ETV Bharat / state

ପୋଲାଭରମ ପ୍ରକଳ୍ପକୁ ନା, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ - CONGRESS POLAVARAM PROJECT REVIEW - CONGRESS POLAVARAM PROJECT REVIEW

CONGRESS POLAVARAM PROJECT REVIEW: ପୋଲାଭରମ ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି । ସେପଟେ ମାଲକାନଗିରି ଗସ୍ତ କରିଛନ୍ତି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ । ଅଧିକ ପଢନ୍ତୁ

CONGRESS POLAVARAM PROJECT REVIEW
CONGRESS POLAVARAM PROJECT REVIEW (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 10:55 PM IST

ଭୁବନେଶ୍ବର: ତେଜିଲା ପୋଲାଭରମ ବିବାଦ । ପୋଲାଭରମ ପ୍ରକଳ୍ପକୁ ନା କହି ପ୍ରଥମେ ବିଜେଡି ଉକ୍ତ ସ୍ଥାନକୁ ଯାଇ ଅନୁସନ୍ଧାନ କରିବା କିଛି ଦିନ ପରେ ଆଜି କଂଗ୍ରେସର ଏକ ଟିମ୍ ମାଲକାନଗିରି ମୋଟୁ ଅଞ୍ଚଳ ଗସ୍ତ କରିଛି । କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ନେତୃତ୍ୱରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ବିଧାୟକମାନେ ମୋଟୁ ଅଞ୍ଚଳ ଗସ୍ତ କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମଙ୍କ ସମେତ ବହୁ ବିଧାୟକ ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ତେବେ ନିକଟରେ ବିଜେଡି ଟିମ ମଧ୍ୟ ମାଲକାନଗିରି ଗସ୍ତ କରି ପ୍ରକଳ୍ପର ସମୀକ୍ଷା କରି ଫେରିଥିଲା ।

CONGRESS POLAVARAM PROJECT REVIEW (ETV Bharat Odisha)

ପୋଲାଭରମ ତାତି:

କେନ୍ଦ୍ର ସରକାର 2024-25 ବର୍ଷର ବଜେଟରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ପୋଲାଭରମ ପ୍ରଜଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ ଉଭୟ ବିଜେଡି ଏବଂ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରି ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ବନ୍ଦ କରାଯାଉ ନଚେତ୍ ଆଗକୁ ଆନ୍ଦୋଳନ ତୀବ୍ର ହେବ ନେଇ ଧମକ ଦେଇଛନ୍ତି ବିରୋଧୀ ।

'କେନ୍ଦ୍ର ସରକାରଙ୍କ ଆନ୍ଧ୍ରପ୍ରଦେଶ ପ୍ରୀତି':

କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ ଦାସ କହିଛନ୍ତି," କଂଗ୍ରେସ ଟିମ ପୋଲାଭରମ ପ୍ରକଳ୍ପ ପାଇଁ ଗ୍ରାଉଣ୍ଡକୁ ଯାଇଛି । ସାଂସଦ ସପ୍ତଗିରି ଉଲାକା,ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ କିଛି ବିଧାୟକ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି । ସେଠାରେ ବହୁ ଅଞ୍ଚଳ ବୁଲିବା ସହ ସ୍ଥିତି ପରଖିବେ । ଏହାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାର ସଚେତନ କରାଇବ । ସେଠାରେ ସ୍ଥାନୀୟ ଲୋକ କାନ୍ଦୁଥିବାବେଳେ କେନ୍ଦ୍ର ସରକାର ପୋଲାଭରମକୁ ନେଇ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି,ସେଥିରୁ ନିବୃତ୍ତ ରୁହନ୍ତୁ । ଗତ ମାସରେ ବିଧାନସଭାରେ ପୋଲାଭରମ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲୁ । କେନ୍ଦ୍ର ସରକାରଙ୍କ ଆନ୍ଧ୍ରପ୍ରଦେଶ ପ୍ରୀତି ଏବଂ ଓଡିଶା ବିରୋଧୀ ମନୋଭାବ ଅଭିଯୋଗ ଆଣି ଗୃହରେ ବିରୋଧ ପ୍ରଦର୍ଶନ କରିଥିଲା କଂଗ୍ରେସ । ଏହି ପ୍ରକଳ୍ପଟି ଯଦି ତିଆରି ହୁଅ ଆଦିବାସୀ ଜନଜାତି ଲୋକ ସମ୍ପୂର୍ଣ୍ଣ ଜଳମଗ୍ନର ଅସୁବିଧା ସମ୍ମୁଖୀନ ହେବେ । "

ଏହା ମଧ୍ୟ ପଢନ୍ତୁ.....ପୋଲାଭରମ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ଫେରିଲା ବିଜେଡି ଟିମ୍, ନବୀନଙ୍କୁ ଦେଲେ ରିପୋର୍ଟ - BJD Polavaram Project Review

ପ୍ରାୟ ୭୦ଟି ଗ୍ରାମ ଜଳମଗ୍ନ ହେବ:

କେନ୍ଦ୍ର ସରକାର ଦ୍ୱାର ଅନୁମୋଦିତ ହୋଇଥିବା ପୋଲାଭରମ ପ୍ରକଳ୍ପକୁ ଆଗରୁ ବିରୋଧ କରିଥିଲା କଂଗ୍ରେସ । ବିନା ପଲ୍ଲିସଭାରେ ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ଅଞ୍ଚଳରେ ପାଖାପାଖି ୭୦ଟି ଗ୍ରାମ ଜଳମଗ୍ନ ହବ ବୋଲି ଅଭିଯୋଗ କରିଛି ଦଳ । ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛି କଂଗ୍ରେସ । ସେପଟେ ଏଥିପାଇଁ ଏକ କମିଟି ଗଠନ କରାଯାଉ ବୋଲି ଦାବି କରିଥିଲା ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.