ETV Bharat / state

BSKY କାର୍ଡ ନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ? ଦ୍ବନ୍ଦ୍ବ ଦୂର କଲେ ସ୍ବାସ୍ଥ୍ୟମନ୍ତ୍ରୀ - BSKY Card Confusion

author img

By ETV Bharat Odisha Team

Published : Aug 3, 2024, 7:19 PM IST

BSKY Card Confusion: ଆଗକୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । BSKY କାର୍ଡ କ'ଣ ହେବ ? ଏହା ଅଚଳ ହୋଇଯିବ ନା କାମରେ ଲାଗିବ ? ଜାଣନ୍ତୁ

BSKY Card
BSKY Card (ETV Bharat Odisha)

ଭୁବନେଶ୍ବର: ଦୂର ହେଲା BSKYକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ । BSKY ଜାରି ରହିବ । "ସେପ୍ଟେମ୍ବର 10 ପରେ ପର୍ଯ୍ୟାୟକ୍ରମେ ଲାଗୁ ହେବ 'ଗୋପବନ୍ଧୁ ଜନ ଆରୋଗ୍ୟ' ଯୋଜନା । ପୂର୍ବତନ ରାଜ୍ୟ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ । ଏହାପର ଠାରୁ ବିଏସକେୱାଇ ବଦଳରେ ଲୋକଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା । ଲୋକପ୍ରିୟ ଯୋଜନା BKSYରେ ଯେତିକି ଭାବରେ ସୁବିଧା ମିଳୁଛି ସେତିକି ସୁବିଧା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିବା ନେଇ ପଦକ୍ଷେପ ନିଆଯାଉଛି" ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

BSKY Card (ETV Bharat Odisha)
BSKY ପ୍ରସଙ୍ଗରେ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ BSKY ଜାରି ରହିବ । ବଜେଟ୍‌ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ନୂଆ କାର୍ଡ ମିଳିବ । ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ବର୍ତ୍ତମାନ ସମୟରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ BSKY ଜାରି ରହିବ । ଅଗଷ୍ଟ 30 ତାରିଖରେ ଏକ ବିଲ ପାସ ହୋଇଛି । ଯାହା ସେପ୍ଟେମ୍ବର 10 ତାରିଖରେ ବଜେଟର ଅନୁମୋଦନ ବିଲ ପାସ ହେବ । ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ । ବର୍ତ୍ତମାନ ଯାହା ଚଳୁଛି ତାହା ଚାଲିବ ।"

ସ୍ଵାସ୍ଥ୍ୟ ସେବା ବଜେଟରେ କ'ଣ ରହିଛି:
ସ୍ୱାସ୍ଥ୍ୟସେବା ପାଇଁ ଚଳିତ ବଜେଟର ମୋଟ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଗତ ବର୍ଷର ବଜେଟକୁ ଆକଳନ କଲେ ପ୍ରାୟ ୩୨ ପ୍ରତିଶତ ଅଧିକ ଓ ସମୁଦାୟ ବଜେଟର ୮ ପ୍ରତିଶତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଯୋଜନା ଅଧିନରେ ଥିବା ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହା ବି ପଢନ୍ତୁ...ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, କେଉଁଥିରେ ସାମିଲ ହେବେ BSKY ହିତାଧିକାରୀ ? ‘କର୍କଟ’କୁ ଚେକ୍ ପାଇଁ ବଡ ବ୍ୟବସ୍ଥା - Odisha Budget 2024

ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବ୍ୟବରାଦ:
"ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ । ଏସସିବିକୁ ୫୦ କୋଟି, MKCGକୁ ୩୦କୋଟି, VIMSARକୁ ୨୦କୋଟି ଓ ଅନ୍ୟ ନୂତନ ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୦ କୋଟି ଲେଖାଏଁ ଦିଆଯିବା ନେଇ ବ୍ୟୟବରାଦ ହୋଇଛି " ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.