ETV Bharat / state

Nuakhai 2024: ସମ୍ବଲପୁରରେ ଚାଷୀଙ୍କୁ ବଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଶୁଭାରମ୍ଭ ହେବ ‘ସିଏମ କିଷାନ ଯୋଜନା’, ଖାତାକୁ ଯିବ ପ୍ରଥମ କିସ୍ତି - CM kisan Scheme

author img

By ETV Bharat Odisha Team

Published : Sep 7, 2024, 11:56 AM IST

Updated : Sep 7, 2024, 12:33 PM IST

Launching of CM Kisan Scheme on Nuakhai: କାଲି ସମ୍ବଲପୁରରେ ନବାନ୍ନ ଖାଇ ନୂଆଁଖାଇ ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀଙ୍କୁ ଭେଟି ଦେବେ ‘ସିଏମ କିଷାନ ଯୋଜନା’। ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତିରେ 2 ହଜାର ଟଙ୍କା । ଅଧିକ ପଢନ୍ତୁ

CM KISAN YOJANA
CM KISAN YOJANA (Etv Bharat)

ଭୁବନେଶ୍ବର: ରାତି ପାହିଲେ ପଶ୍ଚିମ-ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ । ଏହି ଅବସରରେ ‘ସିଏମ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେବ ପ୍ରଥମ କିସ୍ତି । ଯେଉଁ ଚାଷୀମାନେ କେନ୍ଦ୍ରୀୟ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ସାମିଲ ହୋଇନପାରି ବାଦ ପଡିଥିଲେ, ସେମାନଙ୍କୁ ଏହି ଯୋଜନାରେ ରାଜ୍ୟ ସରକାର ଅନ୍ତର୍ଭୂକ୍ତ କରି ଦୁଇଟି କିସ୍ତିରେ 4 ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ । ଏଥିରେ 45ଲକ୍ଷ 76ହଜାର 524 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମିହୀନ ଚାଷୀ ଲାଭାନ୍ବିତ ହେବେ । ଏହା ସହ ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ 12,500 ଟଙ୍କା ମିଳିବ ।

ନୂଆଁଖାଇରେ ଚାଷୀଙ୍କୁ ବଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ: ଶୁଭାରମ୍ଭ ହେବ ‘ସିଏମ କିଷାନ ଯୋଜନା’, ଖାତାକୁ ଯିବ ପ୍ରଥମ କିସ୍ତି
ନୂଆଁଖାଇରେ ଚାଷୀଙ୍କୁ ବଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ: ଶୁଭାରମ୍ଭ ହେବ ‘ସିଏମ କିଷାନ ଯୋଜନା’, ଖାତାକୁ ଯିବ ପ୍ରଥମ କିସ୍ତି (ETV Bharat Odisha)
  • ନୂଆଁଖାଇ ପାଇଁ ସୋମବାର ବ୍ୟାଙ୍କ ବନ୍ଦ:

ନୂଆଖାଇ ପାଇଁ ସୋମବାର 9 (ତାରିଖ) ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ । ବ୍ୟାଙ୍କ ଓ ସମସ୍ତ ପ୍ରକାରର ବ୍ୟାଙ୍କିଂ ସେବା ପ୍ରଦାନକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛିଦିନ ପୂର୍ବେ ନୂଆଖାଇ ପାଇଁ ସରକାରୀ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର 8 ରେ ନୂଆଖାଇ ପଡୁଥିବା ବେଳେ ରରିବାର କାରଣରୁ ପରଦିନ ଅର୍ଥାତ 9 ତାରିଖକୁ ଛୁଟି ଘୋଷଣା କରାଯାଇଛି । ସେଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ-କଚେରୀ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସରକାର ଘୋଷଣା କରିସାରିଥିବା ବେଳେ ଏବେ ଏହିକ୍ରମରେ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଛି ।

CM KISAN YOJANA
CM KISAN YOJANA (CM KISAN YOJANA)

ଏହା ମଧ୍ୟ ପଢନ୍ତୁ-CM KISAN MONEY; ଚାଷୀଙ୍କ ପାଇଁ ମୋହନ ସରକାରଙ୍କ ବଡ ଘୋଷଣା, ବର୍ଷକୁ 2 ଥର ସିଏମ କିଷାନ ଟଙ୍କା, ଜାଣନ୍ତୁ କେବେ ମିଳିବ କେତେ ଟଙ୍କା ? e-kyc ନହେଲେ କଟିବନି ରାସନ କାର୍ଡ ! - CM KISAN Yojana

  • ‘ସିଏମ କିଷାନ ଯୋଜନା’ର ଶୁଭାରମ୍ଭ :

ଆସନ୍ତାକାଲି (ରବିବାର) ସମ୍ବଲପୁର ଗସ୍ତ କରି ‘ସିଏମ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ମୋହନ । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର କହିଛନ୍ତି,'' ଯେଉଁ ଭୂମିହୀନ କୃଷକମାନେ ପିଏମ କିସାନ ଯୋଜନା ଅଧୀନରେ ଆସୁନଥିଲେ, ସେମାନଙ୍କୁ ‘ସିଏମ କିସାନ ଯୋଜନା’ର ଲାଭ ପାଇବେ । ଦୁଇଟି ପର୍ଯ୍ୟାୟରେ କୃଷକମାନଙ୍କୁ 4,000 ଟଙ୍କା ପ୍ରଦାନ କରାଯିବ । ନୂଆଁଖାଇରେ ପ୍ରଥମ କିସ୍ତିରେ କୃଷକମାନଙ୍କୁ 2000 ଟଙ୍କା ପ୍ରଦାନ କରାଯିବ । ଅକ୍ଷୟ ତୃତୀୟରେ ଦ୍ବିତୀୟ କିସ୍ତି ଦିଆଯିବ । ''

ଏହା ମଧ୍ୟ ପଢନ୍ତୁ-Nuakhai 2024: ମୁଖ୍ୟମନ୍ତ୍ରୀ ମୋହନଙ୍କ ମନ ସମ୍ବଲପୁର ଖାଇବେ ନୂଆ, ଏମିତି ବ୍ୟବସ୍ଥା କରିଛି ପ୍ରଶାସନ - CM To Visit Sambalpur

  • ସମ୍ବଲପୁରରେ ନବାନ୍ନ ଖାଇ ନୂଆଁଖାଇ ପାଳିବେ ମୁଖ୍ୟମନ୍ତ୍ରୀ:

ନୂଆଁଖାଇ ପାଇଁ ଆସନ୍ତାକାଲି ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବାନ୍ନ ଖାଇବା ସହ ନୂଆଖାଇ ଭେଟଘାଟରେ ସାମିଲ ହେବେ । ଏଥିପାଇଁ ଜୋରସୋରେ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ଭୋଜନ ଥାଳିରେ ପରସା ଯିବ ଖାଣ୍ଟି ସମ୍ବଲପୁରୀ ବ୍ୟଞ୍ଜନ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

  • ଏଇମାନେ କାର୍ଯ୍ୟକ୍ରମରେ ଯୋଗ ଦେବେ:

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେବେ ।

ଏହା ମଧ୍ୟ ପଢନ୍ତୁ-ସେପ୍ଟେମ୍ବର 9କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ- Nuakhai Holiday

ଏହା ମଧ୍ୟ ପଢନ୍ତୁ-Nuakhai Festival 2024: ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୁଆଁ ଧାନ, ନୁଆଁଖାଇ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କଠାରେ ହେବ ନବାନ୍ନ ଅର୍ପଣ - new crop reached samaleswari temple

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 7, 2024, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.