ETV Bharat / state

ବାତ୍ୟା ମୁକାବିଲା ପ୍ରସ୍ତୁତି; ସଜାଗ ରହିବାକୁ ନିର୍ଦ୍ଦେଶ, କଳାବଜାରୀଙ୍କୁ ସତର୍କବାଣୀ

ବାତ୍ୟା 'ଦାନା'କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଏହାସହ ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ । ସେପଟେ କଳାବଜାରୀଙ୍କୁ ସତର୍କବାଣୀ ଶୁଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

author img

By ETV Bharat Odisha Team

Published : 8 hours ago

PREPARATION FOR CYCLONE DANA
PREPARATION FOR CYCLONE DANA (ETV Bharat Odisha)

ଭୁବନେଶ୍ବର/କଟକ: ବଙ୍ଗୋପସାଗରରୁ ମାଡ଼ି ଆସୁଛି ବାତ୍ୟା 'ଦାନା' । ଏଣେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ଆଗୁଆ ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କୌଣସି ପ୍ରକାର ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ବାବଦରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେପଟେ ବାତ୍ୟା ସମୟରେ କଳାବଜାରୀ ଆଶଙ୍କା ଥିବାବେଳେ ଏହାକୁ ନେଇ ସତର୍କବାଣୀ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

'ଦାନା' ପାଇଁ ପ୍ରସ୍ତୁତି:

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବାତ୍ୟାକୁ ସଫଳତାର ସହ ମୁକାବିଲ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ବାତ୍ୟାର ଗତି ନେଇ ସମ୍ପୃକ୍ତ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ସହ ସମସ୍ତ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା ସହ ସମସ୍ତ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏସଆରସି ଦେଓ ରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି ।

କିପରି ପ୍ରସ୍ତୁତ ରହିଛି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ:

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ପ୍ରବାହିତ ହେବ । ପଶ୍ଚିମ-ଉତ୍ତର ଦିଗକୁ ଗତି କରିବ ବୋଲି ପ୍ରାଥମିକ ସୂଚନା ମିଳିଛି । ୨୨ ତାରିଖରେ ଏହା ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ୨୪ ଏବଂ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାକୁ ନେଇ ବିଭିନ୍ନ ଆକଳନ ହେଉଛି । ବିଭିନ୍ନ ସମୟରେ ଲଘୁଚାପ ଗତିପଥ ବଦଳାଏ ।"

ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏସଆରସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ସଚିବଙ୍କ ବୈଠକ ହୋଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି। ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ମଧ୍ୟ ବୈଠକ ବସିବ । ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିର ସମୀକ୍ଷା କରାଯିବ । କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ରାଜ୍ୟବାସୀ ବିଚଳିତ କିମ୍ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଓଡିଶା ସରକାର ସମସ୍ତ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ଅଛି । ବର୍ଷା କିମ୍ବା ତଦଜନିତ ସାମ୍ନା କରିବା ଲାଗି ପ୍ରସ୍ତୁତ ହେଉଛି ଜିଲ୍ଲା ପ୍ରଶାସନ । ଯେଉଁ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ସେମାନେ ପ୍ରସ୍ତୁତ ହୋଇଯାଆନ୍ତୁ ।"

ବାତ୍ୟା ବେଳେ କଳାବଜାରୀ ଆଶଙ୍କା:

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ କଳାବଜାରୀ ହେବାର ଆଶଙ୍କା ରହିଛି । ଏହାକୁ ନେଇ କଳାବଜାରୀଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସରକାର କଳାବଜାରକୁ ବରଦାସ୍ତ କରିବେ ନାହିଁ । ଷ୍ଟକ ପଏଣ୍ଟ ଗୁଡିକରେ ଯାଞ୍ଚ ହେବା ସହ ଚଢ଼ାଉ ମଧ୍ୟ କରିବ ବିଭାଗ । କଳାବଜାରୀ ସହ ସମ୍ପୃକ୍ତି ଥିଲେ କର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଶେଷ ଭାବରେ ପ୍ରାକୃତିତ ଦୁର୍ବିପାକ ସମୟରେ ଷ୍ଟକ ପଏଣ୍ଟରେ ଅତ୍ୟାବଶ୍ୟକ ଖାଇବା ସାମଗ୍ରୀକୁ ନେଇ କିଛି ବ୍ୟବସାୟୀ କଳାବଜାରୀ କରିଥାନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...ସମ୍ଭାବ୍ୟ ବାତ୍ୟା ‘ଦାନା’; ଜାଣନ୍ତୁ କେଉଁ ଦେଶ କଲା ନାମକରଣ, କାହିଁକି ଅକ୍ଟୋବରରେ ବାତ୍ୟା ଡର ?

ଏହା ମଧ୍ୟ ପଢ଼ନ୍ତୁ...ବଡ଼ ଅପଡେଟ ଦେଲା IMD: ୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍‌ ! କେଉଁଠି ଛୁଇଁବ ଉପକୂଳ ?

କଳାବଜାରୀଙ୍କୁ ସତର୍କବାଣୀ:

ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଅତ୍ୟାବଶ୍ୟକୀୟ ଜିନିଷ ଯେଉଁମାନେ କଳାବଜାରୀ କରୁଛନ୍ତି ମୁଁ ସତର୍କ କରିଦେବାକୁ ଚାହୁଁଛି ଯେ, କଳାବଜାରୀ ଆମ ସରକାର କେବେ ବରଦାସ୍ତ କରିବ ନାହିଁ । ଆମେ ବିଭାଗକୁ କହିଛୁ ଷ୍ଟକ ପଏଣ୍ଟ ଉପରେ ଛାନଭିନ୍ ହେବ । କଲାବଜାରୀକୁ ପ୍ରଶୟ ଦିଆଯିବ ନାହିଁ।"

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.