ETV Bharat / state

Toll-Free Number Issue: ସୁଭଦ୍ରା ଯୋଜନା: ବଡ଼ ଘୋଷଣା କଲେ ରାଜ୍ୟ ସରକାର, ଏମାନଙ୍କୁ ବି ମିଳିବ ଲାଭ, ଜାରି ହେଲା ଟୋଲ ଫ୍ରି ନମ୍ବର - Subhadra Yojana

author img

By ETV Bharat Odisha Team

Published : Aug 30, 2024, 9:25 PM IST

Subhadra Yojana Toll-Free Number Issued: ସୁଭଦ୍ରା ଯୋଜନା ନେଇ ପୁଣି ଗୁରୁତ୍ବପୂର୍ଣ୍ଣ ଘୋଷଣା କଲେ ରାଜ୍ୟ ସରକାର । ଏମାନେ ବି ପାଇବେ ସୁଭଦ୍ରା ଟଙ୍କା । ଏଥିସହ ଟୋଲ ଫ୍ରି ନମ୍ବର ମଧ୍ୟ ରାଜ୍ୟ ସରକାର ଜାରି କରିଛନ୍ତି ।

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର । ସେମାନେ ବି ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡି କର୍ମୀଙ୍କ ସମେତ ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ, ସହାୟିକା ମଧ୍ୟ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିପାରିବେ । ପୂର୍ବରୁ ରାଜ୍ୟ ସରକାର ଆଣିଥିବା ଗାଇଡଲାଇନ ଅନୁସାରେ ଏମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିଲେ । ତେବେ ସାରା ରାଜ୍ୟରେ ଏନେଇ ତୀବ୍ର ସମାଲୋଚନା ହେବା ପରେ ସରକାର ନୂଆ ଘୋଷଣା କରିଛନ୍ତି ।

ସୁଭଦ୍ରା ଯୋଜନା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି:

ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ହୋଇ ଫ୍ରି ନମ୍ବର- ୧୪୬୨୮ ଜାରି କରାଯାଇଛି । ଏହି ନମ୍ବରଟି ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ସମୟ ସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ ।

ଏମାନେ ପାଇବେ ସୁଭଦ୍ରା ଲାଭ:

ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ସହାୟତା ଯଥା ପେନ୍‌ସନ, ଛାତ୍ରବୃତ୍ତି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ ଓ ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଇଥିବେ ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ/ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍‌ବିକେ) ଓ ଆଉଟସୋର୍‌ସିଙ୍ଗ ଏବଂସି ଦ୍ବାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଇଥିଲେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନା (ETV Bharat Odisha)

କେମିତି କରିବେ ଆବେଦନ ?

ସମସ୍ତ ଯୋଗ୍ୟ ହିତାଧିକାରୀ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ । ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର, ବ୍ଲକ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଗୁଡିରେ ଆବେଦନ କରିପାରିବେ । ଏଠାରେ ଫର୍ମ ମାଗଣାରେ ଉପଲବ୍ଧ ରହିଛି ।

ସୁଭଦ୍ରା ଯୋଜନା ସମ୍ପର୍କିତ ଖବର ପଢନ୍ତୁ:

ଆସିଲା ସୁଭଦ୍ରା ଗାଇଡଲାଇନ: ଏମାନଙ୍କୁ ମିଳିବନି ଯୋଜନାର ଲାଭ, ଏମିତି କରନ୍ତୁ ଆବେଦନ

ମୋଦିଙ୍କ ଜନ୍ମଦିନରେ 'ସୁଭଦ୍ରା' ଯୋଜନା, ଶୁଭାରମ୍ଭ କରିବାକୁ ଆସିବେ ପ୍ରଧାନମନ୍ତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.