ETV Bharat / state

ଜନ୍ମମାଟିରେ ଭାବବିହ୍ବଳ ମୁଖ୍ୟମନ୍ତ୍ରୀ, କହିଲେ ସୁନାର କେନ୍ଦୁଝର ସହ ଓଡିଶାକୁ ନମ୍ବର ଓ୍ବାନ ରାଜ୍ୟରେ ପରିଣତ କରିବି - CM Mohan Majhi gets emotional

author img

By ETV Bharat Odisha Team

Published : Jun 25, 2024, 12:21 PM IST

Updated : Jun 25, 2024, 12:46 PM IST

CM Mohan Majhi gets emotional: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ରାଇକଳାକୁ ଯାଇ ଭାବବିହ୍ୱଳ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ସହପାଠୀଙ୍କୁ ଭେଟିବା ସହ ଶିକ୍ଷକତା କରୁଥିବା ସ୍କୁଲର ପିଲାମାନଙ୍କୁ ମଧ୍ୟ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Mohan Majhi gets emotional
CM Mohan Majhi gets emotional (ETV Bharat Odisha)

କେନ୍ଦୁଝର: 'ସୁନାର କେନ୍ଦୁଝର ସହ ଓଡ଼ିଶାକୁ ୧ନଂ ରାଜ୍ୟରେ ପରିଣତ କରିବି । ଆପଣମାନଙ୍କ ପ୍ରତି ମୋର ଭୟ ଅଛି, କିନ୍ତୁ ମୋ ପ୍ରତି ଆପଣଙ୍କ ଭଲପାଇବା ଏମିତି ଥାଉ । ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ବାନ୍ଧିଛନ୍ତି ।' ନିଜ ଜନ୍ମମାଟିରେ ସ୍ବାଗତ ସମ୍ବର୍ଦ୍ଧନା ପାଇ ଭାବବିହ୍ୱଳ ହୋଇ କିଛି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ନିଜ ସହପାଠୀଙ୍କୁ ଭେଟିବା ସହ ଶିକ୍ଷକତା କରୁଥିବା ସ୍କୁଲର ପିଲାମାନଙ୍କୁ ମଧ୍ୟ ଭେଟିଥିଲେ ମୁଖ୍ୟମନ୍ତ୍ରୀ ।

କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଚତୁର୍ଥ ଥର ବିଧାୟକ ନିର୍ବାଚିତ ହେବାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣର ୧୧ଦିନ ପରେ ନିଜ ଜିଲ୍ଲା କେନ୍ଦୁଝରକୁ ଦୁଇଦିନିଆ ଗସ୍ତରେ ଆସି ସମ୍ବର୍ଦ୍ଧନା ଗ୍ରହଣ କରିବା ସହ ନିଜ ଲୋକଙ୍କୁ ଭେଟିଛନ୍ତି । ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରୁ ହେଲିକେପ୍ଟର ଯୋଗେ ନିଜ ଜନ୍ମଗ୍ରାମ ରାଇକଳାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ଏକ ବିଶାଳ ରୋଡ ସୋ’ରେ ଆସି ଦୁର୍ଗତୀନାଶିନୀ ଯୁବ ସଂଘ ଓ ଜିଲ୍ଲା ବିଜେପି ପକ୍ଷରୁ ମିଳିତ ଭାବେ ଝୁମ୍ପୁରା ଦୁର୍ଗା ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ।

ମାଆ ଓ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମାଆ ଓ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (@MohanMOdisha X)

ପିଲାଦିନ ମନେପକାଇଲେ ମୁଖ୍ୟମନ୍ତ୍ରୀ:-

ଏହି ସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପିଲାବେଳେ ଝୁମ୍ପୁରାରେ ବିତାଇଥିବା ଅତୀତକୁ ସ୍ମରଣ କରି ଭାବବିହ୍ବଳ ହୋଇପଡିଥିଲେ । ଗରୀବ ଆଦିବାସୀ ପରିବାରକୁ ଆସି କିଭଳି ଲଢ଼େଇ କରି ବଞ୍ଚିହୁଏ ମୁଖ୍ୟମନ୍ତ୍ରୀ ହେବାପରେ ମୋ ଅଞ୍ଚଳବାସୀ ତାହା ପ୍ରମାଣିତ କରି ଦେଖାଇଛନ୍ତି ବୋଲି କହିଥିଲେ ମୋହନ ମାଝୀ । ବିଜେଡି ସରକାର ସମୟରେ ଯେଭଳି ଭାବେ ଅନ୍ୟାୟ ଅତ୍ୟାଚାର ମାତ୍ରା ବୃଦ୍ଧି ପାଇ ନିରୀହ ସାଧାରଣ ଜନତା ଷଡଯନ୍ତ୍ରର ଶିକାର ହୋଇଥିଲେ ଏବଂ ସରକାରକୁ ଗାଦିଚ୍ୟୁତ କରିବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ମାଆଙ୍କ ଆଗରେ ନତମସ୍ତକ ମୁଖ୍ୟମନ୍ତ୍ରୀ
ମାଆଙ୍କ ଆଗରେ ନତମସ୍ତକ ମୁଖ୍ୟମନ୍ତ୍ରୀ (@MohanMOdisha X)

ଏହାମଧ୍ୟ ପଢନ୍ତୁ.. ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ପଖାଳ ଓ ଶାଗ ଭଜା ଖାଇଲେ ମୁଖ୍ୟମନ୍ତ୍ରୀ

ସେ ଆଉ ମଧ୍ୟ କହିଛନ୍ତି, "ସମୟ ଆସିଛି ଗଚ୍ଛିତ ଅର୍ଥର ସୁବିନିଯୋଗ କରାଯାଇ ସୁନାର କେନ୍ଦୁଝର ଗଠନ କରିବା ଓ ଓଡିଶାକୁ ଦେଶର ୧ ନଂ ରାଜ୍ୟରେ ପରିଣତ କରିବା ପାଇଁ । ଏଥିପାଇଁ ମୁଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡୁଛି । ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ।" ବିଗତ ୨୫ବର୍ଷ ଶାସନରେ ଓଡ଼ିଶାବାସୀଙ୍କ ସମସ୍ୟାର ସମାଧାନ ଓ ଆଶାକୁ ବିଜେଡି ସରକାର ପୂରଣ କରିବାରେ ବିଫଳ ହୋଇଥ‌ିବା ବେଳେ ଆପଣମାନଙ୍କ ସହଯୋଗ ଓ ଆଶୀର୍ବାଦ ରହିଲେ ତାହା ମୁଁ ୫ବର୍ଷ ମଧ୍ୟରେ ପୂରଣ କରି ଦେଖେଇବି ବୋଲି ମୋହନ ମାଝୀ କହିଥିଲେ ।

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ
ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ (@MohanMOdisha X)

ଆଦିବାସୀଙ୍କ ଅଧିକାର କଥା କହି ପୂର୍ବ ସରକାର ଉପରେ ବର୍ଷିଥିଲେ ମୋହନ ମାଝୀ । ସେ କହିଛନ୍ତି ଯେ, ତାଙ୍କୁ ବିଜେଡିରେ ସାମିଲ ହେବା ପାଇଁ ମନ୍ତ୍ରୀ ପଦର ପ୍ରଲୋଭନ ମିଳିଥିଲା । ହେଲେ ସେ ବିକ୍ରି ହେବାର ବ୍ୟକ୍ତି ନୁହନ୍ତି । ସେ ବିରୋଧୀ ଆସନରେ ଥିବା ବେଳେ ଲୋକଙ୍କ ସ୍ବାର୍ଥ ପାଇଁ ପ୍ରଶ୍ନ କରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ କାମ କରିବେ । ବିଜେପିକୁ ଭୋଟ ଦେଇଥିବାରୁ ସେ କେନ୍ଦୁଝରବାସୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ; ମା'ଙ୍କ ହାତରୁ ଖାଇଲେ ପଖାଳ ସାଙ୍ଗକୁ ଶାଗଭଜା ଓ ବଡ଼ିଚୁରା...

ଝୁମ୍ପୁରାରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧନା
ଝୁମ୍ପୁରାରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧନା (@MohanMOdisha X)

"ମୁଁ ଏଇ ମାଟିରୁ ବଡ ହୋଇଥିବାରୁ ଝୁମ୍ପୁରାର ବିକାଶ ମଧ୍ୟ ମୋର ପ୍ରାଥମିକତା ହେବ ଏବଂ ଅଞ୍ଚଳବାସୀ ମୋତେ କୌଣସି ସମୟରେ ଭେଟି ନିଜ ସମସ୍ୟା ଓ ଅଞ୍ଚଳର ସାମଗ୍ରିକ ବିକାଶର ପ୍ରସ୍ତାବ ନିସଙ୍କୋଚରେ ଉପସ୍ଥାପନ କରିପାରିବେ । ଭୁବନେଶ୍ଵର ଆସି ମୋତେ ଭେଟିପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବନ୍ଧନା କରାଯାଇଥିଲା । ତେଲକୋଇ ବିଧାୟକ ଫକୀର ନାୟକ, ପାଟଣା ବିଧାୟକ ଅଖିଳ ଚରଣ ନାଏକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଓ ଶୁକଦେବ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା (@MohanMOdisha X)

ଝୁମ୍ପୁରା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳା ଗାଁରେ ପହଞ୍ଚିବା ପରେ ସେଠାରେ ଗ୍ରାମବାସୀମାନେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଘରକୁ ପାଛୋଟି ନେଇଥିଲେ । ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ନିର୍ମିତ ଅସ୍ଥାୟୀ କାର୍ଯ୍ୟାଳୟରେ ଲୋକଙ୍କ ସହ ଭେଟି ଆଲୋଚନା କରିବା ସହ ନିଜ ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ । ପରେ ଅସ୍ଥାୟୀ ହେଲିପ୍ୟାଡରୁ ଭୁବନେଶ୍ଵର ଅଭିମୁଖେ ବାହାରି ଯାଇଥିଲେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, କେନ୍ଦୁଝର

Last Updated : Jun 25, 2024, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.