ETV Bharat / state

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ସସପେନ୍ସ, ଲମ୍ବୁଛି ତାଲିକା: ଆସିଲା ଶପଥ ସମାରୋହ ସୂଚୀ - Odisha CM Race Suspense

author img

By ETV Bharat Odisha Team

Published : Jun 10, 2024, 2:38 PM IST

Updated : Jun 10, 2024, 4:44 PM IST

Odisha cm race Suspense, swearing in ceremony on June 12: ଆସିଲା ବିଜେପି ସରକାର ଶପଥ ସମାରୋହ ସୂଚୀ । ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା । ଅଧିକ ପଢନ୍ତୁ

Odisha cm swearing in ceremony on June 12
Odisha cm swearing in ceremony on June 12 (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ପରବର୍ତ୍ତୀ ତଥା ବିଜେପି ସରକାରର ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ସସପେନ୍ସ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ଓ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ଜଣେ ପରେ ଜଣେ ବରିଷ୍ଠ ବିଧାୟକଙ୍କ ନାମ ଏହି ତାଲିକାରେ ଯୋଡି ହେବାରେ ଲାଗିଛି । ଅନ୍ୟପଟେ ୧୨ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ସୂଚୀ ମଧ୍ୟ ସାମ୍ନାକୁ ଆସିଛି । ଜନତା ମୈଦାନରେ ଅପରାହ୍ନ ୪.୪୫ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ । ସେଠାରୁ ସିଧା ସେ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବେ ।

ସମୟ ଗଡୁଛି ବଢୁଛି ସସପେନ୍ସ: ରାଜ୍ୟରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ସସ୍‌ପେନ୍ସ ବଢିବାରେ ଲାଗଛି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଓ ବିଧାୟକଙ୍କ ନାଁ ଚର୍ଚ୍ଚା ହେଉଥିବା ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଡ଼ି ହେଉଛି । ଗତକାଲି ପ୍ରଧାନମନ୍ତ୍ରୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶପଥ ନେଇଛନ୍ତି । ଏହାପରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଥିବା ଧର୍ମେନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଏବେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଦୁଇ ବରିଷ୍ଠ ବିଧାୟକ ସୁରେଶ ପୂଜାରୀ ଓ ରବି ନାଏକଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ଏମାନଙ୍କ ବ୍ୟତୀତ ଦୁଇ ସାଂସଦ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଆସନ୍ତାକାଲି ନିଷ୍ପତ୍ତି: ଆସନ୍ତାକାଲି ବିଧାୟକ ଦଳ ବୈଠକରେ ନୂଆ ମୁଖିଆଙ୍କ ନାଁରେ ମୋହର ବାଜିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ତାହା ପରେ ସବୁ ସ୍ପଷ୍ଟ ହୋଇଯିବ । ୧୧ ତାରିଖରେ ପର୍ଯ୍ୟବେକ୍ଷକ ପହଞ୍ଚି ବିଧାୟକ ଦଳ ବୈଠକରେ ଯୋଗ ଦେବେ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ । ୧୨ ତାରିଖ ସନ୍ଧ୍ୟାରେ ଶପଥ ନେବେ ବିଜେପିର ମୁଖ୍ୟମନ୍ତ୍ରୀ । ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଏକାଧିକ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଗର୍ବ ଗୌରବ ଜନସାଧାରଣ ଉପସ୍ଥିତ ରହିବେ ।" ମନମୋହନ ନିଜ ନାଁ ଚର୍ଚ୍ଚାକୁ ନେଇ କହିଲେ, "ଚର୍ଚ୍ଚା ଆଲୋଚନା ଉଚିତ ନୁହେଁ । ଯିଏ ବି ହେବ, ଓଡ଼ିଆ ଲୋକ ହେବେ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ଆମର ସଂସଦୀୟ ବୋର୍ଡରେ ଅନେକ ଅନୁଭବୀ ନେତା ଅଛନ୍ତି । ସେମାନେ ନିଷ୍ପତ୍ତି ନେବେ । ଦଳର ସଭାପତି ହିସାବରେ ମୋତେ ଦାୟିତ୍ବ ଦିଆଯାଇଥିଲା ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ । ଯାହା ଦାୟିତ୍ବ ଦିଆଯାଇଥିଲା ମୁଁ କରିଛି । ସଂସଦୟ ବୋର୍ଡ ତାର ଦାୟିତ୍ବ ନିର୍ବାହ କରିବ ।"

୨୪ କ୍ୟାରେଟ୍‌ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀ: ସେପଟେ ମୁଖ୍ୟମନ୍ତ୍ରୀ ପାଇଁ ଗିରିଶ ମୁର୍ମୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଏନେଇ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, "ମୋ ଜାଣିବାରେ ସେଭଳି କିଛି ନାହିଁ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ।" ସେହିଭଳି ବରିଷ୍ଠ ବିଜେପି ବିଧାୟକ ସୁରେଶ ପୂଜାରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଯାହା ନିଷ୍ପତ୍ତି ହେବ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ୧୨ ତାରିଖ ସନ୍ଧ୍ୟାରେ ଜଣେ ଖାଣ୍ଟି ୨୪ କ୍ୟାରେଟ୍‌ ଓଡ଼ିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।" ବିଜେପିର ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ଚୟନ କସରତ ମଧ୍ୟରେ ସୁରେଶଙ୍କୁ ଦିଲ୍ଲୀ ଡକରା ହୋଇଥିଲା । ଯାହାକୁ ନେଇ ତାଙ୍କ ନାଁରେ କେନ୍ଦ୍ରୀୟ ନେତୃତ୍ବ ମୋହର ମାରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦିଲ୍ଲୀରୁ ଫେରିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ।

ଏହାରି ଭିତରେ ଆସିଛି ଶପଥ ଗ୍ରହଣ ସମାରୋହ ପାଇଁ କାର୍ଯ୍ୟସୂଚୀ,

ଅପରାହ୍ନ ୪ଟା ୪୫ରେ ଶପଥ ନେବେ ସିଏମ: ୧୨ ତାରିଖରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କର ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଅପରାହ୍ନ ୪ଟା ୪୫ ମିନିଟରେ ଶପଥ ଗ୍ରହଣ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି । ସରକାରୀ ଭାବେ କାର୍ଯକ୍ରମ ସ୍ଥିରିକୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସେ କହିଛନ୍ତି, "ରାଜ୍ୟ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନେଇ ସମୟ ସ୍ଥିରିକୃତ ହୋଇଛି । ଆସନ୍ତା ୧୨ ତାରିଖ ଅପରାହ୍ନ ୪ଟା ୪୫ମିନିଟରେ ଶପଥ ଗ୍ରହଣ ହେବ ବୋଲି ଧାର୍ଯ୍ୟ ହୋଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାର ରହିଛି । ସେନେଇ ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ ୨ଟା ୧୦ ଭୁବନେଶ୍ବର ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏଥିସହ ରାଜଭବନରେ ରହଣୀ ପରେ ଶପଥ ଗ୍ରହଣ ସମାରୋହରେ ଅପରାହ୍ନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏୟାରପୋର୍ଟ ସହ ରାଜଭବନ ଓ ଜନତା ମଇଦାନର ଶପଥ ଗ୍ରହଣ ସମାରୋହର ସୁରକ୍ଷା ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।"

ଏହା ମଧ୍ୟ ପଢ଼ନ୍ତୁ...କି’ଏ ହେବ ମୁଖ୍ୟମନ୍ତ୍ରୀ ! ଆସୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ଓ ଭୂପେନ୍ଦ୍ର, ଦିଲ୍ଲୀରୁ ଫେରି ଏମିତି କହିଲେ ସୁରେଶ ପୂଜାରୀ - ODISHA CM RACE LIVE UPDATES

ଏମିତି ହୋଇଛି ସୁରକ୍ଷା ବ୍ୟବସ୍ଥା: ଏଯାବତ ସମସ୍ତ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ବ୍ୟବସ୍ଥା ଆଗୁଆ ହୋଇସାରିଥିବା ପୋଲିସ କମିଶନର କହିଛନ୍ତି । ସେ କହିଛନ୍ତି, "ଏପର୍ଯ୍ୟନ୍ତ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିସହ ଅନେକ ବିଭିନ୍ନ ରାଜ୍ୟର ମନ୍ତ୍ରୀମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କର ମଧ୍ୟ ଆସିବାର ସମ୍ଭାବନା ଅଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ହୋଟେଲ ରହିଛି, ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେତେ ପ୍ଲାଟୁନ ଫୋର୍ସ ମୁତୟନ ହେବେ, ସେନେଇ ଆରେଞ୍ଜମେଣ୍ଟ ହେବ । କେଉଁ ରୁଟରେ ଆସିବେ ଓ ରହଣୀସ୍ଥଳ, କାର୍ଯ୍ୟକ୍ରମସ୍ଥଳ ପାଇଁ କିପରି ଟ୍ରାଫିକ ଆୟୋଜନ ହେବ, ଶୃଙ୍ଖଳିତ ଭାବେ ଗମନାଗମନ ନେଇ ମଧ୍ୟ ସୁରକ୍ଷାର ରିହଲସଲ ହେବ ।" ଆପାତତଃ ଭାବେ ସୁରକ୍ଷା ପ୍ରସ୍ତୁତି ଆଗୁଆ ହୋଇସାରିଥିବା ପୋଲିସ କମିଶନର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 10, 2024, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.