ETV Bharat / state

ଅପରାଜେୟ ଅଦ୍ବିତୀୟ ନବୀନ, ସୋସିଆଲ ମିଡିଆରେ ଟ୍ରେଣ୍ଡିଂ, ଝୁରୁଛନ୍ତି ଲୋକେ - NAVEEN PATNAIK POPULARITY IN SOCIAL MEDIA - NAVEEN PATNAIK POPULARITY IN SOCIAL MEDIA

NAVEEN PATNAIK POPULARITY IN SOCIAL MEDIA : ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ନବୀନ ପଟ୍ଟନାୟକ । ଶୀର୍ଷନେତା, ରାଷ୍ଟ୍ରନାୟକ ଭାବେ ଲୋକଙ୍କୁ ପ୍ରଶଂସା କରୁଛନ୍ତି ୟୁଜର୍ସ । ଟ୍ରେଣ୍ଡ କରୁଛି ' End of an Era' । ଅଧିକ ପଢନ୍ତୁ

NAVEEN PATNAIK POPULARITY IN SOCIAL MEDIA
NAVEEN PATNAIK POPULARITY IN SOCIAL MEDIA (ETV Bharat Odisha)
author img

By ETV Bharat Odisha Team

Published : Jun 6, 2024, 1:08 PM IST

Updated : Jun 6, 2024, 1:30 PM IST

ଭୁବନେଶ୍ବର: ହେ ନବୀନ ବାବୁ..ଆମେ ତମ ଫ୍ୟାନ...। ଛୋଟରୁ ବଡ ସମସ୍ତଙ୍କ ମୁହଁରେ ଏହି ଗୋଟିଏ ଉକ୍ତି । ସବୁ ସୋସିଆଲ ମିଡିଆରେ ବର୍ତ୍ତମାନ ନବୀନ ମାନିଆ । ଭାରତରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ରହି ଆସୁଥିଲେ ନବୀନ ପଟ୍ଟନାୟକ । ଧଳା କୁର୍ତ୍ତା, ପାଇଜାମା, କୋଲ୍ଲାପୁରୀର ଖଣ୍ଡେ ଚପଲ ଏବଂ ତାଙ୍କ ହସହସ ମୁହଁ ସମଗ୍ର ରାଜ୍ୟବାସୀଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ସୁଶାସନ, ବିଚକ୍ଷଣ ବୁଦ୍ଧି ଏବଂ ସ୍ବଚ୍ଛ ଭାବମୂର୍ତ୍ତି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲା । ଦିଲ୍ଲୀ ହେଉ କି ପଲ୍ଲୀ ସବୁଠି ସେହି ସମାନ୍‌ ଲୁକ୍‌ରେ ନଜର ଆସନ୍ତି ନବୀନ । ଓଡ଼ିଶାବାସୀ ତାଙ୍କୁ କେବେ ବି ସୁଟ୍‌ ବୁଟ୍‌ରେ ଦେଖିନାହାନ୍ତି । ସେ କେବେ ବିରୋଧୀଙ୍କ ନାମରେ କୁହନ୍ତି ନା ଗଳା ପଠାଇ ଭାଷଣା ଦିଅନ୍ତି । ତଥାପି ସେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ରହିଥିଲେ । ହାତ ହଲେଇ ଆପଣ ମାନେ ଖୁସି ତ... ଏହା ହିଁ ତାଙ୍କ ପାଇଁ କାଫି ।

NAVEEN PATNAIK POPULARITY IN SOCIAL MEDIA
NAVEEN PATNAIK POPULARITY IN SOCIAL MEDIA (social media)

ମୁଖ୍ୟମନ୍ତ୍ରୀଙ୍କୁ ସମବେଦନା:

ଚଳିତ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ବିଜୟ ପରେ ମାଟି କାମୁଡିଛି ବିଜେଡି । ସାଧାରଣ ନିର୍ବାଚନରେ ଫଳାଫଳ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ନବୀନଙ୍କୁ ନେଇ ନାନାଦି ଚର୍ଚ୍ଚା ହେବା ସହିତ ସମବେଦନା ଜଣାଉଛନ୍ତି । କିଏ ତାଙ୍କ ହସହସ ମୁହଁ ରଖିଛି ତ କିଏ ତାଙ୍କ ସହ ଉଠାଉଥିବା ଫଟୋ ରଖି ପ୍ରଶଂସା କରି ସମବେଦନା ଜଣାଉଛନ୍ତି । ଲୋକେ ତାଙ୍କୁ କେବଳ ନବୀନ ପଟ୍ଟନାୟକ କହୁନଥିଲେ ବରଂ ତାଙ୍କ ନାମ ଆଗରୁ ମୁଖ୍ୟମନ୍ତ୍ରୀ ଲଗାଇ ସମ୍ବୋଧନ କରୁଥିଲେ । 24 ବର୍ଷ ହେଲା ରାଜ୍ୟରେ କେବଳ ଗୋଟିଏ ନାଁ ଥିଲା ଆମ ଲୋକପ୍ରିୟ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆଙ୍କୁ ବୋକା ଭାବିବା ବିଜେଡିକୁ ପଡିଲା ମହାଙ୍ଗା: ରାଜନୀତି ସମୀକ୍ଷକ - 5 main causes why BJD lost

ସୋସିଆଲ ମିଡିଆରେ ଟ୍ରେଣ୍ଡ #NAVEENPATNAIK: ସୋସିଆଲ ମିଡିଆ ସବୁଠି କେବଳ 'End of an Era' । ଫେସବୁକ, ହ୍ବାଟ୍ସଆପ, ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ରଖି ସମବେଦନା ଜଣାଉଛନ୍ତି ଲୋକେ । କିଏ ଲେଖୁଛି ହେ ନବୀନ ବାବୁ ଆମ ତମ ଫ୍ୟାନ, ଆମ ସିଏମ ସବୁଠି ନମ୍ବର ଓ୍ବାନ, ଆପଣ ଯେଉଠି ବି ରୁହନ୍ତୁ ଆପଣଙ୍କ ଅବିସ୍ମରଣୀୟ କାର୍ଯ୍ୟ ଏବଂ ସ୍ମୃତି ଚିରସ୍ମରଣୀୟ ହୋଇ ରହିବ, ଆପଣ ସର୍ବଦା ହୃଦୟରେ ରହିବେ । ହାତରୁ ଶାସନ ଖସିଲା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ଲୋକେ ଚର୍ଚ୍ଚା କରୁଛନ୍ତି । ସେ କ୍ଷମତାରେ ନାହାନ୍ତି ସତ କିନ୍ତୁ ତାଙ୍କ ସୁଶାସନକୁ ଛୁରୁଛନ୍ତି ରାଜ୍ୟବାସୀ । ଅନେକ ଯୁବପିଢି ସୋସିଆଲ ମିଡିଆରେ କହୁଛନ୍ତି ଆମେ ପିଲା ବେଳୁ ଶୁଣି ଆସିଥିଲୁ ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ଆପଣ ଆମର ଗର୍ବ, ସର୍ବଦା ହୃଦୟରେ ରହିବେ ବୋଲି ଲେଖୁଛନ୍ତି ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଷ୍ଟାର ଏବଂ ରାଜନେତା ।

ଓଡିଶାର ରୋଲ୍ ମଡେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:

ରୋଲ୍ ମଡେଲ ଭାବେ ବେଶ୍ ଜଣାଶୁଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ହେଉ କି ବନ୍ୟା କି କୋଭିଡ ପରିଚାଳନା ସ୍ଥିତିର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତ ଥାଆନ୍ତି ନବୀନଙ୍କ ସରକାର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠୁ ନେଇ ବିଜୁ ପକ୍କା ଘର ସବୁ କ୍ଷେତ୍ରରେ ଗରିବୀଙ୍କ ସାହାରା ପାଲଟୁଥିଲା । କେବଳ ଏତିକି ନୁହେଁ ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବାକୁ ମିଶନ ଶକ୍ତି ତିଆରି କରିଛନ୍ତି । କୋଭିଡ ସମୟରେ ମୁକାବିଲାକୁ ନେଇ ସେ ପରିଚିତ ରହିଥିଲେ ।

ନବୀନଙ୍କ ପରାଜୟର କାରଣ କଣ ?:

NAVEEN PATNAIK
NAVEEN PATNAIK (RKC)

ଏତେ ଲୋକପ୍ରିୟତା ରହି ମଧ୍ୟ କାହିଁକି ହାରିଲେ ନବୀନ ପଟ୍ଟନାୟକ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଲୋକେ ନବୀନ ପଟ୍ଟନାୟକ ପାଇଁ ସମବେଦନା ଦେଖାଉଥିଲେ ପାଣ୍ଡିଆନ ହିଁ ପରାଜୟର ମୁଖ୍ୟ କାରଣ ବୋଲି କହୁଛନ୍ତି । କିଛି ବ୍ୟକ୍ତି ପୋଷ୍ଟ କରି କହୁଛନ୍ତି, ଯେଉଁ ଲୋକଙ୍କ ଭୋଟ ନଦେବା ପାଇଁ ଆଜି ବିଜେଡିର ଏହି ଅବସ୍ଥା ତାହାଲେ ଲୋକେ ଏଭଳି ସମବେଦନା କାହିଁକି ଦେଖାଉଛନ୍ତି । ପାଣ୍ଡିଆନଙ୍କୁ ହଟାଇବା ପାଇଁ ନବୀନ ପଟ୍ଟନାୟକ ବଳି ପଡିଲେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2024, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.