ETV Bharat / state

ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଆଜି ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି

author img

By ETV Bharat Odisha Team

Published : Jan 27, 2024, 6:56 AM IST

Samaleswari project inauguration: ଆଜି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ତେବେ ଏହି ପ୍ରକଳ୍ପ ଲୋକାର୍ପଣଉତ୍ସବ ପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ଅଧିକ ପଢନ୍ତୁ

Samaleswari project inauguration
ମା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର: ଆଜି(ଶନିବାର) ବହୁ ପ୍ରତିକ୍ଷିତ ମାଆ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିସହ ମାସର ଚତୁର୍ଥ ଶନିବାର ଯୋଗୁଁ ଆଜି ସରକାରୀ ଅଫିସ୍ ତଥା ବ୍ୟାଙ୍କ ଗୁଡିକ ମଧ୍ୟ ବନ୍ଦ ରହିଛି । ପୂର୍ବରୁ ପୁରୀ ପରିକ୍ରମା ପ୍ରକଳ୍ପ ଉଦଘାଟନୀ ଉତ୍ସବରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କଲେଜ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା ।

ଆଜି ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଛୁଟି । ସମ୍ବଲପୁରର ମାଆ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିସହ ଚତୁର୍ଥ ଶନିବାର ଯୋଗୁଁ ମଧ୍ୟ ସରକାରୀ ଅଫିସ ଓ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବାକୁ ଯାଉଛନ୍ତି । ଏହି ପ୍ରକଳ୍ପର ୪ଟି ମୁଖ୍ୟ ଲକ୍ଷ୍ୟ ରହିଛି । ସେଗୁଡ଼ିକ ହେଲା ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ରୂପାନ୍ତରଣ କରିବା । ଯାହା ଦ୍ବାରା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ହେବ । ଏଥିସହ ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତି ପ୍ରତି ଗୁରୁତ୍ୱ ଦିଆଯିବା ସହ ମନ୍ଦିର ଚାରିପଟେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ।

ଏହାମଧ୍ୟ ପଢନ୍ତୁ.. ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; ଲୋକଙ୍କ ଆସ୍ଥା ଓ ବିଶ୍ଵାସର ପ୍ରାଣ କେନ୍ଦ୍ର ମା' ସମଲେଶ୍ବରୀ

ମନ୍ଦିର ନିକଟରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା କ୍ୟାଫେଟେରିଆ ପରିଚାଳନା ନାରୀ ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି । ଏଠାରେ ସମ୍ୱଲପୁରୀ ବାନ୍ଧକଳାକୁ ଅଗ୍ରାଧିକାର ଦିଆଯାଇଛି । ଦେଶବିଦେଶରୁ ଆସୁଥିବା ମାଆ’ଙ୍କ ଭକ୍ତମାନେ ସମ୍ୱଲପୁରୀ ବାନ୍ଧକଳାର ସ୍ୱତନ୍ତ୍ର ସଂସ୍କରଣର ସାମଗ୍ରୀ ପାଇପାରିବେ । ଏହାଦ୍ୱାରା ସାରା ବିଶ୍ୱରେ ସମ୍ୱଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ । ଏଠାରେ ମଧ୍ୟ ସମ୍ୱଲପୁରୀ ବାନ୍ଧକଳାର ଲାଇଭ ଡେମୋନଷ୍ଟ୍ରେସନ୍‌ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ସମଲେଇ ପ୍ରକଳ୍ପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମନ୍ଦିର ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ବିକାଶ ଲାଗି ସୁଯୋଗ ସୃଷ୍ଟି କରିବା । ଏହି ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଦେଶର କୋଣଅନୁକୋଣରୁ ଭକ୍ତଙ୍କ ସମାଗମ ହେବ। ଏଥିରୁ ସମ୍ୱଲପୁରର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ଲାଭାନ୍ୱିତ ହୋଇପାରିବ । ସ୍ଥାନୀୟ ଅଧିବାସୀଙ୍କ ପାଇଁ ଆର୍ଥିକ ବିକାଶର ସୁଯୋଗ ସୃଷ୍ଟି ହେବ । ଏହା ସମଗ୍ର ଅଞ୍ଚଳର ବିକାଶ ଲାଗି ବାଟ ଫିଟାଇବ ।

ଅନ୍ୟପଟେ ମା’ ସମଲେଇ ମନ୍ଦିର ପରିସର ପୂର୍ବରୁ କେବଳ ୪ ଏକର ରହିଥିବା ବେଳେ ବର୍ତ୍ତମାନ ରୂପାନ୍ତରଣ ପରେ ଏହା ପ୍ରାୟ ୪୪ ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଛି । ପ୍ରତ୍ୟେକଟି ନୂତନ ନିର୍ମାଣ ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ ହୋଇଛି । ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭା ପାଉଛି । ପଶ୍ଚିମ ଓଡ଼ିଶାର ସମ୍ୱଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷ ରୂପେ ଧ୍ୟାନ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.