ETV Bharat / state

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଏସପିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ - Prasant Jagdev Case

author img

By ETV Bharat Odisha Team

Published : Jun 3, 2024, 6:31 PM IST

State BJP Meets Khordha SP: ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା । ପ୍ରକୃତ ଦୋଷୀ ବିରୁଦ୍ଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ନେଇ ଆଜି ଖୋର୍ଦ୍ଧା ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଏସପିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଏସପିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ (ETV Bharat Odisha)

ଖୋର୍ଦ୍ଧା: ନିର୍ବାଚନ ଦିନ ବୋଲଗଡ ବ୍ଲକ କାଉଁରୀପାଟଣା ୧୧୪ ନଂ ବୁଥରେ ଇଭିଏମ ଭଙ୍ଗା ଘଟଣା ଥମିବାର ନା ନେଉନାହିଁ । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ ମାମଲାକୁ ନେଇ ପ୍ରତିବାଦ କରିଛି ବିଜେପି । ପ୍ରତିଶୋଧ ନେବା ପାଇଁ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ଏନେଇ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ହେଁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ । ଯାହାକୁ ନେଇ ଆଜି ଖୋର୍ଦ୍ଧା ଏସପିଙ୍କୁ ଭେଟି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧି ଦଳ । ଯଦି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ୭ରେ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦଳ ଚେତାବନୀ ଦେଇଛି ।

ପୁରା ମାମଲା କ'ଣ ?

ସୂଚନା ଅନୁସାରେ, ଗତ ୨୫ ତାରିଖରେ ଖୋର୍ଦ୍ଧା ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ କାଉଁରୀପାଟଣା ୧୧୪ ନଂ ବୁଥରେ ଇଭିଏମ ଭଙ୍ଗିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେ ଗିରଫ ପରେ ଇଭିଏମ ଭାଙ୍ଗି ନଥିବା ସିସିଟିଭି ଫୁଟେଜ ଜାରି କାରି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ବିଜେଡି ଏଜେଣ୍ଟ ହୋଇ ନିର୍ବାଚନରେ ବିଜେଡି ପାଇଁ କାମ କରିବା ସହ ବିଜେପି କର୍ମକର୍ତ୍ତାଙ୍କୁ ହ୍ଵାଟ୍ସଆପ କଲ ମାଧ୍ୟମରେ ଧମକ ଦେଉଥିବା ପ୍ରଶାନ୍ତ ଜଗଦ୍ଦେବ ଅଭିଯୋଗ କରିବା ପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଗିରଫ କରାଯାଇଥିବା ବିଜେପି ଅଭିଯୋଗ କରିଥିଲା ।

ଏସପିଙ୍କୁ ଦାବିପତ୍ର

ଏହା ପରେ ଏସଡିପିଓ ଦିଲୀପ ଦାସଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କାରି ଗତ ୨୭ ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା ଜିଲ୍ଲା ବିଜେପି । କିନ୍ତୁ ଏସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୌଣସି ପଦକ୍ଷେପ ନନେବା ପ୍ରତିବାଦରେ ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଖୋର୍ଦ୍ଧା ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଦୋଷୀକୁ ଗିରଫ କରାନଗଲେ, ଆସନ୍ତା ୭ରେ ରାଜରାସ୍ତାକୁ ଓହ୍ଲାଇବ ଦଳ

ବୋଲଗଡ଼ ଥାନା ଅଧିକାରୀ କାହିଁକି ଇଭିଏମ ଭାଙ୍ଗିଥିବା ଦୋଷୀକୁ ଘଣ୍ଟ ଘୋଡାଉଛନ୍ତି । ସେଦିନ ବୁଥ ଭିତରେ ଏତେ ଲୋକଙ୍କୁ କାହିଁକି ଅନୁମତି ଦେଇଥିଲେ ପ୍ରିଯାଇଣ୍ଡିଙ୍ଗ ଅଫିସର ତାର ତଦନ୍ତ କରାଯାଉ । ସେହିଭଳି କାହିଁକି ଅଭିଯୋଗ ହେବାର ଦୁଇ ଘଣ୍ଟା ପୂର୍ବରୁ ଏସଡିପିଓ ଦିଲୀପ ଦାସ ସାଂସଦଙ୍କ ଗାଡି ଅଟକାଇ ବିଧାୟକଙ୍କୁ ଗିରଫ କଲେ, ସେଦିନ ଏସଡିପିଓଙ୍କ ଦାୟିତ୍ୱ କେଉଁ ଅଞ୍ଚଳରେ ଥିଲା । ବୋଲଗଡ଼ ଥାନାରେ କାହିଁକି ଜଣେ ବିଧାୟକଙ୍କୁ ତଳେ ବସାଇ ନିର୍ଯାତନା ଦିଆଗଲା ତାର ତଦନ୍ତ ଦାବିକରି ଆସନ୍ତାକାଲି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ୭ ତାରିଖରେ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ସେପଟେ ଘଟଣାର ତଦନ୍ତ ଜାରି ରହିଥିବା ଜିଲ୍ଲା ଏସପି ତଥା ଡିଆଇଜି ଅବିନାଶ କୁମାର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର, ଆଇନଜୀବୀଙ୍କୁ ଦିଆଯିବ ଷ୍ଟାଟସ ରିପୋର୍ଟ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.