ETV Bharat / state

ସୃଷ୍ଟି ହେଲା ନୂଆ ଇତିହାସ, ହସ୍ତଲିଖନ ଅନଲାଇନରେ ଅପଲୋଡ କରି ୱାର୍ଲ୍ଡ ରେକର୍ଡ଼ - Koraput News

Odisha Creates World Record : ‘ମୋ କଥା ମୋ କାହାଣୀ ’ରେ ପିଲାମାନେ ରଚନା କରିଥିଲେ ଗଳ୍ପ । ଆଉ ସେହି ଗଳ୍ପ ଗୁଡ଼ିକ ଫେସବୁକରେ ଅପଲୋଡ଼ କରାଯାଉଛି । ଯାହା ରଚିଛି ଇତିହାସ । ଅଧିକ ପଢ଼ନ୍ତୁ,

ସୃଷ୍ଟି ହେଲା ନୂଆ ଇତିହାସ
ସୃଷ୍ଟି ହେଲା ନୂଆ ଇତିହାସ
author img

By ETV Bharat Odisha Team

Published : Feb 2, 2024, 10:36 PM IST

ସୃଷ୍ଟି ହେଲା ନୂଆ ଇତିହାସ

କୋରାପୁଟ : ଫେବୃଆରୀ ୩ରୁ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଯାହା ପାଇଁ ସମସ୍ତ ଓଡ଼ିଶାବାସୀ ମଧ୍ୟରେ ଦେଖା ଦେଇଛି ଉତ୍କଣ୍ଠା । ସେନେଇ ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ କରାଯାଉଛି । ଓଡ଼ିଆ ସାହିତ୍ୟ ସୃଜନ କଳା ବିକାଶ ପାଇଁ ବିଦ୍ୟାଳୟରେ ସ୍ଥରରେ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି । ସେଥି ମଧ୍ୟରେ ‘ମୋ କଥା ମୋ କାହାଣୀ ’ ଅନ୍ୟତମ । ସେନେଇ ପିଲାମାନେ ରଚନା କରିଥିଲେ ଗଳ୍ପ । ଆଉ ସେହି ଗଳ୍ପ ଗୁଡ଼ିକ ଫେସବୁକରେ ଅପଲୋଡ଼ କରାଯାଉଛି । ଯାହା ରଚିଛି ଇତିହାସ । ୧ ଘଣ୍ଟାରେ ସର୍ବାଧିକ ହସ୍ତଲିଖନ ଅନଲାଇନ ଅପଲୋଡ କରି ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି ।

ରାଜ୍ୟ ସରକାରଙ୍କ ଦ୍ବାରା ଗତ ଏକ ମାସ ଧରି ବିଦ୍ୟାଳୟ ଗୁଡିକରେ ପିଲାଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ସୃଜନ କଳା ବିକାଶ କରିବା ପାଇଁ ଯୋଜନା ଚାଲିଛି । ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ କରାଯାଉଛି । ‘ମୋ କଥା ମୋ କାହାଣୀ ’ ଜରିଆରେ ଗଣଶିକ୍ଷା ବିଭାଗ ଅଧୀନରେ ଚାଲୁଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । କେବଳ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗଳ୍ପ ରଚନା କରିଥିଲେ । ଏବଂ ତାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ଼ କରି ରଚିଛନ୍ତି ଇତିହାସ । ନିଜ ହସ୍ତଲେଖାକୁ ଫେସବୁକରେ ଅପଲୋଡ଼ କରି ଗିନିସ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇଛନ୍ତି । ମୋ ସ୍କୁଲ ଉଦ୍ୟମରେ ଏହି ରେକର୍ଡ଼ କରିବାରେ ସକ୍ଷମ ହୋଇଛନ୍ତି। ତେବେ ରାଜ୍ୟରୁ ଏହା ଲକ୍ଷାଧିକ ସଂଖ୍ୟାରେ ଅପଲୋଡ଼ କରାଯାଇଥିଛି । ଏବଂ କୋରାପୁଟ ଜିଲ୍ଲାରୁ ସମୁଦାୟ 2000ରୁ ଉର୍ଧ୍ବ ଗଳ୍ପ ଅପଲୋଡ଼ କରାଯାଇଛି । ଏହି ସୂଚନା ଦେଇଛନ୍ତି କାର୍ଯ୍ୟକ୍ରମର ଆଞ୍ଚଳିକ ସଂଯୋଜକ ପଦ୍ମିନି ପାଠୀ ।

ଏହା ମଧ୍ୟ ପଡ଼ନ୍ତୁ.... 'ଓଡ଼ିଆ କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ'; ବର୍ଣ୍ଣବୋଧ ଧରି ନବୀନ ନିବାସ ପହଞ୍ଚିଲେ ଯୁବକ

ଗତ ଏକ ମାସ ଧରି ବିଦ୍ୟାଳୟ ଗୁଡିକରେ ପିଲାଙ୍କ ସୃଜନାତ୍ମକ କଳାକୁ ପ୍ରୋତ୍ସାହନ ଦେବା ପାଇଁ ସାହିତ୍ୟ ସୃଜନୀ କ୍ଲବ ଗଠନ କରାଯାଇଛି । ପିଲାଙ୍କ ମଧ୍ୟରେ ନିଜ ଚତୁଃପାର୍ଶ୍ବରେ ଥିବା ବିଭିନ୍ନ ତଥ୍ୟ ଓ ବିଷୟ ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ପାଇଁ ଜିଜ୍ଞାସା , ଆଇଟି ଭଳି ଆଧୁନିକ କୌଶଳ ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛି । କୌଶଳୀ ଏବଂ ଖେଳକୁଦ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା ଦେବା ପାଇଁ କ୍ରୀଡାଙ୍ଗନ କ୍ଲବ ଗଠନ କରାଯାଇଥିଲା । ଏହି ସମସ୍ତ କ୍ଲବ ମାଧ୍ୟମରେ ପିଲାଙ୍କ ମଧ୍ୟରେ ବୃଦ୍ଧି ପାଇଥିବା ଜ୍ଞାନ କୌଶଳକୁ ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ଓ ଶିକ୍ଷାପ୍ରେମୀଙ୍କ ଗହଣରେ ସମୟ ସମୟରେ ପ୍ରଦର୍ଶିତ କରାଯାଏ । ଏହା ଫଳପ୍ରଦ ହେବା ସହ ଏହାର ମାନ ବୃଦ୍ଧି ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.