ETV Bharat / state

Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forests

author img

By ETV Bharat Odisha Team

Published : Aug 28, 2024, 7:20 PM IST

Updated : Aug 28, 2024, 7:39 PM IST

10 sniffer dogs to be engaged in five forest ranges in the state including Similipal Satkosia Debrigarh Athagarh Hindol: ସନ୍ଧାନୀ କୁକୁର ବା ଡଗ୍‌ ସ୍କ୍ବାଡ୍‌କୁ ଆପଣାଇବ ବିଭାଗ । ପ୍ରଥମ ପର୍ଯ୍ୟାୟରେ ୫ଟି ଡିଭିଜନରେ ମୁତୟନ ହେବେ ୧୦ ଟି କୁକୁର । ଶିମିଳିପାଳ, ସାତକୋଶିଆ, ଦେବ୍ରିଗଡ଼, ହିନ୍ଦୋଳ ଓ ଆଠଗଡ଼ ଆଦି ଡିଭିଜନ ରହିଛି ।

sniffer dogs to guard forests
sniffer dogs to guard forests (ETV Bharat Odisha)

ଭୁବନେଶ୍ବର: କମ କରୁନାହାନ୍ତି ବନ ବିଭାଗର ସ୍କ୍ୱାର୍ଡ । ଏବେ ସନ୍ଧାନୀ କୁକୁର ବା ଡଗ୍‌ ସ୍କ୍ବାଡ୍‌କୁ ଆପଣାଇବ ବିଭାଗ। ଡଗ୍‌ ସ୍କ୍ୱାଡ୍‌ ନେଇ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏନେଇ ଚିଠି କରିଛନ୍ତି। ବେଡ୍‌ ବମ୍‌ ବା ଶିକାର ପାଇଁ ପକାଯାଇଥିବା ବମ୍‌ ସନ୍ଧାନ କରିବ କୁକୁର । ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ ମଧ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଡିଭିଜନରେ ମୁତୟନ ହେବେ ୧୦ ଟି କୁକୁର। ଶିମିଳିପାଳ, ସାତକୋଶିଆ, ଦେବ୍ରିଗଡ଼, ହିନ୍ଦୋଳ ଓ ଆଠଗଡ଼ ଆଦି ଡିଭିଜନ ରହିଛି ।

ବନ୍ୟଜନ୍ତୁ ସୁରକ୍ଷାକୁ ଦୃଢ଼ କରିବ ଡଗ ସ୍କ୍ୱାର୍ଡ-"ରାଜ୍ୟରେ ବନ୍ୟଜନ୍ତୁ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଏହି ଅପରାଧିକ ଧାରାକୁ ଚିହ୍ନଟ ଏବଂ ଅନୁସନ୍ଧାନରେ ସାମଗ୍ରିକ ଭିତ୍ତିଭୂମିର ଉନ୍ନତି ଆବଶ୍ୟକ ପଡିଥାଏ। ତେବେ ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ବିଭାଗରେ SNIFFER/TRACKER DOG ନିୟୋଜିତ କରିବା ଦ୍ୱାରା ଯୋଜନା କରାଯାଇଛି। ଏହା ଦ୍ବାରା ବିଭାଗର ଦକ୍ଷତା ବୃଦ୍ଧି ଘଟିବା ସହିତ ବନ୍ୟଜନ୍ତୁ ସୁରକ୍ଷା ପ୍ରୟାସକୁ ଆହୁରି ଦୃଢ଼ କରିବ ଡାଗ ସ୍କ୍ୱାର୍ଡ। ତେବେ ପ୍ରଥମ ପର୍ଯ୍ୟାୟରେ ୭ଟି ବନ୍ୟଜନ୍ତୁ ଡିଭିଜନ ପାଇଁ ୧୦ ଟି ଡ଼ଗ ସ୍କ୍ୱାର୍ଡ ପାଇଁ ପ୍ରସ୍ତାବ ଦିଆଯାଇଛି," ବୋଲି ଚିଠିରେ ଉଲ୍ଲେଖ ରହିଛି। ଏସଓପି-SNIFFER/TRACKER DOG ତାଲିମ ଏବଂ ପରିଚାଳନା ପ୍ରସଙ୍ଗରେ ଏହା ବିଭାଗକୁ ମାର୍ଗଦର୍ଶନ କରିବ। SNIFFER/TRACKER DOG ପାଇଁ ପକ୍ରିୟା-"ଏହାକୁ ନେଇ ଟେଣ୍ଡର କିମ୍ବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟର୍ସ (EOI) SNIFFER/TRACKER DOG ଯୋଗାଣ ଏବଂ ତାଲିମ ପାଇଁ ଏଜେନ୍ସି ଚୟନ ପାଇଁ ଆମନ୍ତ୍ରିତ ହେବ। ଏହାର ପରିସର, ବିତରଣ ଅବଧି, ବିଡର ଯୋଗ୍ୟତା ଏବଂ କୁକୁରମାନଙ୍କର ଦକ୍ଷତା, ତାଲିମ ଏବଂ ୱାରେଣ୍ଟି ଇତ୍ୟାଦି ଟେଣ୍ଡର କିମ୍ବା EOI ବ୍ୟାପକ ପ୍ରଚାର ପାଇଁ ଓଡିଆ ଏବଂ ଇଂରାଜୀ ପାଇଁ ବିଜ୍ଞାପନ ଦିଆଯିବ" ବୋଲି ଚିଠିରେ ଉଲ୍ଲେଖ ରହିଛି।

ସଂକ୍ଷିପ୍ତ ତାଲିକା-
"ଦାଖଲ ହୋଇଥିବା ଟେଣ୍ଡର ଉପରେ ଆଧାର କରି, ନ୍ୟାୟ ଏବଂ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ / ସମ୍ଭାବ୍ୟର ସର୍ଟଲିଷ୍ଟ ପାଇଁ ବିଭାଗ ସ୍ତରରେ ମୂଲ୍ୟାଙ୍କନ ପାଇଁ ଏକ କମିଟି ଗଠନ କରାଯିବ। କମିଟି ବାଧ୍ୟତାମୂଳକ ଭାବେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା" ବୋଲି ଚିଠି କରିଛନ୍ତି ପିସିସିଏଫ।

ଚୟନ ଏବଂ କ୍ରୟ ଅର୍ଡର-
"କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ଏବଂ ସୁପାରିଶ ପରେ ମନୋନୀତ ବିକ୍ରେତାଙ୍କ ସହିତ ଅନ୍ତିମ ଅର୍ଡର ରଖାଯିବା। ଏ ବାବଦରେ କମିଟିର ନିଷ୍ପତ୍ତି ଚୂଡାନ୍ତ ହେବ" ବୋଲି ଚିଠି କରିଛନ୍ତି ପିସିଶିଏଫ।

ବିଡର କିମ୍ବା ଏଜେନ୍ସି ଅଭିଜ୍ଞତା-
"ଅଂଶଗ୍ରହଣକାରୀ ଏଜେନ୍ସି / ବିଡର ତାଲିମପ୍ରାପ୍ତ SNIFFER/TRACKER DOG ମାନଙ୍କର ପ୍ରଶିକ୍ଷଣର ପର୍ଯ୍ୟାପ୍ତ ସୁବିଧା ଯୋଗାଇବା ଏବଂ ସମସ୍ତ ଭାରତ ମଧ୍ୟରେ ସେବା ଯୋଗାଇବାରେ ଅତି କମରେ ୧୦ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ଅନ୍ୟପଟେ ଗତ ୩ ବର୍ଷରେ ଏଜେନ୍ସି / ବିକ୍ରେତାଙ୍କର ସର୍ବନିମ୍ନ କାରବାର ୧ କୋଟି ଟଙ୍କା ରହିବା ଆବଶ୍ୟକ। SNIFFER/TRACKER DOG ର ବୟସ ୧୨ ମାସରୁ ୧୮ ମାସ ମଧ୍ୟରେ ହେବା ଜରୁରୀ" ବୋଲି ଚିଠି କରିଛନ୍ତି ପିସିସିଏଫ।

SNIFFER/TRACKER DOGର ପଞ୍ଜୀକରଣ-
"ସମସ୍ତ କୁକୁରମାନେ kennel club of india (KCI) କିମ୍ବା ଭାରତରେ ସମାନ ସ୍ୱୀକୃତିପ୍ରାପ୍ତ ସଂସ୍ଥାରେ ପଞ୍ଜିକୃତ ହେବା ଜରୁରୀ। ଅତି କମରେ ତିନି ପିଢ଼ିର ଜଣାଶୁଣା ଏକ ମୂଳ ପ୍ରମାଣପତ୍ର ରହିଥିବା ଆବଶ୍ୟକ। ସାର୍ଟିଫିକେଟ୍ ବାଧ୍ୟତାମୂଳକ ଭାବରେ ଜନ୍ମ ତାରିଖ, ମାଇକ୍ରୋଚିପ୍ ନମ୍ବର, ଏବଂ ପ୍ରଜାତିର ନାମ ଉଲ୍ଲେଖ କରିବା ଉଚିତ୍" ବୋଲି ଚିଠି କରିଛନ୍ତି ପିସିଶିଏଫ।

SNIFFER/TRACKER DOG ର ସାମର୍ଥ୍ୟ-
"ବନ୍ୟଜନ୍ତୁ ସୁରକ୍ଷା ପାଇଁ କୁକୁରକୁ ଜଙ୍ଗଲ/ ସଂରକ୍ଷଣ ସ୍ଥାନ ମଧ୍ୟରେ ଆହତ କିମ୍ବା ଫାଶରେ ପଡ଼ିଥିବା ପ୍ରାଣୀ ସମେତ ବନ୍ୟଜନ୍ତୁକୁ ଚିହ୍ନିବା ଏବଂ ଟ୍ରାକ୍ କରିବା ପାଇଁ ସୁଗନ୍ଧ ଚିହ୍ନଟ କରିବାରେ ତାଲିମ ଦିଆଯିବା ଉଚିତ। ପୋଚର୍ ଟ୍ରାକିଂ କରିପାରୁଥିବା ଆବଶ୍ୟକ। କୁକୁର ସେମାନଙ୍କ ଚାଲିବା ଟ୍ରେଲ୍ ଅନୁସରଣ କରି ପୋଚରମାନଙ୍କୁ ଟ୍ରାକ୍ କରିବାରେ ସକ୍ଷମ ହେବ ଆବଶ୍ୟକ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ଚିଠି ମାଧ୍ୟମରେ ୫ ଟି ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି," ବୋଲି ଚିଠି କରିଛନ୍ତି ପିସିସିଏଫ।

Last Updated : Aug 28, 2024, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.