ETV Bharat / state

'ସିକ୍ରେଟ ଅଫ୍ ଶିମିଳିପାଳ' ଓ 'ଆର୍ୟ୍ୟନ' ବହି କିଣିଲେ ମୁଖ୍ୟମନ୍ତ୍ରୀ - Naveen Purchases Books

Naveen Purchases Books: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ସେ ଭୁବନେଶ୍ବର ସ୍ଥିତ ଏକ ବହି ଦୋକାନକୁ ଆସି ୨ଟି ବହି କିଣିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 31, 2024, 10:32 PM IST

Naveen At Book Store
Naveen At Book Store (ETV Bharat Odisha)

ଭୁବନେଶ୍ବର: ଜଣେ ଲେଖକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଶୁଣା । ଅନେକ ପ୍ରଖ୍ୟାତ ପୁସ୍ତକ ସେ ରଚନା କରିଛନ୍ତି । ରାଜନୀତି ବ୍ୟତୀତ ସେ ବହି ପଢିବାରେ ମଧ୍ୟ ରୁଚି ରଖନ୍ତି । ନବୀନ ଲେଖିଥିବା ପୁସ୍ତକ ଗୁଡିକ ବହୁଳ ଭାବେ ଜନାଦୃତ ହୋଇଛି । ଖାଲି ସେତିକି ନୁହେଁ, ନବୀନ ପଢାପଢି କରିବାକୁ ମଧ୍ୟ ଭଲ ପାଆନ୍ତି । ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ବହି ଦୋକାନକୁ ଆସି ନିଜେ ବହି କିଣି ନେଇଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସେ ଆଜି ଦୁଇଟି ପୁସ୍ତକ କିଣିଛନ୍ତି । ଆଜି (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଥିବା ଏକ ବୁକ ଡିପୋରୁ ଆସି ମୁଖ୍ୟମନ୍ତ୍ରୀ ୨ଟି ବହି କିଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ କିଣିଥିବା ୨ଟି ବହି ମଧ୍ୟରୁ ଗୋଟିଏ ହେଉଛି 'ଦ ସିକ୍ରେଟ୍ ଅଫ୍ ଶିମିଳିପାଳ' । ବହି କିଣିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ନିର୍ବାଚନ ପ୍ରଚାର ସରିବା ପରେ ଟିକେ ରିଲାକ୍ସ ହେବା ପାଇଁ ଆସିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଥିବା ପୁସ୍ତକାଳୟକୁ ଆସିଛି । ଦୁଇଟି ପୁସ୍ତକ କିଣିଛି । ଯାହାର ନାଁ ସି'କ୍ରେଟ ଅଫ ଶିମିଳିପାଳ' ଓ 'ଆର୍ୟନ' । ଉଭୟ ପୁସ୍ତକ ଲାଗି ମୁଖ୍ୟମନ୍ତ୍ରୀ 2 ହଜାର 500 ଟଙ୍କା ଦେଇଛନ୍ତି ।

ଏହା ବି ପଢନ୍ତୁ...ନିଆରା ଅନ୍ଦାଜରେ ନବୀନ: ବହି କିଣିଲେ, କୁନି ଝିଅ ସହ ସେଲଫି ନେଲେ - Naveen Purchases Books

ଏହା ବି ପଢନ୍ତୁ...ମୋଦିଙ୍କୁ ନବୀନଙ୍କ ଜବାବ; 'ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭୋଟ ପାଇଁ ମୋ ସ୍ୱାସ୍ଥ୍ୟ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ' - Naveen Reply To PM Modi

ସେହିପରି ବହି ଦୋକାନି ଓମ ପ୍ରକାଶ କହିଛନ୍ତି , "ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ଏଠାକୁ ବହି କିଣିବାକୁ ଆସିଥିଲେ । ରାଜ୍ୟ, ଦେଶ ଓ ବିଶ୍ୱର ଇତିହାସ ଉପରେ ମୁଖ୍ୟମନ୍ତ୍ରୀ ବହି ଦେଖିଲେ । ମୁଖ୍ୟମନ୍ତ୍ରୀ ଆସିବାର 10 ମିନିଟ ପୂର୍ବରୁ ଆମେ ଜାଣିଲୁ । ପରେ ପୁଣି ଆସିବେ ବୋଲି କହିଛନ୍ତି । ସେ ପୁସ୍ତକ କିଣିଥିବାରୁ ଆମେ ବହୁତ ଖୁସି । ପୂର୍ବରୁ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଏଠାରୁ ବହି କିଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.