ETV Bharat / state

ଫେଲ ମାରିଛି ବସୁଧା: ପାଣି ଟାଙ୍କି ଅଛି ଟ୍ୟାପ ଲାଗିଛି, ମିଳୁନି ବିଶୁଦ୍ଧ ଜଳ - Basudha Scheme Fails - BASUDHA SCHEME FAILS

Basudha Scheme Fail: ନିଆଳି ବ୍ଳକ ଅଞ୍ଚଳରେ ଉତ୍କଟ ରୂପ ନେଇଛି ପାନୀୟ ଜଳ ସମସ୍ୟା । ଲୋକଙ୍କ କାମରେ ଆସୁନାହିଁ ଓଭରହେଡ୍ ଟାଙ୍କି। ସବୁ ଥାଇ ବି ବିଶୁଦ୍ଧ ଜଳ ପାଉନାହାନ୍ତି ଲୋକେ । ଅଧିକ ପଢ଼ନ୍ତୁ

WATER PROBLEM IN NIALI
WATER PROBLEM IN NIALI (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 4:40 PM IST

WATER PROBLEM IN NIALI (ETV Bharat Odisha)

ନିଆଳି: ଲୋକଙ୍କ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସରକାର ଆରମ୍ଭ କରିଥିଲେ ବସୁଧା ଯୋଜନା । ଏଥିପାଇଁ ନିଆଳି ବ୍ଳକ ଅଞ୍ଚଳରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଓଭର ହେଡ୍ ଟାଙ୍କି ନିର୍ମାଣ ହେଲା ପାଇପ ଲାଇନ୍ ମଧ୍ୟ ବିଛା ହୋଇ ଟ୍ୟାପ୍ ବି ଲାଗିଲା ହେଲେ ଫଳ ଶୂନ । କଟକ ଜିଲ୍ଲା ନିଆଳି ବ୍ଳକ ଅଞ୍ଚଳରେ ସରକାରଙ୍କ ବସୁଧା ଯୋଜନାରେ ଜଳ ଜୀବନ ମିଶନ ଫେଲ ମାରିଥିବା ଦେଖିବାକୁ ମିଳିଛି । ତେବେ ଏହି ଅଭିଯୋଗ ଆଣିଛନ୍ତି ଉପଭୋକ୍ତା ଏବଂ ନିର୍ବାଚିତ ଲୋକ ପ୍ରତିନିଧି ।

କଟକ ଜିଲ୍ଲା ନିଆଳି ବ୍ଳକର ୨୩ ଗୋଟି ପଞ୍ଚାୟତରେ ପ୍ରତ୍ୟେକ ଗାଁରେ ବସୁଧା ଯୋଜନା ମାଧ୍ୟମରେ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିଥିଲେ । ନିଆଳି ଥାନା ମାଧବ ପଞ୍ଚାୟତ ସ୍ଥିତ ମାଧବ ସଦାତୋଟା ନିକଟରେ ନିର୍ମାଣ ହୋଇଛି ବିଶାଳ ଓଭରହେଡ ଟାଙ୍କି। ପାଇପ ଲାଇନ୍ ବିଛା ଯାଇଛି ଟ୍ଯାପ ନିର୍ମାଣ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ ପାଣି ପାଇନଥିବା ନେଇ ଅଭିଯୋଗ କରିଛନ୍ତି । ପ୍ରବଳ ଖରା କାରଣରୁ ଏବେ ଗାଁରେ ଥିବା ନଳକୂପ ଠିକ୍‌ ଭାବରେ ଜଳ ଯୋଗାଇ ପାରୁ ନଥିବା ବେଳେ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ଅନ୍ୟପଟେ ଟ୍ଯାପ ଗୁଡ଼ିକ ଅନେକ ସ୍ଥାନରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ..ଟାଙ୍କି ଅଛି ପାଣି ନାହିଁ, ଫେଲ୍ ମାରିଲା ବସୁଧା ଯୋଜନା ! - NIALI WATER PROBLEM

ମାଧବ ପଞ୍ଚାୟତ ସରପଞ୍ଚ ବାବୁରାମ ମଲ୍ଲିକ ଏ ସମ୍ପର୍କରେ ବାରମ୍ବାର ବ୍ଲକ ପ୍ରଶାସନକୁ ଖବର ଦେଇଥିବା ବେଳେ ତାଙ୍କ ସମସ୍ୟା କଥା କେହି ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଓଭରହେଡ ଟାଙ୍କି ନିକଟରେ ଥିବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ନାହିଁ । ଯେଉଁ ମୋବାଇଲ ନମ୍ବର ଦିଆଯାଇଛି ସେ ନମ୍ବର ଲାଗୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସ୍ଥାନୀୟ ସରପଞ୍ଚ ଓ ଲୋକମାନେ ଦାୟିତ୍ଵରେ ଯନ୍ତ୍ରୀଙ୍କୁ ଜଣାଇଥିଲେ ସୁଦ୍ଧା ଅଭିଯୋଗ ପ୍ରତି ଅଧିକାରୀମାନ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । ମାଧବ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଖରା ଦିନରେ ବସୁଧା ଯୋଜନାରେ ପିଇବା ପାଣି ମିଳୁ ନଥିବା ବେଳେ ଏଠାରେ ସରକାରଙ୍କର ବସୁଧା ଯୋଜନା ଫେଲ ମାରିଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.