ETV Bharat / state

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଛାତ୍ରୀ, ଏମିତି ମିଳିଲା ଉତ୍ତର

Pariksha Pe Charcha: ‘ପରୀକ୍ଷା ପେ ଚର୍ଚ୍ଚା’ରେ ଓଡ଼ିଆ ଛାତ୍ରୀ ରାଜଲକ୍ଷ୍ମୀ । ପରୀକ୍ଷା ହଲରେ ଚାପମୁକ୍ତ କିପରି ରହିବ ସେନେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶ୍ନ । ଅଧିକ ପଢନ୍ତୁ

ପରୀକ୍ଷା ପେ ଚର୍ଚ୍ଚା
pariksha pe charcha
author img

By ETV Bharat Odisha Team

Published : Jan 30, 2024, 7:33 AM IST

pariksha pe charcha

ଭୁବନେଶ୍ବର: ନୂଆଦିଲ୍ଲୀରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ପଚାରିଲେ ଓଡ଼ିଆ ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ । ଯାହାର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ । ପରୀକ୍ଷା ହଲରେ କିପରି ଚାପମୁକ୍ତ ହୋଇପାରିବୁ ବୋଲି ପ୍ରଶ୍ନ କରିଥିଲେ ରାଜଲକ୍ଷ୍ମୀ । ଯାହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ପରୀକ୍ଷା ହଲରେ ଆଖପାଖରେ ବସିଥିବା ପିଲାଙ୍କୁ ଦେଖନ୍ତୁ ନାହିଁ ବରଂ ନିଜ ଉପରେ ଭରସା ରଖନ୍ତୁ ଫଳାଫଳ ଭଲ ମିଳିବ ।

ରାଜଲକ୍ଷ୍ମୀଙ୍କ ପ୍ରଶ୍ନ, “ସ୍ଥିର ମସ୍ତିଷ୍କ ସହ ପରୀକ୍ଷାକୁ ସାମ୍ନା କରିବା ସହଜ । କିନ୍ତୁ ପରୀକ୍ଷା ହଲରେ ପରିସ୍ଥିତି ଏତେ ଭୟାନକ, ଯେମିତିକି ପରୀକ୍ଷା ହଲରେ ହଲଚଲ ହୁଏ ନାହିଁ, ସାମ୍ନାକୁ ଚାହଁ । ଏପରି ସମୟରେ ଆମେ କିପରି ଚାପମୁକ୍ତ ହୋଇପାରିବୁ ? ''

ମୋଦିଙ୍କ ଉତ୍ତର, ''ପରୀକ୍ଷା ହଲରେ ଆଖ ପାଖରେ ଥିବା ପରୀକ୍ଷାର୍ଥୀ ସ୍ପିଡରେ ଲେଖୁଛନ୍ତି, ମୁଁ ତ ତୃତୀୟ ପ୍ରଶ୍ନ ଅଟକି ଯାଇଛି । ସେ ମୋଠାରୁ ଆଗକୁ ଚାଲିଯାଇଛି, ନିଜ ମୁଣ୍ଡ ଏଥିରେ ଖର୍ଚ୍ଚ କରନ୍ତୁ ନାହିଁ । ଏମିତି ବି ହୋଇପାରେ ସେମାନେ ସିନେମାର ଷ୍ଟୋରୀ ଲେଖୁ ଥାଇପାରନ୍ତି । ନିଜ ଉପରେ ବିଶ୍ବାସ ରଖ । ଆଖପାଖରେ କିଏ କ'ଣ କରୁଛି ତାକୁ ଛାଡ । ନିଜ ଉପରେ ଯେତିକି ଭରସା କରିବ ସେତିକି ନିଜ ପ୍ରଶ୍ନପତ୍ର ଉପରେ ଧ୍ୟାନ ରହିବ ଏବଂ ପ୍ରତି ପ୍ରଶ୍ନର ଉତ୍ତର ଭଲରେ ଦେଇପାରିବ । ଯାହାଫଳରେ ଫଳାଫଳ ମଧ୍ୟ ଭଲ ହୋଇପାରିବ । ''

ଏହା ମଧ୍ୟ ପଢନ୍ତୁ-ପିଏମଙ୍କ ପାଠଶାଳା: ମୋଦିଙ୍କ ଟିପ୍ସ, ପ୍ରତିଯୋଗିତା ବନ୍ଧୁ ସହ ନୁହେଁ ନିଜ ସହ କର

ସୂଚନାଯୋଗ୍ୟ, କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ରାଜଲକ୍ଷ୍ମୀ ଆଚାର୍ଯ୍ୟ । ସୋମବାର ଦିଲ୍ଲୀର ଭାରତ ମଣ୍ଡପରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶହ ଶହ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶାର ଏକମାତ୍ର ଛାତ୍ରୀ ଭାବେ ରାଜଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ । ସେ ପରୀକ୍ଷାରେ ଚାପମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଟିପ୍ସ ନେଇଥିଲେ । ରାଜଲକ୍ଷ୍ମୀଙ୍କ ସମେତ ଦେଶର କୋଣ ଅନୁକୋଣର ବହୁ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଠଶାଳାରେ ଅଂଶ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ‘ପରୀକ୍ଷା ପେ ଚର୍ଚ୍ଚା’ ହେଉଛି ଏକ ଶିକ୍ଷା ପର୍ବ । ଆଜିର କାର୍ଯ୍ୟକ୍ରମ ଏଭଳି ସମୟରେ ଆୟୋଜନ ହୋଇଛି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମୋଦି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଦାୟିତ୍ୱ ଭାର ଯୁବପିଢିଙ୍କ ହାତରେ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ନେତୃତ୍ୱ ସହ ସେମାନଙ୍କ ମିଳିତ କାନ୍ଧରେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କ ଉପାଦେୟ ମାର୍ଗଦର୍ଶନ ଆମ ସମସ୍ତଙ୍କୁ ସମୃଦ୍ଧ କରିଛି । ଛାତ୍ରଛାତ୍ରୀଙ୍କୁ ମାନସିକ ଚାପମୁକ୍ତ କରିବା ସହ ଅଧିକ ଆତ୍ମବିଶ୍ୱାସୀ କରାଇବ । ମାନସିକ ଭାବେ ସ୍ଥିର ହୋଇ ପରୀକ୍ଷା ଦେବା ସହ ଜୀବନରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିବାରେ ସାହାଯ୍ୟ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.