ETV Bharat / state

ASOଙ୍କୁ ମାଡ ଘଟଣା: ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ରାଷ୍ଟ୍ରପତିଙ୍କୁ ନ୍ୟାୟ ମାଗିଲା ପୂର୍ବତନ ସେନା କର୍ମଚାରୀ ସଙ୍ଘ - Governor Son Attack Case

author img

By ETV Bharat Odisha Team

Published : Jul 17, 2024, 8:59 PM IST

Updated : Jul 17, 2024, 9:25 PM IST

Governor Son Attack Case: ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିବା ASO ବୈକୁଣ୍ଠ ପ୍ରଧାନଙ୍କ ସମର୍ଥନରେ ବାହାରିଲା ଅଲ୍‌ ଓଡ଼ିଶା ଭେଟେରାନ‌ ସୋଲଜର୍ସ ଆସୋସିଏସନ୍‌ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ରାଷ୍ଟ୍ରପତିଙ୍କୁ ଲେଖିଲା ଚିଠି । ଅଧିକ ପଢ଼ନ୍ତୁ

Governor Son Attack Case
Governor Son Attack Case (ETV Bharat Odisha)

ଭୁବନେଶ୍ବର: ଘନେଇବାରେ ଲାଗିଛି ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ବିବାଦ । ବଢ଼ୁଛି ରାଜ୍ୟପାଳଙ୍କ ପୁଅଙ୍କ ଅଡ଼ୁଆ । ASO ବୈକୁଣ୍ଠ ପ୍ରଧାନଙ୍କ ସମର୍ଥନରେ ଆଗକୁ ଆସିଲା ପୂର୍ବତନ ସେନା କର୍ମଚାରୀ ସଙ୍ଘ ତଥା ଅଲ୍‌ ଓଡ଼ିଶା ଭେଟେରାନ‌ ସୋଲଜର୍ସ ଆସୋସିଏସନ୍‌ । ଜଣେ ସରକାରୀ ଅଧିକାରୀଙ୍କୁ ଏଭଳି ମାଡ଼ ମାରିବା ଘଟଣାରେ ‌କ୍ଷୋଭ ପ୍ରକାଶ କରିବା ସହ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛି ସଙ୍ଘ । ଏନେଇ ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଦେଇଛନ୍ତି ଦାବିପତ୍ର ।

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ପୂର୍ବତନ ସେନା କର୍ମଚାରୀ ସଙ୍ଘ:

ଏହି ଘଟଣା ନେଇ ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଭେଟିବାକୁ ଯାଇଥିଲା ସଙ୍ଘ । ଏଥିସହ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ଭେଟି‌ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଛନ୍ତି ଦାବି । ଯେଉଁଭଳି ଜଣେ ପୂର୍ବତନ ସେନା କର୍ମଚାରୀ ତଥା ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ, ଏହାକୁ ନେଇ ଅଲ୍‌ ଓଡ଼ିଶା ସୋଲଜର୍ସ ଆସୋସିଏସନ୍‌ କଡ଼ା ନିନ୍ଦା କରିଛି । ତାଙ୍କୁ ଏଯାବତ ନ୍ୟାୟ ମିଳିନଥିବାରୁ ବାଧ୍ୟ ହୋଇ ସେ ସଙ୍ଘକୁ ଜଣାଇଛନ୍ତି । ଏହି ସଙ୍ଘରେ ଅଛନ୍ତି ଓଡ଼ିଶାର ୫୫ ହଜାର ପୂର୍ବତନ ସୈନିକ । କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟପାଳଙ୍କୁ, ଏପରିକି ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ‌ଅବଗତ କରାଇବା ପାଇଁ ଚିଠି ଲେଖିଛି ଅଲ୍‌ ଓଡ଼ିଶା ଭେଟେରାନ‌ ସୋଲଜର୍ସ ଆସୋସିଏସନ୍‌ । ପ୍ରକାଶ ଥାଉ, ବୈକୁଣ୍ଠ ପ୍ରଧାନ ଏୟାରଫୋର୍ସର ପୂର୍ବତନ ସର୍ଜାଣ୍ଟ ଥିଲେ । 42 ବର୍ଷରେ ସେନାରୁ ଅବସର ପରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ ଯୋଗଦେଇଥିଲେ । ସେ ରାଜ୍ୟପାଳଙ୍କ ରାଜଭବନରେ କାର୍ଯ୍ୟରତ ଥିଲେ ।

'ନ୍ୟାୟ ପାଇଁ ଲଢେଇ ଜାରି ରଖିବ ସଙ୍ଘ':-

ଏନେଇ ଅଲ୍‌ ଓଡିଶା ଭେଟେରାନ ସୋଲଜର୍ସ ଆସୋସିଏସନ୍‌ର ସମ୍ପାଦକ ଉମେଶ ଚଇନି କହିଛନ୍ତି, "ଯେହେତୁ ରାଜ୍ୟ ସରକାର ଅଧିନରେ ସେ (ବୈକୁଣ୍ଠ ପ୍ରଧାନ) ଏବେ ରହିଛନ୍ତି, ତେଣୁ ଯେଉଁ ପ୍ରକ୍ରିୟାରେ ଅଭିଯୋଗ ଜଣାଇବା କଥା ତାହା ସେ ଜଣାଇଛନ୍ତି । ତା ସତ୍ତ୍ବେ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଏହାପରେ ସେ ନିଜର ଅସହାୟତା ସଙ୍ଘଙ୍କୁ ଜଣାଇଛନ୍ତି । ତେଣୁ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ । ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ବର ଡିସିପିଙ୍କୁ ଭେଟିଛୁ, ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଯେହେତୁ ଆମର ଏକ୍ସ ସର୍ଭିସ କର୍ମଚାରୀ ଅଛନ୍ତି, ସୈନିକକୁ ନ୍ୟାୟ ମିଳିବ । ଯାହା ବି ଡିସିପି ଆଶ୍ବସନା ଦେଇଛନ୍ତି, ଆସୋସିଏସନ୍‌ ସହ ଆଲୋଚନା କରାଯିବ । ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଯେଭଳି ମରଣାନ୍ତକ ଆକ୍ରମଣ ହେଲା ରାତି ୧୨ଟାରେ, ଏଭଳି ଅପମାନକୁ ବରଦାସ୍ତ‌ କରାଯିବ ନାହିଁ । ସଙ୍ଘ ନ୍ୟାୟ ପାଇଁ ଲଢେଇ ଜାରି ରଖିବ ।" ବୈକୁଣ୍ଠଙ୍କ ସହ ଓ ତାଙ୍କ ପରିବାର ସହ ଅଛନ୍ତି ବୋଲି ସଙ୍ଘ କହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ - Complaint against Governor Son

କ'ଣ ଥିଲା ପୂରା ଘଟଣା ?

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଘଟଣା ବିଷୟରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଏହି ଘଟଣାକୁ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠଙ୍କ ପତ୍ନୀ । ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସ୍‌ଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପୁରୀରେ ରଥଯାତ୍ରା ଦିନ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ । ଘଟଣାରେ ଗଭୀର ଭାବେ ଆହତ ମଧ୍ୟ ହୋଇଥିଲେ ବୈକୁଣ୍ଠ ।

NHRCରେ ପହଞ୍ଚିଛି ମାମଲା:-

ଅନ୍ୟପଟେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନିର୍ଯାତନା ଦେବା ଘଟଣା । ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଏନଏଚଆରସିରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଗୁହାରି କରିଥିଲେ ହେଁ ତାଙ୍କୁ ନ୍ୟାୟ ମିଳିନାହିଁ । ତେଣୁ ତୁରନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଏଚଆରସିଙ୍କୁ ନିବେଦନ କରିଛି ।" ଏଥିସହ ଲଳିତ କୁମାର ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେବା ସହ ବୈକୁଣ୍ଠନାଥ ପ୍ରଧାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି ମାନବାଧିକାର କର୍ମୀ ।

ବୈକୁଣ୍ଠଙ୍କର ହୋଇଯାଇଛି ବଦଳି:-

ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିବା ପରେ ରାଜଭବନ ଡାକି ଅଭିଯୋଗକାରୀ ASO ବୈକୁଣ୍ଠଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ଏହାପରେ ଆଶା କରାଯାଉଥିଲା ତାଙ୍କୁ ନ୍ୟାୟ ମିଳିବ । ହେଲେ ରାଜଭବନରୁ ଲୋକସେବା ଭବନକୁ ବୈକୁଣ୍ଠଙ୍କ ବଦଳି କରି ଦିଆଯାଇଥିଲା । ରାଜ୍ୟପାଳ ପୁଅଙ୍କ ନାଁରେ ମାଡ ଅଭିଯୋଗ ଆଣିଥିବା ASO ବୈକୁଣ୍ଠ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡିକେ ସିଂ ଏହି ନିର୍ଦ୍ଦେଶ ଜାରି କରିଥିଲେ । ଏନେଇ ଗୃହ ବିଭାଗ ଉପସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ASOଙ୍କ ବଦଳି ପରେ ତେଜିଲା ରାଜନୀତି: ବିଜେପିର ଓଡିଆ ଅସ୍ମିତା ମିଛ ନାଟକ କହିଲା ବିଜେଡି, ନ୍ୟାୟ ଦାବିରେ ରାଜରାସ୍ତାରେ କଂଗ୍ରେସ, ଜବାବ ରଖିଲା ବିଜେପି - Governor Son Attack Case

ରାଜନୈତିକ ପ୍ରସଙ୍ଗ ପାଲଟିଛି ଘଟଣା:-

ଏହି ଘଟଣା କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଡ୍ୟୁଟିରେ ଥିବା ASOଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରିବା ସହ ନ୍ୟାୟ ଦାବି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧ କରିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଧାୟକ ତାରା ବାହିନୀପତି । ଏପରିକି ରାଜଭବନ ଘେରାଓ କରି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛି କଂଗ୍ରେସ । ଅନ୍ୟପଟେ ଏହି ଘଟଣା ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପିର ଓଡ଼ିଆ ଅସ୍ମିତାକୁ ମିଛ ଗପ ବୋଲି କହିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 17, 2024, 9:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.