ETV Bharat / state

SCB ହାଉସ ସର୍ଜନ ଓ ନର୍ସ ସଂଘ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ: ସ୍ୱାସ୍ଥ୍ୟମନ୍ତ୍ରୀ - Nurse and House Surgeon Dispute

author img

By ETV Bharat Odisha Team

Published : Jul 20, 2024, 10:55 PM IST

Nurse and House Surgeon Dispute: ଏସ୍‌ସିବି ମେଡିକାଲରେ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନ ସଂଘ ବିବାଦର ସମାଧାନ ଶୀଘ୍ର ହେବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Nurse and House Surgeon Dispute
Nurse and House Surgeon Dispute (ETV Bharat Odisha)

କଟକ: ଏସ୍‌ସିବି ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନ ସଂଘ ବିବାଦରେ ଶୀଘ୍ର ପଡିବ ପୂର୍ଣ୍ଣଛେଦ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏସ୍‌ସିବିରେ ବିଗତ ଦିନରେ ଏନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏକ କମିଟି ଜରିଆରେ ଏହି ବିବାଦର ତଦନ୍ତ ଜାରି ରହିଛି । ତେବେ ଏହି ବିବାଦ ସମାଧାନକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

କିଛିଦିନ ପୂର୍ବରୁ ଏସ୍‌ସିବି ହାଉସ ସର୍ଜନ ଓ ନର୍ସିଂ ସଂଘ ବିବାଦ ଘଟଣାରେ ଏକ ଆଶ୍ବସ୍ତିକର ନିଷ୍ପତ୍ତି ଆସିଥିଲା । ସ୍ଥଗିତ ରହିଥିଲା ଉଭୟ ସଂଘର ଆନ୍ଦୋଳନ । ଯାହାଫଳରେ ସ୍ବାଭାବିକ ହେଇଛି ରୋଗୀ ସେବା । ଏସ୍‌ସିବି ସ୍ବାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ ଏହି ସୂଚନା ଦେଇଥିଲେ । ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ହାଉସ ସର୍ଜନ ସଂଘ ପକ୍ଷରୁ ଗତକାଲି ଏକ ପ୍ରେସ ରିଲିଜ ଜରିଆରେ ଦିଆଯାଇଥିବା ସୂଚନା ମୁତାବକ ଆସନ୍ତା ଅଗଷ୍ଟ 1 ତାରିଖ ମଧ୍ୟରେ ଦାବି ମୁତାବକ ଯଦି କୌଣସି ପଦକ୍ଷେପ ନିଆ ନଯାଏ, ତେବେ ମାସ ପ୍ରଥମରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ହାଉସ ସର୍ଜନ ସଂଘ ।

କଣ ଥିଲା ଘଟଣା:-

ଗତ ରବିବାର ସନ୍ଧ୍ୟା ସମୟରେ ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ପ୍ଲାଜମା ଦେବାକୁ ନେଇ ଜଣେ ନର୍ସ ଓ ହାଉସ ସର୍ଜନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା । ଏହି ବିବାଦ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦରେ ପରିଣତ ହୋଇଥିଲା । ରବିବାରଠାରୁ ଉଭୟ ଉଭୟଙ୍କ ବିରୋଧରେ ଆରୋପ ପ୍ରତ୍ୟାରୋପ କରି ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ହେଲେ ଏନେଇ କୌଣସି ସମାଧାନ ନହେବାରୁ ଶତାଧିକ ନର୍ସିଂ କର୍ମଚାରୀ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଧାରଣା ଦେବା ସହ ଦୀର୍ଘ ସମୟ ଧରି ହୋହାଲ୍ଲା କରିଥିଲେ । ସେହିଦିନ ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆୟୋଜନ କରାଯାଇ ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା; ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି - Nurse and House Surgeon Dispute

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.