ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, କାରକେଡ ସାମ୍ନାକୁ ଚାଲି ଆସିଲେ ମହିଳା - Odisha CM Security breach

Odisha CM Security breach: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ରସୁଲଗଡ ଛକରେ କାର୍‌କେଡ ସାମ୍ନାକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବାକୁ ଚେଷ୍ଟା କଲେ ମହିଳା । ମହିଳା ପୋଲିସ ନଥିବାରୁ ହଙ୍ଗାମା । ଅଧିକ ପଢନ୍ତୁ

Odisha CM Security breach
Odisha CM Security breach (ETV Bharat Odisha)
author img

By ETV Bharat Odisha Team

Published : Jul 10, 2024, 12:53 PM IST

Updated : Jul 10, 2024, 1:52 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । କାର୍‌କେଡ ସାମ୍ନାକୁ ଆସି ମହିଳାଙ୍କ ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବାକୁ ପ୍ରୟାସ । ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ରସୁଲଗଡ ଛକରେ ଜଣେ ଅଜଣା ମହିଳା ପୋଲିସ ସୁରକ୍ଷା ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବାକୁ ଅପଚେଷ୍ଟା କରିଛନ୍ତି । ରାସ୍ତାମଝିକୁ ଚାଲିଆସି ହଙ୍ଗାମା କରିଥିଲେ । ଘଟଣାସ୍ଥଳରେ ମହିଳା ପୋଲିସ ଆସି ତାଙ୍କୁ କାବୁ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଆଗକୁ ଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି (ETV Bharat Odisha)

ମଙ୍ଗଳବାର ଅପରାହ୍ନ ସମୟରେ ରସୁଲଗଡ ଓଭରବ୍ରିଜ ତଳ ରାସ୍ତାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଅଭିମୁଖେ ଯାଉଥିଲେ । ଯେଉଁଥିପାଇଁ ୧୫ମିନିଟ ପୂର୍ବରୁ ରସୁଲଗଡ ଗୋଲେଇ ଛକରୁ ବାଣୀବିହାରକୁ ଲମ୍ବିଥିବା ସର୍ଭିସ ରାସ୍ତା ବ୍ଲକ କରାଯାଇଥିଲା । ପୋଲିସ କର୍ମଚାରୀ ବାଇକ, କାର୍ ଓ ବସକୁ ରାସ୍ତାରେ ଅଟକାଇଥିଲେ । ତେବେ ଏହି ସମୟରେ ଜଣେ ମହିଳା କାରକେଡ ଆଗରେ ହଙ୍ଗାମା କରିଥିଲେ ।ରସୁଲଗଡ ଛକରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ରାସ୍ତା କଡକୁ ଯିବାକୁ କହିଥିଲେ । କିନ୍ତୁ ମହିଳାଜଣକ ସେମାନଙ୍କ ସହ ଯୁକ୍ତିତର୍କ କରିବା ସହ ଅନ୍ୟ ପୋଲିସ ଭ୍ୟାନ ସାମ୍ନାକୁ ଚାଲିଯାଇ କାରକେଡକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।ଉକ୍ତ ଭ୍ୟାନରେ ବସିଥିବା ପୁରୁଷ ପୋଲିସ ଅଧିକାରୀ ଓହ୍ଲାଇ ମହିଳାଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ମହିଳା ଜଣକ ମାନିନଥିଲେ ।

ଏହାମଧ୍ୟ ପଢନ୍ତୁ.. ସରକାରୀ ଜମି ଦଖଲ କରିଥିଲେ ବୁଲିବ ବୁଲଡୋଜର ! ଏପରି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM order encroachment drive

ପାଖାପାଖି ୫ ମିନିଟ ଧରି ଏଭଳି ଚାଲିବା ପରେ ସେଠାରେ କାର୍ଯ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀ ଏହାଦେଖି ତୁରନ୍ତ ଘଟଣାସ୍ଥଳକୁ ଆସି ମହିଳାଙ୍କୁ ଟାଣି ଟାଣି ନେବାକୁ ଉଦ୍ୟମ କରିଥିଲେ ।କିଛି ମିନିଟ ଅଟକିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସ୍ୱାଭାବିକ ଭାବେ ଯାଇଥିଲା ।

ଅନ୍ୟପଟେ ମହିଳା ଜଣକ କିଏ ଓ କାହିଁକି ଏଭଳି କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ମହିଳାଜଣକ ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ତାଙ୍କ କଥାବାର୍ତ୍ତାରୁ ଶିକ୍ଷିତ ଭଳି ମନେ ହେଉଥିବା କୁହାଯାଇଛି । ଅନ୍ୟପଟେ ଏଠାରେ ପ୍ରଶ୍ନ ଉଠୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏତେ କର୍ମଚାରୀ ନିୟୋଜିତ ଥାଇ ମଧ୍ୟ କିଭଳି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟିଲା ? ମହିଳା କର୍ମଚାରୀ ନିୟୋଜିତ ନଥିବାରୁ ଏଭଳି ଅଘଟଣ ଘଟିଲା କି ? ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କ ସୁରକ୍ଷା କ୍ଷେତ୍ରରେ ମହିଳା କର୍ମଚାରୀ ନିୟୋଜିତ ହେବାର ଆବଶ୍ୟକତା ରହିଛି କି ? ଯଦି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା କର୍ମଚାରୀ ଥାଆନ୍ତେ ତେବେ ଏତେ ସମୟ ଧରି ଏହି ହଙ୍ଗାମା ଦେଖିବାକୁ ମିଳିଥିବା କୁହାଯାଇଛି । ମହିଳା ପୋଲିସ ଉପସ୍ଥିତ ଥିଲେ ସମୟ ମଧ୍ୟରେ ମହିଳାଙ୍କୁ ଆୟତ୍ତ କରିପାରିଥାନ୍ତେ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 10, 2024, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.