ETV Bharat / state

ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ କଂଗ୍ରେସର ଫୋକସ, 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ' ବାର୍ତ୍ତା ଦେଲା ଦଳ - Congress Announces Guarantees

author img

By ETV Bharat Odisha Team

Published : Mar 21, 2024, 10:16 PM IST

Congress Press Meet: ରାଜ୍ୟରେ ସ୍ଥାସ୍ଥ୍ୟ ସେବା ଗ୍ୟାରେଣ୍ଟି ଦେଇଛି କଂଗ୍ରେସ । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ରାଶି ବାର୍ଷିକ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଉଛି । ଅଧିକ ପଢନ୍ତୁ

Congress Press Meet
Congress Press Meet

Congress Press Meet

ଭୁବନେଶ୍ବର: ରାଜ୍ୟରେ ସ୍ଥାସ୍ଥ୍ୟ ସେବା ଗ୍ୟାରେଣ୍ଟି ନେଇ ପ୍ରେସମିଟ୍ କରିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ସମେତ ପ୍ରତି ପରିବାରକୁ ୨୫ଲକ୍ଷ ଟଙ୍କା ସ୍ଵାସ୍ଥ୍ୟ ସହାୟତା ନେଇ ଦଳ ଗ୍ୟାରେଣ୍ଟି ଦେଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ରାଶି ବାର୍ଷିକ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ' ବାର୍ତ୍ତା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜାରି କରାଯାଇଥିବା ଇସ୍ତାହାର ମଧ୍ଯରେ ସ୍ଵାସ୍ଥ୍ୟସେବା ସମ୍ପର୍କିତ ସହାୟତା ରାଶି ପ୍ରଦାନ କରାଯିବ। କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି, "ରାଜ୍ୟର ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ କଂଗ୍ରେସ ସଂକଳ୍ପବଦ୍ଧ । ଦୁର୍ଘଟଣାରେ ଆଘାତପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ। ବରିଷ୍ଠ ନାଗରିକଙ୍କ ପାଇଁ ମାସକୁ ଦୁଇ ଥର ଭ୍ରାମ୍ୟମାଣ ପରୀକ୍ଷା ଜରିଆରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ଏବଂ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ।"

ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଦୁର୍ବଳ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବରେ ଦାୟୀ । ଜନସଂଖ୍ୟାର ୮ରୁ ୧୦% ଲୋକ ନିଜ ଆତ୍ମୀୟସ୍ବଜନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଟଙ୍କା ଖର୍ଚ୍ଚ କରି କରି ଗରିବ ହୋଇଯାଆନ୍ତି । ଏ ଦେଶର ୬୭% ଲୋକ ନିଜ ଖର୍ଚ୍ଚରେ ସରକାରୀ ବା ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତି । ରାଜ୍ୟରେ 'ନିରାମୟ ଯୋଜନା'ରେ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଦିଆଯିବାର ବ୍ୟବସ୍ଥା ଫେଲ ମାରିଛି। ସେହିପରି 'ସୁନେତ୍ର ଯୋଜନା' ଏକ ପ୍ରହେଳିକା ହୋଇ ରହିଯାଇଛି । ଏପ୍ରିଲ-୨୦୨୩ ମସିହାରେ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ସ୍ୱାସ୍ଥ୍ୟ ସଚିବ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ, ୬ମାସ ମଧ୍ୟରେ ଅର୍ଥାତ ଅକ୍ଟୋବର ୨୦୨୩ ମସିହା ସୁଦ୍ଧା ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଯାହାକି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହିଁ । ରାଜ୍ୟରେ ପ୍ରଚଳିତ BSKY କାର୍ଡରେ ଯେଉଁ କଟକଣା ରହିଛି ସେଥିରୁ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାରର ଅନେକ ଲୋକ ଏ ସୁବିଧାରୁ ବଞ୍ଚିତ ହେଉଛନ୍ତି ।"

ଏହା ବି ପଢନ୍ତୁ...କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ବିଜେଡି ଉପରେ ଗର୍ଜିଲେ ସୁଦୀପ ସାମଲ

"3 ଚକିଆ ଅଟୋ କିଣିବା ପାଇଁ ଯଦି କେହି ଆୟକର ରିଟର୍ଣ୍ଣ ଦାଖଲ କରେ, ତେବେ ସେ ଲୋକଟି ବିଏସକେୱାଇ କାର୍ଡରୁ ବଞ୍ଚିତ ହେଉଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ବା ପେନସନ ଭୋଗୀ ବ୍ୟକ୍ତିବିଶେଷ ମଧ୍ଯ ଏ କାର୍ଡର ସୁବିଧା ପାଇପାରୁନାହାନ୍ତି । ଏହା ସହିତ BSKY କାର୍ଡର ସହାୟତା ରାଶିର ସୀମା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା କ୍ଷେତ୍ରରେ ଆଉ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଥ‌ିବାବେଳେ କଂଗ୍ରେସର ଗ୍ୟାରେଣ୍ଟି ରହିଛି ୨୫ଲକ୍ଷ ଟଙ୍କା ରହିଛି। ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କୁ ବାର୍ଷିକ ମାଗଣା ଚିକିତ୍ସା ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ପ୍ରଦାନ କରାଯିବ । ସରକାରୀ କର୍ମଚାରୀ, ପେନସନଭୋଗୀଙ୍କ ସମେତ ସମସ୍ତଙ୍କ ପାଇଁ ଏ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି" ବୋଲି କହିଛି କଂଗ୍ରେସ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.