସଙ୍କୁ ଗିରଫ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.