ETV Bharat / state

ରାଜ୍ୟରେ ବଦଳିବ ସ୍କୁଲ ୟୁନିଫର୍ମ ରଙ୍ଗ ଓ ଡିଜାଇନ୍, ଆସନ୍ତା ବର୍ଷରୁ ଲାଗୁ ହେବ - Schools uniform color change

author img

By ETV Bharat Odisha Team

Published : Jul 5, 2024, 11:24 AM IST

School uniform changes from next education year: ଆସନ୍ତା ବର୍ଷରୁ ସ୍କୁଲ ଛାତ୍ରଛାତ୍ରୀ ପିନ୍ଧିବେ ନୂଆ ପୋଷାକ । ପୋଷାକ ରଙ୍ଗ ଓ ପରିପାଟୀରେ ହେବ ପରିବର୍ତ୍ତନ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Odisha School Education Authority
Odisha School Education Authority (ETV BHARAT ODISHA)

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ବଦଳିବ ସ୍କୁଲ ପୋଷାକ ରଙ୍ଗ। ଚଳିତ ଶିକ୍ଷାବର୍ଷ ୨୦୨୪-୨୦୨୫ ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ । ଜଣକ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ବଣ୍ଟନ କରାଯିବ। ଆସନ୍ତା ବର୍ଷ ଠାରୁ ସ୍କୁଲ ପୋଷାକର ରଙ୍ଗ ଏବଂ ପରିପାଟିରେ ପରିର୍ତ୍ତନ କରାଯିବ ।

ସମସ୍ତ ଛାତ୍ରମାନଙ୍କୁ ଦୁଇ ହଳ ପ୍ୟାଣ୍ଟ ଓ ଧଳାସାର୍ଟ ଯୋଗାଇ ଦିଆଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀମାନଙ୍କୁ ଦୁଇ ହଳ ପ୍ରକ୍‌ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀମାନଙ୍କୁ ଦୁଇ ହଳ କମିଜ୍, ସାଲୱାର ଓ ଓଢ଼ଣୀ ଯୋଗାଇ ଦିଆଯିବ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତର ଅର୍ଥାତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କରାଯାଇଥିବା ପିଲାଙ୍କୁ ତାଙ୍କ ପୋଷାକ ବାବଦରେ ଉଦ୍ଦିଷ୍ଟ ଅର୍ଥ ସେହି ସବୁ ବିଦ୍ୟାଳୟକୁ ପ୍ରଦାନ କରାଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୋଷାକ ବିତରଣ କରାଯିବ। ପୋଷାକର ରଙ୍ଗ ଓ ଗୁଣାବାତ୍ତ ଉପରେ ବିଶେଷ ଧ୍ୟାନ ଦିଆଯିବ। ପୋଷାକ ବଣ୍ଟନ ସମୟରେ ସଠିକ ଭାବେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନାମ ଶ୍ରେଣୀୱାରୀ ଖାତାରେ ଲିପିବଦ୍ଧ କରାଯିବ। ତେବେ ସମସ୍ତ ଶ୍ରେଣୀର ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୩୦ ତାରିଖ ସୁଦ୍ଧା ଶେଷ କରାଯିବ।

ଏହା ମଧ୍ୟ ପଢନ୍ତୁ-ହୁହୁ ହୋଇ ଜଳିଗଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ - School BUS CATCHES FIRE

କେଉଁମାନେ କରିବେ ପୋଷାକ ବଣ୍ଟନ ?: ଚଳିତ ବର୍ଷ ଉପଯୁକ୍ତ ପ୍ରକ୍ରିୟାରେ ଚୟନ କରାଯାଇଥିବା ଟେଲରିଂ ୟୁନିଟରେ ଥିବା SHG ତଥା ଗାରମେଣ୍ଟ ମାନୁଫ୍ୟାକଚରିଂ ୟୁନିଟ ଥିବା ଏମଏସଏମଇ ବିଦ୍ୟାଳୟ ମାନଙ୍କରେ ପୋଷାକ ବଣ୍ଟନ କରିବେ। ଯଦି ଏହି ଦୁଇ ୟୁନିଟ ପୋଷାକ ବଣ୍ଟନରେ ରାଜି ନହୁଅନ୍ତି ତେବେ ବିଦ୍ୟାଳୟ ମାନଙ୍କରେ SMC ପୋଷାକ ବଣ୍ଟନ କରିପାରିବେ।

ସ୍ଵଚ୍ଛତା ଉପରେ ଗୁରୁତ୍ବ: ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ, ଗୋଷ୍ଠୀ ଶିକ୍ଷାଧିକାରୀ ଏହି ପୋଷାକ ବିତରଣ ପ୍ରକ୍ରିୟାକୁ ତଦାରଖ କରିବା ସହ ଏହାର ସ୍ଵଚ୍ଛତା ଓ ନିରପେକ୍ଷତା ଉପରେ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି । ପ୍ରତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ମାନେ ଉତ୍ତମ ମାନର ପୋଷାକ ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ପ୍ରତି ୭ ଦିନ ଅନ୍ତରରେ ପୋଷାକ ବିତରଣ ସମ୍ବନ୍ଧୀୟ ସୂଚନା ସରକାରଙ୍କର ନିକଟରେ ହସ୍ତଗତ ହେବ। ଏନେଇ ଜିଲ୍ଲା ସ୍ତରରେ ତଥ୍ୟ ସଂଗ୍ରହ କରିବେ ଡିଇଓ। ଯଦି ସ୍କୁଲ ପୋଷାକ ବଣ୍ଟନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବାର ନଜରକୁ ଆସେ ତେବେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.