ETV Bharat / state

ନଜରରେ ବିଜେପି-ବିଜେଡିର ଅସନ୍ତୁଷ୍ଟ ନେତା, ମେଣ୍ଟରୁ ଫାଇଦା ପାଇବା ଲକ୍ଷ୍ୟରେ କଂଗ୍ରେସ

Odisha Congress Election Preparation: ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ଅପେକ୍ଷା କରିଛି କଂଗ୍ରେସ । ବିଦ୍ରୋହୀ ନେତାଙ୍କୁ ଆଣି ଟିକେଟ ଦେବା ସହ ଫାଇଦା ଲକ୍ଷ୍ୟରେ ଶରତ ବାହିନୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Mar 21, 2024, 8:19 AM IST

Odisha Congress Election Preparation
Odisha Congress Election Preparation

ଭୁବନେଶ୍ବର: ବିଜେଡି ଓ ବିଜେପି ମେଣ୍ଟ ଘୋଷଣା ଉପରେ ଦେଶର ସବୁ ରାଜନୈତିକ ଦଳର ନଜର ଅଟକିଛି । ଯାହାକୁ ଅପେକ୍ଷା କରି ଏଯାଏଁ କଂଗ୍ରେସ ଟିକେଟ ଘୋଷଣା କରିନାହିଁ । ତେବେ ଦୁଇ ଦଳଠୁ ଦୁଇ ପାଦ ଆଗରେ ରହି ଇସ୍ତାହାର ପ୍ରକାଶ କରିସାରିଛି ଦଳ । ଟିକେଟ ଘୋଷଣା ପାଇଁ କସରତ ମଧ୍ୟ ଚାଲିଛି । ଦିଲ୍ଲୀରେ ଗତକାଲି କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଯାଇଛନ୍ତି । ଶରତ ବୈଠକରେ ଯୋଗଦେଇ କେଉଁ ଆସନରେ କେଉଁ ପ୍ରାର୍ଥୀ ଯୋଗ୍ୟ, ଏବଂ କାହାକୁ ଟିକେଟ ମିଳିବା ଉଚିତ୍‌, ସେନେଇ ତାଙ୍କ ପକ୍ଷ ରଖିଛନ୍ତି । ଏହି ବୈଠକରେ ପ୍ରଭାରୀ ଅଜୟ କୁମାର, ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ବରିଷ୍ଠ କେନ୍ଦ୍ରୀୟ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି ।

ବିରୋଧୀଙ୍କୁ ମାତ ଦେବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ବିଶେଷକରି ମେଣ୍ଟ ହେଲେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ଏବଂ ମେଣ୍ଟ ନହେଲେ କଂଗ୍ରେସ କାହାକୁ ଟିକେଟ ଦେବ, ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏପରିକି ବିଜେପି ଓ ବିଜେଡିର ଆସନ ଭାଗବଣ୍ଟା ଛିଡିଲେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଜ ଆଡକୁ ଆଣି କଂଗ୍ରେସ ଟିକେଟ ଦେବାର ସମ୍ଭାବନା ରହିଛି । ଗୋଟିଏ ପଟେ ନବୀନ ନିବାସରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଟିକେଟ କସରତ ଜାରି ରହିଥିବା ବେଳେ କଂଗ୍ରେସ ମଧ୍ୟ ବିଜେଡି ଓ ବିଜେପିର ରଣନୀତିକୁ ଦୃଷ୍ଟିରେ ରଖି ନିଜସ୍ବ ଗଣିତ କଷୁଛି ।

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟର ବାସ୍ତବ ଉଦ୍ଦେଶ୍ୟ ଲୁଚାଇଲେ ପାଣ୍ଡିଆନ: ରାଜନୀତି ସମୀକ୍ଷକ

ଶରତ ପଟ୍ଟନାୟକଙ୍କ ୯ରୁ ୯୦ ସଂକଳ୍ପ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ଦିଲ୍ଲୀରେ ରଣନୀତି ଚୂଡାନ୍ତ ହେବ । କଳେ ବଳେ କୌଶଳେ ଶାସକ ଦଳକୁ ହଟାଇବାକୁ ପ୍ରୟାସ କରୁଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ଗତକାଲି ଦିଲ୍ଲୀ ମୁଖ୍ୟାଳୟରେ ଓଡିଶା ସଂକ୍ରାନ୍ତୀୟ ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରାର୍ଥୀ ଚୟନ ସହ ରଣନୀତି ପ୍ରସ୍ତୁତ କରିଛି ଦଳ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚିଟଫଣ୍ଡ ଘୋଟାଲା, ଖଣି ଦୁର୍ନୀତି, ସରକାରୀ ସ୍କାମ, ବେରୋଜଗାରୀ, ଚାଷୀ ଓ ମଣ୍ଡି ସମସ୍ୟା, ମହିଳା ଶୋଷଣକୁ ଆୟୁଧ କରି ଘରେ ଘରେ ଦଳ ବୁଲିବ ବୋଲି ସ୍ପଷ୍ଟ କରିଛନ୍ତି ଦଳର ରାଜ୍ୟ ନେତୃତ୍ବ ।

ଏହା ମଧ୍ୟ ପଢ଼ନ୍ତୁ...ଅଧିରାଜ ଯିବେ ବୋଲି ଆଗରୁ ଜାଣିଥିଲି, ହାଇକମାଣ୍ଡଙ୍କୁ ଜଣାଇଥିଲି: ନରସିଂହ

ସେପଟେ ବିଜେଡି ଏବଂ ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛି କଂଗ୍ରେସ । ଅନ୍ୟ ଦଳର ନେତା ମାନଙ୍କୁ ଦଳ ସୁଯୋଗ ଦେବା ନେଇ ଏକାଧିକ ଥର ପ୍ରଭାରୀ ବୟାନ ମଧ୍ୟ ଦେଇଛନ୍ତି । ଏନେଇ ଆଲୋଚନା ମଧ୍ୟ ହୋଇଛି । ଦଳର କିଛି ପୁରୁଖା ନେତା ଯେଉଁମାନେ କୌଣସି କାରଣରୁ କଂଗ୍ରେସ ଛାଡିଥିଲେ, ସେମାନଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.