ETV Bharat / state

ସମନ୍ୱୟ ରକ୍ଷା କରି ସଫଳ କର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Feb 1, 2024, 8:39 AM IST

First World Odia Language Conference: ଫେବୃଆରୀ ୩ରୁ ଭୁବନେଶ୍ବରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା
ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଫେବୃଆରୀ ୩ରୁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ମିଳନୀକୁ ସଫଳ କରିବା ଲାଗି ସମସ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସମ୍ମିଳନୀରେ ରାଜ୍ୟ ତଥା ଦେଶ ବିଦେଶରୁ ବିଭିନ୍ନ ଖ୍ୟାତି ସଂପନ୍ନ ଭାଷାବିତ୍, ସାହିତ୍ୟିକ, ଗବେଷକ, ଲେଖକ, ପ୍ରାବନ୍ଧିକ ଓ ଗାଳ୍ପିକ, କବି ଆଦି ଯୋଗ ଦେବେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦିବସରେ ସେମାନଙ୍କର ରହଣି, ସୁବିଧାରେ ଯାତାୟତ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ସମ୍ମିଳନୀ ଆୟୋଜନ ସମୟରେ ସମ୍ମିଳନୀ ସ୍ଥଳ ଓ ଭୁବନେଶ୍ୱର ସହରକୁ ପରିସ୍କାର ପରିଚ୍ଛନ୍ନ, ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଆଲୋକୀକରଣ, ପ୍ରମୁଖ ଅତିଥିମାନଙ୍କ ବସିବା ସ୍ଥାନକୁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥିତ କରାଯିବ । ଅତିଥିମାନଙ୍କୁ ଆଣିବାକୁ ଥିବା ଯାନ ଚାଳକମାନଙ୍କୁ ସେମାନଙ୍କର ରହଣି ସ୍ଥାନର ରୁଟ୍ ମ୍ୟାପ, ରୁଟ୍ ପ୍ଲାନ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଛନ୍ତି । ସମ୍ମିଳନୀରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିବାକୁ ଥିବା ଛାତ୍ରଛାତ୍ରୀ କିପରି ନିରାପଦ ଓ ଶୃଙ୍ଖଳିତ ଭାବରେ ଆସିବେ, ବସିବେ ଓ କାର୍ଯ୍ୟକ୍ରମ ସରିବା ପରେ ଯିବେ, ସେ ସଂପର୍କରେ ଆଲୋଚନା କରାଯାଇଛି । ଏଥିପାଇଁ ପ୍ରତି ବସ୍ ଦାୟିତ୍ୱରେ ଜଣେ ନୋଡାଲ ଅଧିକାରୀ ରହିବେ । ବିଭିନ୍ନ ଦିବସରେ ଅନୁଷ୍ଠିତ ହେବାକୁ ଥିବା ସଂପାନରେ ଯୋଗ ଦେଉଥିବା ସାହିତ୍ୟିକ, ଭାଷାବିତ୍ ଓ ଅତିଥିଙ୍କର ବସିବା ବ୍ୟବସ୍ଥା ପାଇଁ ପ୍ରତି ସଂପାନ ଗୃହ ପରିଚାଳନା ପାଇଁ ଜଣେ ଜଣେ ଦାୟିତ୍ୱବାନ ଅଧିକାରୀ ମୁତୟନ ହେବେ ।

ଏହା ମଧ୍ୟ ପଢନ୍ତୁ: ପ୍ରତି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ପାଇଁ ନିଆଯାଉଛି ପଦକ୍ଷେପ: ସଚିବ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା ସହ ପ୍ରତ୍ୟେକ କାର୍ଯ୍ୟକ୍ରମର ସୂଚନା ପ୍ରଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି । ସମ୍ବର୍ଦ୍ଧିତ ହେବାକୁ ଥିବା ବ୍ୟକ୍ତି ବିଶେଷଜ୍ଞଙ୍କୁ ସମ୍ମିଳନୀସ୍ଥଳକୁ ସୁବିଧାରେ ନେବା ଆଣିବା ବ୍ୟବସ୍ଥା କରାଯିବ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ସମାରୋହ ଏବଂ ଆୟୋଜନ ହେବାକୁ ଥିବା ପ୍ରଦର୍ଶନୀକୁ ଯେପରି ଛାତ୍ରଛାତ୍ରୀ ଓ ଜନସାଧାରଣ ଶୃଙ୍ଖଳିତ ଭାବରେ ଯିବେ ସେଥିପ୍ରତି ବ୍ୟବସ୍ଥା କରାଯିବ ।

ସମ୍ମିଳନୀ ସ୍ଥଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏକାମ୍ର ଉତ୍ସବ ଆୟୋଜନ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକ୍ରମର ସିଧାପ୍ରସାରଣ, ବିଭିନ୍ନ ସ୍ଥାନରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଓଡିଶାର ବରପୁତ୍ର, ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାରେ ଯୋଗଦାନ ଥିବା ବିଶିଷ୍ଟ ବ୍ୟକ୍ତି ଆଦିଙ୍କର ପ୍ରତିମୂର୍ତ୍ତିସ୍ଥଳ ସଫେଇ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଓଡିଆ ଭାଷାର ସ୍ମୃତି ବହନ କରୁଥିବା ବିଭିନ୍ନ ଐତିହ୍ୟସ୍ଥଳୀର ସଫେଇ କରାଯିବା ଆଦି ସଂପର୍କରେ ସେ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ସମ୍ମିଳନୀକୁ ୩ ତାରିଖ ପୂର୍ବାହ୍ନ ୧୧.୩୦ ସମୟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏହି ସମୟରେ ବ୍ଲକ, ପଞ୍ଚାୟତ ସ୍ତରରେ ହେବାକୁ ଥିବା ସମାରୋହରେ ଏକା ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯିବା ସଂପର୍କରେ ପ୍ରସ୍ତୁତି ନେଇ ସେ ଆଲୋଚନା କରିଛନ୍ତି । ଏହି ସମୟରେ ସାରା ରାଜ୍ୟରେ ସମସ୍ତ ବ୍ଲକ, ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ଅନୁଷ୍ଠାନରେ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନରେ ସାମିଲ ହେବେ ।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବଙ୍କ ସମେତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବିଡ଼ିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଅନ୍ୟ ସଂପୃକ୍ତ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ ଏକ ସ୍ୱତନ୍ତ୍ର ବୈଠକରେ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ବ୍ଳକ ଓ ଗ୍ରାମ ପଞ୍ଚାୟତରେ ସମ୍ମିଳନୀ ସମ୍ପର୍କିତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସାହିତ୍ୟିକ, ପ୍ରାବନ୍ଧିକ, କବିଙ୍କୁ ଉତ୍ସବରେ ସାମିଲ, ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ କାର୍ଯ୍ୟକ୍ରମ, ଜନସାଧାରଣ ସ୍ଥାନୀୟ ପାଠାଗାରକୁ ଯାଇ ଓଡ଼ିଆ ପୁସ୍ତକ ଅଧ୍ୟୟନ, ଫଟୋ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷା ସମ୍ମିଳନୀର ଲୋଗୋ ବ୍ୟବହାର ଆଦି ସଂପର୍କରେ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.