ETV Bharat / state

ପୁଣି ଶୁଭିବ ସାତକୋଶିଆରେ ବାଘ ଗର୍ଜନ, ୫ ବର୍ଷରେ ଆସିବ ୧୪ଟି ବାଘ - Satkosia Tiger Reserve

SATKOSIA TIGER RESERVE: ସାତକୋଶିଆରେ ପୁଣି ବାଘ ବଂଶ ବୃଦ୍ଧି ପାଇଁ ଯୋଜନା । ୫ ବର୍ଷରେ ପ୍ରାୟ ୧୪ଟି ବାଘ ପର୍ଯ୍ୟାୟକ୍ରମେ ଆସିବାର ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଅଧିକ ପଢନ୍ତୁ

ପୁଣି ଶୁଭିବ ସାତକୋଶିଆରେ ବାଘ ଗର୍ଜନ
ପୁଣି ଶୁଭିବ ସାତକୋଶିଆରେ ବାଘ ଗର୍ଜନ (ETV Bharat Odisha)
author img

By ETV Bharat Odisha Team

Published : Aug 29, 2024, 11:01 PM IST

ଭୁବନେଶ୍ବର: ରାଜ୍ୟରେ ସାତକୋଶିଆରେ ପୁଣି ବାଘ ଗର୍ଜନ ଶୁଣିବ । ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି । ପୂର୍ବରୁ ସାତକୋଶିଆରେ ବାଘ ଶୂନ୍ୟ ହୋଇପଡିବ ପରେ ଏବେ ଆରମ୍ଭ ହୋଇଛି ଯୋଜନା । ବାଘ ବଂଶ ବୃଦ୍ଧି କରିବା ଦିଗରେ ଆଗେଇ ଆସିଛି ବନ ବିଭାଗ ।

ପୁଣି ଶୁଭିବ ସାତକୋଶିଆରେ ବାଘ ଗର୍ଜନ (ETV Bharat Odisha)

ସାତକୋଶିଆରେ ପୁଣି ଶୁଭିବ ମହାବଳର ଗର୍ଜନ:
ପୁଣି ଥରେ ଶୁଭିବ ସାତକୋଶିଆରେ ମହାବଳ ବାଘର ଗର୍ଜନ । ବିଭାଗ ପକ୍ଷରୁ କରାଯାଉଛି ୫ ବର୍ଷିଆ ଯୋଜନା ।ଏହି ୫ ବର୍ଷରେ ପ୍ରାୟ ୧୪ଟି ବାଘ ପର୍ଯ୍ୟାୟକ୍ରମେ ଆସିବାର ଯୋଜନା କରାଯାଇଛି । ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ । ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଏନଟିସିଏ ଦେଇଛି ଅନୁମୋଦନ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ବାଘ୍ର ପ୍ରକଳ୍ପ ପାଇଁ କରାଯିବ ୫ ବର୍ଷର ଯୋଜନା:

ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି," ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ବଜାୟ ରଖିବା ସହ ବାଘବଂଶ ବୃଦ୍ଧି କରିବାକୁ ବନ ବିଭାଗ ଏକ ୫ ବର୍ଷିଆ ଯୋଜନା କରୁଛି । ଯେଉଁଥିରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ପର୍ଯ୍ୟାୟକ୍ରମେ ୧୪ଟି ମହାବଳ ଆସିବ । କେଉଁ ରାଜ୍ୟରୁ କେତୋଟି ବାଘ ଆସିବେ, ସେ ନେଇ ସ୍ଥିର ହୋଇନାହିଁ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଘୁଣୀ ଓ ଗୋଟିଏ ବାଘ ଅଣାଯିବ । ମହାରାଷ୍ଟ୍ରର ତଡ଼ବା ଜଙ୍ଗଲର ବାଘମାନଙ୍କ ଜେନେଟିକ୍‌ ସହ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ରହୁଥିବାରୁ ସେଠାରୁ ବାଘ ଅଣାଯିବ ।"

ଜଙ୍ଗଲରୁ ଖାଲି ହେବ ୬ଟି ଗାଁ:
ଏନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି," ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ଗାଁ ଲୋକଙ୍କୁ ଖାଲି କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଗାଁ ଖାଲି କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।"

ସାତକୋଶିଆରେ ବାଘ ବଂଶ ଶୂନ୍ୟ:
ବାଘ ବଂଶ ଶୂନ୍ୟ ହେବା ପରେ ପୁଣି ସାତକୋଶିଆକୁ ନେଇ ଚାଲିଛି ନୂଆ ଏକ୍ସପେରିମେଣ୍ଟ । ୨୦୧୮ ମସିହାରେ ଏଠାରେ ଦେଶର ପ୍ରଥମ ବାଘ ପୁନର୍ବାସ ଯୋଜନା ଫେଲ୍ ମାରିବା ପରେ ଏବେ ପୁଣି ଘାରିଛି ବାଘ ବଂଶ ବିସ୍ତାର ଯୋଜନା କରାଯାଇଛି । ୧ ହଜାର ବର୍ଗ କିଲୋମିଟର ବ୍ୟାପୀ ଏହି ବ୍ୟାଘ୍ର ଅଭୟାରଣ୍ୟରେ ଏଥିଲାଗି ବନବିଭାଗ ଆରମ୍ଭ କରିଛି ବହୁବିଧ ରଣନୀତି । ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ପରସ୍ପରକୁ ଲାଗିଛି । ଯେହେତୁ ଶିମିଳିପାଳରେ ବାଘ ସଂଖ୍ୟା ବଢ଼ୁଛି, ତେଣୁ ଆଗାମୀ ଦିନରେ ନିଜସ୍ୱ ଟେରିଟୋରି ତିଆରି ପାଇଁ ସେମାନେ ସାତକୋଶିଆ ମୁହାଁ ହୋଇପାରନ୍ତି । ତେବେ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି ।

ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଏନଟିସିଏର ତଥ୍ୟ ଅନୁଯାୟୀ, ୨୦୦୬ ମସିହାରେ ସାତକୋଶିଆରେ ଥିଲା ୬ଟି ମହାବଳ ବାଘ । ୨୦୧୦ ମସିହାରେ ସଂଖ୍ୟା ୮କୁ ବଢ଼ିଥିଲା । ହେଲେ ୨୦୧୪ରେ ସେମାନଙ୍କ ସଂଖ୍ୟା ହଠାତ୍ ୩କୁ ଖସିବା ସହ ୨୦୧୮ରେ ୧ ହୋଇଗଲା । ଏହାକୁ ନଜରକୁ ରଖି ୨୦୧୮ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଓ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ୨ଟି ବାଘ ଆଣି ସାତକୋଶିଆରେ ବଂଶ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥିଲା କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଫେଲ ମାରିଥିଲା ।

ବାଘ ବଂଶ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ:

ଏନେଇ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି, "ସାତକୋଶିଆରେ ବା‌ଘବଂଶ ବୃଦ୍ଧି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି। ବ୍ୟାଘ୍ର ଅଭୟାରଣ୍ୟ ହୋଇଥିଲେ ମଧ୍ୟ ଏଠାରେ ଗୋଟିଏ ବାଘ ନ ଥିବା ଜଣାପଡ଼ିବା ପରେ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ପୁଣିଥରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ତାହାକୁ ଏନ୍‌ଟିସିଏ ଗ୍ରହଣ କରିବା ସହ ୭ ମାସ ଧରି ସେମାନଙ୍କର ଏକ ବୈଷୟିକ କମିଟି ସାତକୋଶିଆ ଅଭୟାରଣ୍ୟକୁ ଅନୁଧ୍ୟାନ କରୁଥିଲେ । ଏହି ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ସମ୍ପୃକ୍ତ କମିଟି ରିପୋର୍ଟ ଦେବା ପରେ ଏନ୍‌ଟିସିଏ ଅନୁମତି ଦେଇଛି" ବୋଲି କହିଛନ୍ତି ପିସିସିଏଫ୍। ।

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶା ଆସିବେ 5 ମହାବଳ, ବାଘଙ୍କ ପାଇଁ କେତେ ପ୍ରସ୍ତୁତ ଦେବ୍ରିଗଡ଼ ଅଭୟାରଣ୍ୟ ? - Debrigarh Wildlife Sanctuary

ଓଡ଼ିଶାରେ ବାଘ ବଂଶ ବୃଦ୍ଧିକୁ ନେଇ ଯୋଜନା:
ଓଡ଼ିଶାକୁ ଆସିବେ ୫ ମହାବଳ ବାଘ । ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ଟି ବାଘ ଆସିବେ । ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ଅଣାଯିବ । ଅନ୍ୟପଟେ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଆସିବାର ଯୋଜନା କରାଯାଇଛି । ଡେବ୍ରିଗଡ଼ ପାଇଁ ୩ ମହାବଳ ମଧ୍ୟରୁ ୧ ଅଣ୍ଡିରା ମହାବଳ ଏବଂ ୨ ଟି ବାଘୁଣୀ ଆସିବେ ସେହିପରି ଭାବରେ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ମଧ୍ୟରୁ ୨ଟି ବାଘୁଣୀ ଆସିବାର ଯୋଜନା କରାଯାଇଛି । ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରୟାଲ ବେଙ୍ଗଲ ଟାଇଗର ଆସିଛି । ଯାହା ବାଘଙ୍କ ବଂଶ ବୃଦ୍ଧିକୁ ନେଇ ଯୋଜନା କରାଯାଇଛି ।

ରାଜ୍ୟରେ କେଉଁ ବନଖଣ୍ଡରେ କେତେ ବାଘ ସଂଖ୍ୟା:
ରାଜ୍ୟରେ ୩୦ ମହାବଳ ରହିଥିବାବେଳେ ଶିମିଳିପାଳରେ ସର୍ବାଧିକ ମହାବଳ ରହିଛନ୍ତି । ଏହାସହ ୮ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଛି । ତେବେ ଏହାରି ମଧ୍ୟରେ ୧୪ଟି ବାଘୁଣୀ ରହିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ଗୋଟିଏ ବାଘ ରହିଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଛନ୍ତି । ଏହାସହ କଳା ବାଘ ୪୦ ପ୍ରତିଶତ ରହିଛନ୍ତି ରାଜ୍ୟର ବିଭିନ୍ନ ଜଙ୍ଗଲରେ । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ଟି ବାଘୁଣୀ ଓ ୬ଟି ବାଘ ରହିଥିବା ଜଣାପଡିଛି ।

ଇଟିଭି ଭାରତତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.