ETV Bharat / state

ସାବରମତୀ ଢାଞ୍ଚାରେ ନୂଆ ରୂପ ପାଇବ ମହାନଦୀ ପଠା ? ଏମିତି କରାଯିବ ବ୍ୟବସ୍ଥା - BEAUTIFICATION OF MAHANADI

ବଦଳିବ ମହାନଦୀ ପଠାର ରୂପରେଖ । ସାବରମତୀ ଭଳି ଢାଞ୍ଚାରେ ହେବ ନିର୍ମାଣ । ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ।

SABARMATI ASHRAM
SABARMATI ASHRAM (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 4:14 PM IST

କଟକ: ଆହୁରି ସୁନ୍ଦର ହେବ ମହାନଦୀ ପଠା । ବଦଳିବ ରୂପରେଖ । ଗୁଜୁରାଟର ସାବରମତୀ ଢାଞ୍ଚାରେ ନିର୍ମାଣ ମହାନଦୀ ରିଭରଫ୍ରଣ୍ଟ । ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ନଗର ଉନୟନ ମନ୍ତ୍ରୀ ବାଲିଯାତ୍ରା ପଡିଆ ବୁଲିବା ସହ ସମୀକ୍ଷା ମଧ୍ୟ କରିଛନ୍ତି । ଏଥିପାଇଁ ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ କଟକର ଐତିହ୍ୟ,କଳା ଏବଂ ସଂସ୍କୃତିକୁ ସ୍ଥାନ ଦିଆଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଵ୍ୟଵସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏନେଇ ସରକାରୀ ସ୍ଥରରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ:

SABARMATI ASHRAM (ETV Bharat Odisha)

ନଗର ଉନୟନ ମନ୍ତ୍ରୀ କଟକ ବାଲିଯାତ୍ରା ବୁଲିବା ସହ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘କଟକ ବାଲିଯାତ୍ରା ଐତିହାସିକ ବାଲିଯାତ୍ରା । ଏହା ସାରା ଭାରତରେ ପ୍ରସିଦ୍ଧ କରିବାକୁ ଗଲାଣି । ଏହି ବାଲିଯାତ୍ରା ଇତିହାସକୁ ମନେ ପକାଉଛି । ଓଡ଼ିଆ ଅସ୍ମିତାକୁ ମନେ ପକାଉଛି । ଆଗାମୀ ଦିନରେ ମହାନଦୀ ପଠାରେ ସାବରମତୀ ଭଳି କରାଯିବ । ସେଠାରେ ଯେମିତି ହୋଇଛି ଏହି ପଠାରେ ମଧ୍ୟ ସମାନ ଭାବରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।

ସବୁଦିନ ମିନି ବାଲିଯାତ୍ରା:

Bali yatra
Bali yatra (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି,‘ଏହି ଠାରେ ସବୁଦିନେ ମିନି ବାଲିଯାତ୍ରା କରାଯିବ । ବର୍ଷକୁ ଥରେ ଏଠାରେ ପୂର୍ଣ୍ଣ ବାଲିଯାତ୍ରା କରାଯିବ । ତେବେ କେବେ ଏହା କରାଯିବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ । ପ୍ରଥମ ଥର ବୈଠକ ମଧ୍ୟ କରାଯାଇଛି । ବିଭିନ୍ନ କମ୍ପାନୀଙ୍କ ସହ ଆଲୋଚନା କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ । ବିଶେଷକରି ଅହମ୍ମଦବାଦର ବ୍ୟକ୍ତି ଯିଏ କି ସାବରମତୀ ବନାଇଥିଲେ ତାଙ୍କ ସହ ଯୋଗାଯୋଗ କରାଯାଇଛି । ସେ ଏବଂ ତାଙ୍କ ଟିମ କଟକ ଆସିବେ । ସମସ୍ତ ସ୍ଥାନ ବୁଲିବେ ଏବଂ ଅନୁଧ୍ୟାନ କରିବେ । ସେମାନେ ଦେଖିବା ପରେ ପ୍ରେଜେଣ୍ଟସନ ଦେବେ ଏବଂ ପରବର୍ତ୍ତୀ ସମୟରେ ଏହା ଅନୁମୋଦନ ପରେ ନିଷ୍ପତ୍ତି ନିଆଯିବ ।’

ସବୁଜମୟକୁ ଗୁରୁତ୍ବ:

Bali yatra
Bali yatra (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି, ‘ଗୁଜୁରାଟରେ ଯେମିତି ସାବରମତୀ ହୋଇଛି କଟକ ଠାରେ ମଧ୍ୟ ସମାନ ଢଙ୍ଗରେ କରାଯିବ । ବିଶେଷକରି ସବୁଜମୟକୁ ଗୁରୁତ୍ୱ ଦିଆଯିବ । ଗଛ ଲାଗିବାକୁ ମଧ୍ୟ ପ୍ରାଥମିକତା ଦିଆଯିବ । ତାହା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ସହ ଏହା କିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଶ୍ରେଣୀର ଲୋକ ଆସିଲେ ବି ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ଢେର ଉପଭୋଗ କରିପାରିବେ ସେନେଇ ଵ୍ୟଵସ୍ଥା ଗ୍ରହଣ କରାଯିବ ।’ କଟକର ସଂସ୍କୃତି,ଐତିହ୍ୟ,କଳାକୁ ଏଥିରେ ସ୍ଥାନ ଦିଆଯିବ ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ NGTଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ । ପରିବେଶକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କରାଯିବ ବୋଲି ନଗର ଉନୟନ ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ତୁଟିବ ଆନ୍ତଃ ରାଜ୍ୟ ବିବାଦ ! ଗଠନ ହେବ ମନ୍ତ୍ରୀସ୍ତରୀୟ କମିଟି

ବାଲିଯାତ୍ରାରେ ବଢୁଛି ଦେଶୀ ସାମଗ୍ରୀର ଡିମାଣ୍ଡ, ORMAS ଷ୍ଟଲ ଆଗରେ ଲମ୍ବା ଲାଇନ

ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.